Masthead

ଯେବେ ରାଘବଙ୍କୁ ଭେଙ୍କେୟା କହିଥିଲେ ପ୍ରେମର କଥା..

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଆପ ସାଂସଦ ରାଘବ ଚଢା ଓ ବଲିଉଡ଼ ଅଭିନେତ୍ରୀ ପରିଣିତି ଚୋପ୍ରାଙ୍କ ସରିଛି ନିର୍ବନ୍ଧ । ଦୀର୍ଘ ଦିନ ପ୍ରତୀକ୍ଷା ପରେ ଦୁହିଁଙ୍କ ନିର୍ବନ୍ଧ ରୀତିନୀତିରେ ସମ୍ପର୍ଣ୍ଣ ହୋଇଛି । ଆପ ନେତା ରାଘବ ଦେଢ ବର୍ଷ ପୂର୍ବେ ରାଜ୍ୟସଭା ସାଂସଦ ହୋଇଥିଲେ । ସାଂସଦ ଭାବେ ରାଘବଙ୍କ ପ୍ରଥମ ଦିନ ତକ୍ରାଳୀନ ଉପରାଷ୍ଟ୍ରପତି ଭେଙ୍କୟା ନାୟଡ଼ୁଙ୍କ ବିଦାୟକାଳୀନ ଅଧିବେଶନ ଥିଲା । ଏହି ବିଦାୟକାଳୀନ ଅଧିବେଶନରେ ନାଇଡୁ ଓ ରାଘବ ପରସ୍ପରକୁ ଖୁବ ପ୍ରଶଂସା କରିଥିଲେ ।

ରାଘବ କହିଥିଲେ ପ୍ରତ୍ୟେକ ଲୋକଙ୍କର ସେମାନଙ୍କ ଜୀବନର ପ୍ରଥମ ସବୁ ଜିନଷ ମନେ ରହିଥାଏ । ସ୍କୁଲର ପ୍ରଥମ ଦିନ, ପ୍ରଥମ ଶିକ୍ଷିକ ଆଉ ପ୍ରଥମ ପ୍ରେମ । ରାଘବଙ୍କ ଏହି କଥା ପରେ ନାଇଡ଼ୁ ରାଘବଙ୍କୁ ପ୍ରେମ ଉପରେ ଶିକ୍ଷା ଦେଇଥିଲେ । ସେ କହିଥିଲେ ରାଘବ ମୁଁ ଭାବୁଛି ପ୍ରେମ କେବଳ ଥରେ ହୁଏ । ଥରେ.. ଦୁଇଥର….ତିନି ଥର ଏମିତି ହୁଏ କି? ପ୍ରଥମ ପ୍ରେମ ହିଁ ପ୍ରେମ ହୋଇଥାଏ । ଯାହାକୁ ନେଇ ରାଘବ କହିଥିଲେ ମୋର ଏଯାଏଁ ଅଭିଜ୍ଞତା ହୋଇନି । କିନ୍ତୁ ଏହା ଭଲ ଅଟେ । ତାଙ୍କ ଉତ୍ତରରେ ନାଇଡ଼ୁ କହିଥିଲେ ପ୍ରଥମ ପ୍ରେମ ପ୍ରେମ ହୋଇଥାଏ ଆଉ ଏହା ଜୀବନ ସାରା ରହିବା ଦରକାର । ଯାହାର ଭିଡିଓ ସେବେ ଭାଇରାଲ ହୋଇଥିଲା ଆଉ ଏବେ ବି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ