Masthead

୫୦ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ବର୍ଷା ହୋଇ ନ ଥିଲା: ସୁଖବିନ୍ଦର ସିଂ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଉତ୍ତର ଭାରତରେ ବର୍ଷା ବିତ୍ପାତ । ଆଉ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା । ହିମାଚଳ ପ୍ରଦେଶରେ ସ୍ଥିତି ସଙ୍ଗୀନ ହୋଇଥିବାବେଳେ ଭୂସ୍ଖଳନ ଯୋଗୁଁ ଯାତାୟାତ ଠପ୍ ହୋଇଛି । ମନାଲି-ଲେହ ଜାତୀୟ ରାଜପଥ ଭୁଶୁଡ଼ି ବହୁ ଅଞ୍ଚଳ ଜଳମଗ୍ନ ହୋଇଛି । ଶୁକ୍ରବାର ଠାରୁ ଆଉ ୧୭ ଜଣଙ୍କ ମୃତ୍ୟୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । କ୍ଷୟକ୍ଷତି ଆକଳନ ୪ ହଜାର କୋଟି ଛୁଇଁଲାଣି କହିଲେ ମୁଖ୍ୟମନ୍ତ୍ରୀ । ପଞ୍ଜାବ, ଉତ୍ତରାଖଣ୍ଡ, ଦିଲ୍ଲୀ, ଉତ୍ତର ପ୍ରଦେଶରେ ବି ଜଳପ୍ରଳୟ ଦେଖାଦେଇଛି । ବାଦ ପଡ଼ିନି ରାଜସ୍ଥାନ । ୧୧ ଜିଲ୍ଲାରେ ତାଣ୍ଡବ ରଚିଛି ବର୍ଷା। ରାଜସ୍ଥାନ ଜୟପୁରରେ ନାଳରେ ଭାସିଗଲେ ୮ ବର୍ଷର ବାଳକ । ଗତ ୫୦ ବର୍ଷ ମଧ୍ୟରେ ରାଜ୍ୟରେ ଏଭଳି ବର୍ଷା ହୋଇ ନ ଥିଲା ବୋଲି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କହିଛନ୍ତି।

ଲଗାଣ ବର୍ଷା ଓ ଭୂସ୍ଖଳନ ଯୋଗୁ ଅନେକ ଘର ଭାଙ୍ଗିବା ସହ ସାଧାରଣ ଜୀବନଯାତ୍ରା ଅଚଳ ହୋଇଯାଇଛି। ମନାଲି, କୁଲ୍ଲୁ, କିନ୍ନଉର ଏବଂ ଚାମ୍ବାରେ ଆକସ୍ମିକ ବନ୍ୟା ଆସି କେତେକ ଗାଡ଼ି ଓ ଦୋକାନ ଭାସିଯାଇଛି। ରାବି, ବେଆସ୍, ଚେନାବ, ସ୍ବାନ୍ ଆଦି ନଦୀରେ ବନ୍ୟା ଆସିଛି। ଲୋକମାନଙ୍କୁ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଘରେ ରହିବା ପାଇଁ ମୁଖ୍ୟମନ୍ତ୍ରୀ ସୁଖୁ ନିବେଦନ କରିଛନ୍ତି। ହିମାଚଳପ୍ରଦେଶରେ ଦୁଇ ସପ୍ତାହ ମଧ୍ୟରେ ମୌସୁମୀ ବର୍ଷା ବିତ୍ପାତରେ ମୋଟ ୭୨ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ନିଖୋଜ ଥିବା କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରିଷ୍ଠ ମନ୍ତ୍ରୀ ଓ ଅଧିକାରୀମାନଙ୍କ ସହ କଥା ହୋଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ପ୍ରଶାସନ, ଜାତୀୟ ବିପର୍ଯ୍ୟୟ ଏନ୍ଡିଆରଏଫ ଏବଂ ଏସ୍ଡିଆର୍ଏଫ୍ ଟିମ୍ଗୁଡ଼ିକ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ନିୟୋଜିତ ଥିବା ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼