Masthead

ଭକ୍ତଙ୍କ ଭାବାବେଗ ଆଗରେ ମୁଣ୍ଡ ନୁଆଁଇଲା ଶ୍ରୀମନ୍ଦିର ପ୍ରଶାସନ

ପୁରୀ(ବଡ଼ ଖବର ବ୍ୟୁରୋ)ଦିନକୁଦିନ ତେଜୁଛି ଶ୍ରୀମନ୍ଦିର ଚାରିଦୁଆର ଦେଇ ଦର୍ଶନ ବ୍ୟବସ୍ଥା ପ୍ରସଙ୍ଗ । ପୂର୍ବରୁ ବାରମ୍ବାର ଅନେକ ସଙ୍ଗଠନ, ରାଜନୈତିକ ଦଳ,ପୁରୀବାସୀ, ସେବାୟତ ଚାରିଦୁଆର ଖୋଲି ଦର୍ଶନ ପାଇଁ ଦାବି କରିଥିବା ବେଳେ ଏବେ ସଚେତନ ନାଗରିକ ମଞ୍ଚର ପ୍ରଚେଷ୍ଟା ଭକ୍ତଙ୍କ ଜଗା ଦର୍ଶନରେ ସହାୟକ ହେବାନେଇ ଆଶା ସଞ୍ଚାର ହୋଇଛି। ଗତ ୧୬ ତାରିଖ ଠାରୁ ମଞ୍ଚର ଆବାହକଙ୍କ ନେତୃତ୍ୱରେ ଏକଲକ୍ଷ ଦସ୍ତଖତ ଅଭିଯାନ ଶ୍ରୀମନ୍ଦିର ଚାରିଦୁଆର ଖୋଲିବା ନେଇ ଜାରି ରହିଛି।

 

ଆଜି ଦସ୍ତଖତ ଅଭିଯାନର ଚତୁର୍ଥ ଦିନରେ ପୁରୀ କାଳିକାଦେଵୀ ସାହିରେ ମଞ୍ଚ ତରଫରୁ ପୁରୀବାସୀ ଓ ଭକ୍ତଙ୍କ ଚାରିଦୁଆର ଖୋଲିବା ସପକ୍ଷରେ ଜନମତ ଲୋଡିବା ସହ ଦସ୍ତଖତ ଅଭିଯାନ ମଧ୍ୟ ଜାରି ରହିଛି। ଯାହାକୁ ପୂର୍ଣ୍ନ ସମର୍ଥନ କରିଛନ୍ତି ଭକ୍ତ ଓ ପୁରୀବାସୀନ୍ଦା।ସେପଟେ ବାରମ୍ବାର ଆନ୍ଦୋଳନ ଓ ଚାରିଦୁଆର ଖୋଲିବା ନେଇ ଜନମତ ଲୋଡାଯିବା ଓ ଦସ୍ତଖତ ଅଭିଯାନ ପର ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଅନେକ ସଙ୍ଗଠନର ଆବାହକ। ସଚେତନ ନାଗରିକ ମଞ୍ଚ, ଶ୍ରୀଜଗନ୍ନାଥ ସେନା,ଶ୍ରୀଜଗନ୍ନାଥ ଭକ୍ତପରିଷଦ,ଆଇନଜୀବୀ, ବୁଦ୍ଧିଜୀବି ମାନେ ଜିଲ୍ଲାପାଳଙ୍କ ସହ ତାଙ୍କ କାର୍ୟ୍ୟାଳୟରେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଛନ୍ତି। ତେବେ ଆଲୋଚନା ପରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟାକୁ ନେଇ ଉପୁଜିଛି ଦ୍ୱନ୍ଦ। କାହାପାଇଁ ଖୋଲାଯିବ ଖୁବଶୀଘ୍ର ସମସ୍ତ ଦ୍ୱାର ସେନେଇ ଅଧାପନ୍ତରିଆ ଉତ୍ତର ରଖିଛନ୍ତି ଜିଲ୍ଲାପାଳ।

ସେପଟେ ସାମ୍ବାଦିକ ସମ୍ମିଳନୀରେ ଆନ୍ଦୋଳନର ଚେତାବନୀ ଦେବାପରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ। ଅନ୍ୟ ପଟେ ଚାରିଦୁଆର ଖୋଲିବା ସମ୍ପର୍କରେ ଗଣମାଧ୍ୟମରେ ଜିଲ୍ଲାପାଳଙ୍କ ପ୍ରତିକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସଚେତନ ନାଗରିକ ମଞ୍ଚର ଆବାହକ ପ୍ରଶନ୍ନ ଦାଶ । ତେବେ ପୁରୀବାସୀଙ୍କ ପାଇଁ ଗୋଟିଏ ବ୍ୟବସ୍ଥା ଭକ୍ତଙ୍କ ପାଇଁ ଆଉ ଗୋଟିଏ ବ୍ୟବସ୍ଥା କରିବା ପ୍ରଶାସନର ଏକପାଖିଆ ନିଷ୍ପତ୍ତିକୁ ପଦାରେ ପକାଇବା ସହ ପୁଣି ଏକ ଆନ୍ଦୋଳନ ମୁଣ୍ଡ ଟେକିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର 🔴 ଫେରି ପାଇଲେ ୫୪ଟି ହଜିଯାଇଥିବା ଦାମୀ ଫୋନ୍ 🔴 ବନ୍ୟା ବିପନ୍ନଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା 🔴 ନୌସେନା ଯବାନଙ୍କ ପରିବାରକୁ ଶେଷ ବିଦାୟ,ଏକାଠି ଜଳିଲା ୪ ଜଣଙ୍କ ଜୁଇ 🔴 ପାଚେରୀ ଡେଇଁ ହଷ୍ଟେଲରୁ ୬ ଅନ୍ତେବାସୀ ଫେରାର 🔴 ବନ୍ୟା ଘେରରେ ୩୦ରୁ ଅଧିକ ପରିବାର 🔴 ୩ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତି 🔴 ଆଜି ବି ପ୍ରବଳ ବର୍ଷିବ; ୨ ଜିଲ୍ଲାକୁ ରେର୍ଡ, ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ 🔴  ଲଗାଣ ବର୍ଷାରେ ଦବିଲା ରେଳ ଲାଇନ୍ 🔴 ସରିଲା DGP ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ 🔴 ଟିଏମ୍‌ସି ନେତାଙ୍କ ମୃତଦେହ ଉଦ୍ଧାର