Masthead

ଡିସେମ୍ବରରେ ପ୍ରେମପକ୍ଷୀଙ୍କ ବାହାଘର: ପଢ଼ନ୍ତୁ ପୂରା ଖବର

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ଦୀର୍ଘ ଏକ ଦଶନ୍ଧୀରୁ ଊର୍ଦ୍ଧ୍ୱ ସମୟ ଲିଭ୍ ଇନ୍ ରିଲେଶନଶିପରେ ରହୁଥିଲେ ସେମାନେ। ଭବିଷ୍ୟତ ଚିନ୍ତା କରି ନ ଥିଲେ। ଏବେ ଦୁହେଁ ଦୁହିଁଙ୍କର ଜୀବନସାଥୀ ହେବାକୁ ଯାଉଛନ୍ତି। କୋଭିଡ୍-୧୯ କଟକଣା ମଧ୍ୟରେ ଏହି ଦୁଇ ପ୍ରେମପକ୍ଷୀଙ୍କର ହେଉଛି ବାହାଘର। ଆସନ୍ତା ଡିସେମ୍ବର ୧ ତାରିଖରେ ସେମାନଙ୍କ ପ୍ରେମ ବାସ୍ତବ ରୂପ ନେବାକୁ ଯାଉଛି। ପଢ଼ନ୍ତୁ କିଏ ସେହି ପ୍ରେମପକ୍ଷୀ, କାହାର ହେବ ବାହାଘର।

ବଲିଉଡର ଖ୍ୟାତନାମା ପ୍ରଚ୍ଛଦପଟ୍ଟ ଗାୟକ ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଅଭିନେତ୍ରୀ ଶ୍ୱେତା ଅଗ୍ରୱାଲଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ଆଦିତ୍ୟ କିଛି କମ୍ ସିଙ୍ଗର ନୁହନ୍ତି। ବାପାଙ୍କ ଭଳି ବଲିଉଡରେ ତାଙ୍କର ମଧ୍ୟ ରହିଛି ଦବଦବା। ଏହି ଜୁନିୟର ଉଦିତ ନାରାୟଣ ତାଙ୍କ ଅଫିସିଆଲ ଟୁଇଟରରେ ଆଗାମୀ ବାହାଘରର ସମସ୍ତ ଯୋଜନା ଶେୟାର କରିଛନ୍ତି। ଆସନ୍ତା ଡିସେମ୍ବର ୧ ତାରିଖରେ ସେ ତାଙ୍କ ପ୍ରେମିକା ଶ୍ୱେତାଙ୍କୁ ବିବାହ କରିବେ ବୋଲି ସ୍ପଷ୍ଟ କରିଛନ୍ତି।

ପୂର୍ବରୁ ଏହି ଆକ୍ଟର-ସିଙ୍ଗର ଯୋଡ଼ି ବିବାହ ସମ୍ପର୍କିତ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରି ନ ଥିଲେ। କିନ୍ତୁ ଏବେ ଆଦିତ୍ୟ ଖୋଲାଖୋଲି ଭାବେ ଶ୍ୱେତାଙ୍କୁ ଡିସେମ୍ବର ୧ରେ ବିବାହ କରିବେ ବୋଲି ଟୁଇଟରରେ ଉଲ୍ଲେଖ କରିଛନ୍ତି। ବିବାହର ଭେନୁ ଓ ଗେଷ୍ଟ ଲିଷ୍ଟ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।

ଦୁଇ ପରିବାରର ଆତ୍ମୀୟଙ୍କ ସହ ହାତଗଣତି କିଛି ଅତିଥି ବିବାହ ଉତ୍ସବରେ ଯୋଗଦେବେ। କୋଭିଡ୍ କଟକଣା ଯୋଗୁ ବିବାହ ଉତ୍ସବରେ ୫୦ ଜଣ ଅତିଥି ହୋଇପାରିବେ ବୋଲି ମହାରାଷ୍ଟ୍ର ସରକାର ନିର୍ଦ୍ଦେଶନାମା ଜାରି କରିଥିବାରୁ ଅଧିକ ଅତିଥିଙ୍କୁ ଏହି ଲଭ୍ ବାର୍ଡସ ଆମନ୍ତ୍ରଣ କରିନାହାନ୍ତି। ବଲିଉଡରେ ସ୍ପଟ୍ ବୟ ଭାବେ ପରିଚିତ ଜୁନିୟର ଆଦିତ୍ୟ ନାରାୟଣ କହିଛନ୍ତି ବିବାହ ଉତ୍ସବ ନିରାଡ଼ାମ୍ବରରେ ଅନୁଷ୍ଠିତ ହେବ। ସାକ୍ଷୀ ରହିବେ ଈଶ୍ୱର। ଅର୍ଥାତ୍ ମନ୍ଦିରରେ ଆଦିତ୍ୟ ଓ ଶ୍ୱେତାଙ୍କ ବିବାହ ହେବା ପାଇଁ ଚୂଡ଼ାନ୍ତ ହୋଇଛି। ଶାପିତ୍, ରାଘବେନ୍ଦ୍ର, ତନ୍ଦୁରୀ ଲଭ୍ ଫିଲ୍ମରେ ଶ୍ୱେତା ତାଙ୍କ ଅଭିନୟର ଯାଦୁ ଦେଖାଇଛନ୍ତି। ୨୦୧୦ ଫିଲ୍ମ ଶାପିତ୍ ଶୁଟିଂ ସମୟରେ ଶ୍ୱେତାଙ୍କ ମନ ଜିଣିଥିଲେ ଆଦିତ୍ୟ। ସେହିଦିନରୁ ଆରମ୍ଭ ହୋଇଥିଲା ସେମାନଙ୍କ ଲଭ୍ ଷ୍ଟୋରି। ତତଡ୍ ତତଡ୍ ସିଙ୍ଗର ଆଦିତ୍ୟ କହିଛନ୍ତି ‘ଆମ ଦୁହିଙ୍କର ରିଲେଶନଶିପ୍ ଲୁଚାଛପାରେ ଜାରି ରହୁ’।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼