Masthead

ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦିନରେ ଜମିହରା । ପାରାଦୀପ ଆଇଓସିଏଲ ପାଇଁ ଜମି ହରାଇଥିବା ପରିବାର ମୁଣ୍ଡରେ ହାତଦେଇ ବସିଛନ୍ତି । ଚାଷକରି ପେଟ ପୋଷିବା ପାଇଁ ନା ପାଖରେ ଅଛି ଜମି, ନା ପ୍ରକଳ୍ପରେ ମିଳୁଛି ନିଯୁକ୍ତି । କିନ୍ତୁ ଆଇଓସିଏଲର ବିଭିନ୍ନ କାର୍ଯ୍ୟର ଟେଣ୍ଡର ପାଉଥିବା ଠିକା ସଂସ୍ଥାମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି ଏଠାରେ ନିୟୋଜିତ କରିବାରେ ଲାଗିଛନ୍ତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ। ଆଇଓସିଏଲର ଏଭଳି ଏକ ଠିକା ସଂସ୍ଥା ଗାଲାକନ କମ୍ପାନୀ ବିରୁଦ୍ଧରେ ଦୀର୍ଘ ୧୦ ଦିନ ହେଲା ଧାରଣା ଦେଇଛି ଭୂମିହରା କୃଷକ ଏକତା ମଞ୍ଚ । ସ୍ଥାନୀୟ ପ୍ରକଳ୍ପରେ ନିଯୁକ୍ତି ପାଇଁ ଛୋଟ ପିଲା, ମହିଳାଙ୍କୁ ଧରି ଆନ୍ଦୋଳନ କରୁଛି ଏହି ମଞ୍ଚ । ଟେଣ୍ଡର ପାଇବା ପରେ ଗାଲାକନ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଞ୍ଚର କର୍ମକର୍ତ୍ତା ଭେଟି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ। ଠିକା ସଂସ୍ଥା ଅନୁରୋଧ ଗ୍ରହଣ କରିଥିଲା । ୨୦ ଜଣ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ପରବର୍ତ୍ତୀ ପର୍ୟ୍ୟାୟରେ ଠିକା ସଂସ୍ଥା ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇ ବାହାର ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଦେଉଛି । ଯାହାକୁ ବିରୋଧ କରି ଭୂମିହରା କୃଷକ ଏକତା ମଞ୍ଚ ୧୦ ଦିନ ହେଲା ଧାରଣା ଦେବା ସହିତ ନିଜ ପରିବାରକୁ ମଧ୍ୟ ଏଥିରେ ସାମିଲ କରିଛି । ଏ ପର୍ଯ୍ୟନ୍ତ ସେମାନଙ୍କ ନିକଟରେ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପହଞ୍ଚି ନାହାନ୍ତି । ଯେ ପର୍ଯ୍ୟନ୍ତ ନିଯୁକ୍ତି ନ ମିଳିଛି ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼