Masthead

ନିଯୁକ୍ତି ନ ମିଳିବା ପର୍ଯ୍ୟନ୍ତ ଆନ୍ଦୋଳନ

ପାରାଦୀପ (ବଡ଼ ଖବର ବ୍ୟୁରୋ): ଦୁର୍ଦ୍ଦିନରେ ଜମିହରା । ପାରାଦୀପ ଆଇଓସିଏଲ ପାଇଁ ଜମି ହରାଇଥିବା ପରିବାର ମୁଣ୍ଡରେ ହାତଦେଇ ବସିଛନ୍ତି । ଚାଷକରି ପେଟ ପୋଷିବା ପାଇଁ ନା ପାଖରେ ଅଛି ଜମି, ନା ପ୍ରକଳ୍ପରେ ମିଳୁଛି ନିଯୁକ୍ତି । କିନ୍ତୁ ଆଇଓସିଏଲର ବିଭିନ୍ନ କାର୍ଯ୍ୟର ଟେଣ୍ଡର ପାଉଥିବା ଠିକା ସଂସ୍ଥାମାନେ ବାହାର ରାଜ୍ୟର ଶ୍ରମିକଙ୍କୁ ଆଣି ଏଠାରେ ନିୟୋଜିତ କରିବାରେ ଲାଗିଛନ୍ତି । ଯାହାକୁ ନେଇ ଏବେ ସୃଷ୍ଟି ହୋଇଛି ବିବାଦ। ଆଇଓସିଏଲର ଏଭଳି ଏକ ଠିକା ସଂସ୍ଥା ଗାଲାକନ କମ୍ପାନୀ ବିରୁଦ୍ଧରେ ଦୀର୍ଘ ୧୦ ଦିନ ହେଲା ଧାରଣା ଦେଇଛି ଭୂମିହରା କୃଷକ ଏକତା ମଞ୍ଚ । ସ୍ଥାନୀୟ ପ୍ରକଳ୍ପରେ ନିଯୁକ୍ତି ପାଇଁ ଛୋଟ ପିଲା, ମହିଳାଙ୍କୁ ଧରି ଆନ୍ଦୋଳନ କରୁଛି ଏହି ମଞ୍ଚ । ଟେଣ୍ଡର ପାଇବା ପରେ ଗାଲାକନ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ମଞ୍ଚର କର୍ମକର୍ତ୍ତା ଭେଟି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ଅନୁରୋଧ କରିଥିଲେ। ଠିକା ସଂସ୍ଥା ଅନୁରୋଧ ଗ୍ରହଣ କରିଥିଲା । ୨୦ ଜଣ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ପରବର୍ତ୍ତୀ ପର୍ୟ୍ୟାୟରେ ଠିକା ସଂସ୍ଥା ଦେଇଥିବା ପ୍ରତିଶ୍ରୁତିରୁ ଓହରି ଯାଇ ବାହାର ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ଦେଉଛି । ଯାହାକୁ ବିରୋଧ କରି ଭୂମିହରା କୃଷକ ଏକତା ମଞ୍ଚ ୧୦ ଦିନ ହେଲା ଧାରଣା ଦେବା ସହିତ ନିଜ ପରିବାରକୁ ମଧ୍ୟ ଏଥିରେ ସାମିଲ କରିଛି । ଏ ପର୍ଯ୍ୟନ୍ତ ସେମାନଙ୍କ ନିକଟରେ କମ୍ପାନୀ କର୍ତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ପହଞ୍ଚି ନାହାନ୍ତି । ଯେ ପର୍ଯ୍ୟନ୍ତ ନିଯୁକ୍ତି ନ ମିଳିଛି ଆନ୍ଦୋଳନ ଜାରି ରହିବ ବୋଲି ମଞ୍ଚ ପକ୍ଷରୁ କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ 🔴 ଏନଡିଏ ବୈଠକ ମୋଦିଙ୍କ ହୁଙ୍କାର 🔴 ଦଳ ଏବଂ ଘରୁ ବେଦଖଲ ହେଲେ ଲାଲୁ ନନ୍ଦନ 🔴 ବର୍ଷା ପାଇଁ ୪୯ ବିମାନର ଗତିପଥ ପରିବର୍ତ୍ତନ 🔴 ଦେବାଶିଷ-ସୌମ୍ୟ ଭେଟଘାଟ୍, ବିଜେଡିକୁ ଘାରିଛି କୋକୁଆ ଭୟ! 🔴 ନବୀନଙ୍କୁ ବେଖାତିର…ପ୍ରତାପଙ୍କ ଘରେ ପାଣ୍ଡିଆନ ପନ୍ଥୀ 🔴 ‘ଆତଙ୍କବାଦ ଶେଷ ଭାରତର ସଂକଳ୍ପ’ 🔴 ୩୨ ପାକିସ୍ତାନୀ ସେନା ନିହତ 🔴 ଡିଭାଇଡରରେ ଧକ୍କା ହୋଇ ଟ୍ରକକୁ ପିଟିଲା କାର୍‌ 🔴 ଦାନା ବାନ୍ଧୁଛି ଲଘୁଚାପ 🔴 ଶୁଭମନ ଗିଲ ଟେଷ୍ଟ ଟିମ କ୍ୟାପଟେନ