Masthead

ଆଜି ବିଜୟ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରାୟ ୧୦ ମାସ ବାକି ଅଛି। ୨୦୨୪ ଲୋକସଭା ନିର୍ବାଚନ ପାଇଁ ରଣନୀତି କରିବାକୁ ଜୁଲାଇ ୩୧ରୁ ଅଗଷ୍ଟ ୧୦ ମଧ୍ୟରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏମ୍‌ପିମାନଙ୍କର ବୈଠକ ଯୋଜନା କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ)ର ଏମ୍‌ପିମାନଙ୍କ ସହିତ ଏକ ବୈଠକ କରି ଆଗାମୀ ନିର୍ବାଚନ ସମ୍ପର୍କରେ ସେମାନଙ୍କୁ ବିଜୟ ମନ୍ତ୍ର ଦେବେ। ଏହି ବୈଠକ କାର୍ଯ୍ୟକ୍ରମ ୧୧ ଦିନ ପାଇଁ ଚାଲିବ। ମୋଟ ୧୧ଟି ଏନଡିଏ ଏମ୍‌ପି ଗ୍ରୁପ୍‌ ଗଠନ କରାଯାଇଛି। ଗୋଟିଏ ଦିନରେ ଦୁଇଟି ଗ୍ରୁପ୍‌ ବୈଠକ ଅନୁଷ୍ଠିତ ହେବ। ପ୍ରଥମ ବୈଠକ ସନ୍ଧ୍ୟା ୬.୩୦ରୁ ଉତ୍ତରପ୍ରଦେଶର ଏମ୍‌ପିମାନଙ୍କ ସହିତ ଆରମ୍ଭ ହେବ।

ଦ୍ୱିତୀୟ ବୈଠକ ୭.୩୦ରୁ ହେବ। ପ୍ରଥମ ବୈଠକରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଭାଜପା ନେତା ସଞ୍ଜୀବ ବାଲାନ ଏବଂ ବି.ଏଲ ବର୍ମା ଉପସ୍ଥିତ ରହିବେ। ଉଭୟ ବୈଠକର ସ୍ଥାନ ଅଲଗା ହେବ ବୋଲି ଜଣାପଡ଼ିଛି । ଦ୍ୱିତୀୟ ବୈଠକରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶାର ଏମ୍‌ପିମାନେ ଯୋଗଦେବେ।ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡା, କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ, ଧର୍ମେନ୍ଦ୍ର ପ୍ରଧାନ, ଶାନ୍ତନୁ ଠାକୁର, ଭାଜପା ନେତା ବୈଜନ୍ତ ପଣ୍ଡା ଏବଂ ଦିଲୀପ ଘୋଷ ଇତ୍ୟାଦି ଯୋଗଦେବେ। ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବୈଠକରେ ଯୋଗଦେବେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ