Masthead

୭୭ତମ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତ ଲାଲକିଲ୍ଲା

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସ୍ୱାଧୀନତା ଦିବସ ପାଇଁ ଚଳଚଂଚଳ ସାରା ଦେଶ । ଦିଲ୍ଲୀର ଲାଲକିଲ୍ଲାରେ ସକାଳ ୯ଟାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ପାହିଲେ ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ । ଲାଲକିଲ୍ଲାରେ ସକାଳ ୯ଟାରେ ପତାକା ଉତ୍ତୋଳନ କରିବେ ପ୍ରଧାନମନ୍ତ୍ରୀ । ଯୋଗ ଦେବେ୧୮ ହଜାର ସ୍ପେଶାଲ ଗେଷ୍ଟ ତାଲିକାରେ ରହିଛନ୍ତି ଚାଷୀ, ଶିକ୍ଷକ, ନର୍ସ ଓ ମତ୍ସଜୀବୀ । ରାତି ପାହିଲେ ଅଗଷ୍ଟ ୧୫ । ଦେଶ ପାଳିବ ୭୭ତମ ସ୍ୱାଧୀନତା ଦିବସ ।

ଗାଁଠୁ ସହର ସବୁଠି ଉତ୍ସବମୁଖର ହୋଇଉଠିଛି । ଦେଶର ରାଜଧାନୀ ଦିଲ୍ଲୀରେ ଏନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି । ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳ ୯ଟାର ନୀଳ ଗଗନରେ ଲହରାଇବେ ତ୍ରିରଙ୍ଗା ପତାକା । ୯-୧୨ର ସମୟ ମଧ୍ୟରେ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦିଲ୍ଲୀର ଲାଲକିଲ୍ଲା ଠାରେ ଏହି ସମାରୋହ ଅନୁଷ୍ଠିତ ହେବ । ଆକାଶରେ ଫର ଫର ହୋଇ ଉଡ଼ିବ ଜାତୀୟ ପତାକା । ବାଜିବ ଜାତୀୟ ସଙ୍ଗୀତ । ୨୧ ତୋପର ସମଲାମୀରେ ଗୁଂଜି ଉଠିବ ଦିଲ୍ଲୀର ଲାଲକିଲ୍ଲା ।

ପରେ ଆରମ୍ଭ ହେବ ପରେଡ । ଯେଉଁଥିରେ ଜଳ, ସ୍ଥଳ ଓ ଆକାଶ ବାହିନୀର ଯୋଦ୍ଧାମାନେ ଦେଖାଇବେ ବୀରତ୍ୱର ଜଲୱା । ଏହା ସହ ଭାରତର ଶକ୍ତି, ବିବିଧତା ଏବଂ ସାଂସ୍କୃତିକ ଐତିହ୍ୟକୁ ନେଇ ଦର୍ଶାଇବେ । ପରେଡ ଗ୍ରାଉଣ୍ଡରେ ଭାରତର ପ୍ରତ୍ୟକଟି ରାଜ୍ୟର କଳା ସଂସ୍କୃତିର ପ୍ରଦର୍ଶନ ହେବ । ପୂର୍ବରୁ ଏନେଇ ଆରମ୍ଭ ହୋଇଥିଲା ଫୁଲ ଡ୍ରେସ ରିହର୍ସାଲ । ମଙ୍ଗଳବାର ଲାଲକିଲ୍ଲାରେ ଦେଶର କୋଣ ଅନୁକୋଣରୁ ପାଖାପାଖି୧୮ ହଜାର ସ୍ପେଶାଲ ଗେଷ୍ଟ ଏହି ଉତ୍ସବରେ ଯୋଗ ଦେବେ ।

ଦେଶର ୬୬୦ଟି ଗାଁରୁ ୪୦ ସରପଂଚ, ୨୫୦ ଜଣ କୃଷକ, ୫୦ ପ୍ରଧାନମନ୍ତ୍ରୀ, କିଷାନ ସମ୍ମାନ ନିଧୀ ସ୍କିମ ଓ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନାର ୫୦ ହିତାଧିକାରୀ, ୫୦ ଶ୍ରମ ଯୋଗୀ, ୫୦ ଖଦୀ ଶ୍ରମିକ, ୫୦ ସ୍କୁଲ ଶିକ୍ଷକ, ନର୍ସ, ମତ୍ସଜୀବୀ ପରି ବ୍ୟକ୍ତିଙ୍କ ଏଥିରେ ସାମିଲ କରାଯାଇଛି । ସମଗ୍ର ଦେଶର ୧୧୦୦ ଏନସିସି କ୍ୟାଡେଟ୍ସମାନେ ପରେଡରେ ଯୋଗ ଦେବା ସହ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଜାତୀୟ ସଙ୍ଗୀତ ଗାନ କରିବେ । କାଲିର ପତାକା ଉତ୍ତୋଳନ ସମାରୋହ ପାଇଁ ସଜେଇ ହୋଇଛି ଲାଲକିଲ୍ଲା । ଯେଉଁଥିରେ ଜି-୨୦ ଶିଖର ସମ୍ମିଳନୀର ଲୋଗୋ ରହିବ ।

୭୭ତମ ସ୍ୱାଧୀନତା ଦିବସ ଅବସରରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମାଇଁ ଗଭର୍ଣ୍ଣମେଂଟ ପୋର୍ଟାଲରେ ଏକ ଅନାଲାଇନ ସେଲଫୀ ପ୍ରତିଯୋଗିତାର ଆୟୋଜନ କରାଯାଇଛି । ଅଗଷ୍ଟ୧୫-୨୦ ପର୍ଯ୍ୟନ୍ତ ସାରା ଦେଶରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଯେଉଁଥି ପାଇଁ ସରକାରଙ୍କ ପକ୍ଷରୁ ୧୨ଟି ଜାଗାରେ ତିଆରି ହୋଇଛି ସେଲଫୀ ପଏଂଟ । ନ୍ୟାସନାଲ ୱାର ମେମୋରିଆଲ, ଇଣ୍ଡିଆ ଗେଟ, ବିଜୟ ଚୌକ, ନୂଆ ଦିଲ୍ଲୀ ରେଲୱେ ଷ୍ଟେସନ, ପ୍ରଗତି ମୈଦାନ, ରାଜ ଘାଟ, ଜମା ମସଜିଦ ମେଟ୍ରୋ ଷ୍ଟେସନ, ରାଜୀବ ଚୌକ ମେଟ୍ରୋ ଷ୍ଟେସନ, ଦିଲ୍ଲୀ ଗେଟ ମେଟ୍ରୋ ଷ୍ଟେସନ, ଆଇଟିଓ ମେଟ୍ରୋ ଗେଟ, ନୌବାତ ଖାନା ଓ ଶିଶ ଗଂଜ ଗୁରୁଦ୍ୱାରାରେ ଏହି ସେଲଫୀ ପଏଂଟ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ