Masthead

୨୦୨୯ ସୁଦ୍ଧା ‘ୱାନ ନେସନ ୱାନ ଇଲେକ୍ସନ’!

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ୨୦୨୪ରେ ଲୋକ ସଭା ଓ ବିଧାନସଭାଗୁଡ଼ିକର ଏକକାଳୀନ ନିର୍ବାଚନ ହେବ ନାହିଁ। ଯଦିଓ ଏହା ୨୦୨୪ ପୂର୍ବରୁ ସମ୍ଭବ ହୋଇପାରିବ ନାହିଁ କିନ୍ତୁ ୨୦୨୯ ସୁଦ୍ଧା କାର୍ଯ୍ୟକାରୀ କରିବାକୁ ଯଥାସମ୍ଭବ ପ୍ରୟାସ ଚାଲିଛି ବୋଲି ଜଣାପଡ଼ିଛି । ଆଇନ କମିସନ ଏବେର ବିଧାନସଭାମାନଙ୍କର କାର୍ଯ୍ୟକାଳ ବଢ଼ାଇ କିମ୍ବା କମାଇ ୨୦୨୯ରେ ଲୋକସଭା ନିର୍ବାଚନ ସହିତ ସମସ୍ତ ବିଧାନସଭା ନିର୍ବାଚନ କରାଇବା ଫର୍ମୁଲାରେ କାମ କରୁଛି ।

୨୦୨୯ରେ ଏହାକୁ କାର୍ୟ୍ୟକାରୀ କରାଯାଇପାରିବ ବୋଲି ଲ’ କମିଶନ ମତ ଦେଇଥିବା ସୂତ୍ରରୁ ଜଣାପଡ଼ିଛି। ‘ଏକ ଦେଶ ଏକ ନିର୍ବାଚନ’କୁ ନେଇ ବିତର୍କ ଜାରି ରହିଥିବାବେଳେ ଲ’ କମିଶନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନିଜ ରିପୋର୍ଟ ପ୍ରକାଶ କରିପାରନ୍ତି। ସବୁ ନିର୍ବାଚନକୁ ଏକାଥରକେ କରିବାକୁ ହେଲେ ସମ୍ବିଧାନ ସଂଶୋଧନ ଜରୁରୀ। ତେଣୁ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ନାହିଁ ବୋଲି କମିଶନ କହିଛନ୍ତି। ପ୍ରକାଶ ଯେ, ୨୦୨୨ ଡିସେମ୍ବରରେ ୨୨ତମ ଲ’ କମିଶନ ଏହା ଉପରେ ୬ଟି ପ୍ରଶ୍ନକୁ ନେଇ ଜାତୀୟ ଦଳଗୁଡ଼ିକ ସମେତ ବିଭିନ୍ନ ପକ୍ଷଙ୍କ ମତାମତ ଲୋଡ଼ିଥିଲେ।

ପୂର୍ବରୁ ୨୦୧୮ରେ ୨୧ତମ ଲ’ କମିଶନ ଏକକାଳୀନ ନିର୍ବାଚନ ସମ୍ପର୍କିତ ଚିଠା ରିପୋର୍ଟ ଆଇନ ମନ୍ତ୍ରଣାଳୟ ନିକଟରେ ଦାଖଲ କରିଥିଲେ। ଯଦିଓ ଏହା ୨୦୨୪ ପୂର୍ବରୁ ସମ୍ଭବ ହୋଇପାରିବ ନାହିଁ କିନ୍ତୁ ୨୦୨୯ ସୁଦ୍ଧା କାର୍ୟ୍ୟକାରୀ କରିବାକୁ ଯଥାସମ୍ଭବ ପ୍ରୟାସ ଚାଲିଛି ବୋଲି ଜଣାପଡ଼ିଛି । ଆଇନ କମିସନ ଏବେର ବିଧାନସଭାମାନଙ୍କର କାର୍ୟ୍ୟକାଳ ବଢ଼ାଇ କିମ୍ବା କମାଇ ୨୦୨୯ରେ ଲୋକସଭା ନିର୍ବାଚନ ସହିତ ସମସ୍ତ ବିଧାନସଭା ନିର୍ବାଚନ କରାଇବା ଫର୍ମୁଲାରେ କାମ କରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 ୬ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ‘ଏଫଏମ୍ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ପାଇଁ ଦାୟୀ କଲେଜ କର୍ତ୍ତୃପକ୍ଷ’ 🔴 ‘ଘଟଣାକୁ ଗୁରୁତ୍ୱର ସହ ନିଆଯାଇଛି’ 🔴 ନାଳ ସାଜୁଛି କାଳ 🔴 ହଷ୍ଟେଲ ଖାଦ୍ୟ ଖାଇ ୪୭ ଛାତ୍ର ଅସୁସ୍ଥ 🔴 ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା