Masthead

‘ବଡ଼ ଖବର’ ପ୍ରଭାବ, ପଦ୍ମଚରଣଙ୍କୁ ମିଳିବ ଚାଉଳ

ଦଶପଲ୍ଲା, (ବଡ଼ ଖବର ବ୍ୟୁରୋ): ଖବର ପ୍ରସାରିତ ହେବା ପରେ ପ୍ରଶାସନର ନଜର ପଡ଼ିଛି । ନୟଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜାମେଣ୍ଢି ପଞ୍ଚାୟତ ପ୍ରଧାନପଡ଼ା ଗାଁର ପଦ୍ମଚରଣ ବେହେରାଙ୍କର ରାସନକାର୍ଡ ଥାଇ ମଧ୍ୟ ସେ ଚାଉଳ ପାଇବାରୁ ବଞ୍ଚିତ ଥିଲେ । ଏନେଇ ସୋମବାର ‘ବଡ଼ ଖରର’ରେ ଖବର ପ୍ରସାର କରାଯାଇଥିଲା । ମଙ୍ଗଳବାର ଏହାର ପ୍ରଭାବ ପଡ଼ିଛି । ସକାଳୁ ସକାଳୁ ପଞ୍ଚାୟତ ସମିତିର ଯୋଗାଣ ଅଧିକାରୀଙ୍କ ଚୈତନ୍ୟ ଉଦୟ ହୋଇଛି । ପଦ୍ମଚରଣଙ୍କ ଘରକୁ କର୍ମଚାରୀଙ୍କୁ ପଠାଇ ଆଧାରକାର୍ଡକୁ ଲିଙ୍କ୍ କରିବା ସହ ଚାଉଳ ଆଣିବାକୁ ପରାମର୍ଶ ଦେଇଛନ୍ତି । ଦୀର୍ଘ ଦୁଇବର୍ଷ ହେବ ବ୍ଲକକୁ ଦୌଡ଼ି ଦୌଡ଼ି ଯେଉଁ କାମ ହୋଇପାରୁନଥିଲା । ‘ବଡ଼ ଖବର’ରେ ଖବର ପ୍ରସାରଣ ପରେ ପଦ୍ମଚରଣଙ୍କ ସମସ୍ୟାର ସମାଧାନ ହୋଇଥିବାରୁ ‘ବଡ଼ ଖବର’କୁ ଧନ୍ୟବାଦ ଜଣାଇଛନ୍ତି ପଦ୍ମଚରଣ ଓ ପ୍ରଧାନପଡ଼ାର ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼