Masthead

‘ରାହୁଲ ଗାନ୍ଧୀ ନୂଆ ଯୁଗର ରାବଣ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଟାର୍ଗେଟ କଲା ବିଜେପି । ବିଜେପି ଓ ରାହୁଲଙ୍କ ମଧ୍ୟରେ ଆରମ୍ଭ ହୋଇଛି ପୋଷ୍ଟର ୱାର । ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ପୋଷ୍ଟର ଜାରି କରିଛି । ଯେଉଁଥିରେ ରହାୁଲ ରାବଣ ଭଳି ଦେଖାଯାଉଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ବୁଧବାର ଦିନ ନରେନ୍ଦ୍ର ମୋଦୀଙ୍କ ଏକ ପୋଷ୍ଟର କଂଗ୍ରେସ ସେୟାର କରିବା ପରେ ବିଜେପି ରାହୁଲଙ୍କ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛି ।

ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଇଛି ଭାରତୀୟ ଜନତା ପାର୍ଟି । ଟ୍ୱିଟ କରି ଲେଖାଯାଇଛି, ଏ ହେଉଛନ୍ତି ନୂଆ ଯୁଗର ରାବଣ । ସେ ଖଳ ପ୍ରକୃତିର ଏବଂ ଧର୍ମ ତଥା ରାମ ବିରୋଧୀ । ଟ୍ୱିଟରେ ବିଜେପି ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରାସଙ୍କୁ ମଧ୍ୟ ଟାର୍ଗେଟ କରିଛି। ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେ କହିଛନ୍ତି ତୁମର ପାର୍ଟିର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଉଥିବା ଏହି ହିଂସାତ୍ମକ ଏବଂ ଉତ୍ତେଜନାମୂଳକ ଟୁଇଟ୍ ସହିତ ଆପଣ ସହମତ କି? ଅଧିକ ସମୟ ହୋଇନାହିଁ, ଆପଣ ସୂଚିତାର ଶପଥ ନେଇଥିଲେ । କଥା ଦେଇ ଶପଥ ଭୁଲି ଗଲେ କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା 🔴 ‘ଅଭିଯୋଗ ପ୍ରକୋଷ୍ଠରେ ୯୧% ଅଭିଯୋଗ ସମାଧାନ ହୋଇଛି’ 🔴 ଟିକେଟ କଳାବଜାରି, ୪ ଅଟକ 🔴 ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି 🔴 ହାଡ଼ଭଙ୍ଗା ଜାଡ଼ରେ ପୂରା ରାଜ୍ୟ ଥରିବ 🔴 ‘୨୪ ଘଣ୍ଟାରେ ଉତ୍ତର ଦିଅ…ନହେଲେ କାର୍ଯ୍ୟାନୁଷ୍ଠାନ’ 🔴 ୩୧୨ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ 🔴 ମହାପ୍ରଭୁଙ୍କ ଛୁଆଁ ମହାସ୍ନାନ 🔴 କାଲୁଆ ପବନ କରିବ କଲବଲ 🔴 ଆଜି ବି ସରଗରମ ରହିବ ବିଧାନସଭା 🔴 ଶୀତରେ ଥରୁଛି ପୂରା ଓଡ଼ିଶା