Masthead

‘ରାହୁଲ ଗାନ୍ଧୀ ନୂଆ ଯୁଗର ରାବଣ’

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପୁଣି ଟାର୍ଗେଟ କଲା ବିଜେପି । ବିଜେପି ଓ ରାହୁଲଙ୍କ ମଧ୍ୟରେ ଆରମ୍ଭ ହୋଇଛି ପୋଷ୍ଟର ୱାର । ବିଜେପି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ପୋଷ୍ଟର ଜାରି କରିଛି । ଯେଉଁଥିରେ ରହାୁଲ ରାବଣ ଭଳି ଦେଖାଯାଉଛନ୍ତି। ଏ ସମ୍ପର୍କରେ କଂଗ୍ରେସ ଓ ବିଜେପି ମଧ୍ୟରେ ବାକ ଯୁଦ୍ଧ ତୀବ୍ର ହୋଇଛି। ବୁଧବାର ଦିନ ନରେନ୍ଦ୍ର ମୋଦୀଙ୍କ ଏକ ପୋଷ୍ଟର କଂଗ୍ରେସ ସେୟାର କରିବା ପରେ ବିଜେପି ରାହୁଲଙ୍କ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରିଛି ।

ଏଥିରେ ରାହୁଲଙ୍କୁ ନୂଆ ଯୁଗର ରାବଣ ବୋଲି ଦର୍ଶାଇଛି ଭାରତୀୟ ଜନତା ପାର୍ଟି । ଟ୍ୱିଟ କରି ଲେଖାଯାଇଛି, ଏ ହେଉଛନ୍ତି ନୂଆ ଯୁଗର ରାବଣ । ସେ ଖଳ ପ୍ରକୃତିର ଏବଂ ଧର୍ମ ତଥା ରାମ ବିରୋଧୀ । ଟ୍ୱିଟରେ ବିଜେପି ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ଜର୍ଜ ସୋରାସଙ୍କୁ ମଧ୍ୟ ଟାର୍ଗେଟ କରିଛି। ସେପଟେ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପ୍ରିୟଙ୍କା ଗାନ୍ଧୀ । ସେ କହିଛନ୍ତି ତୁମର ପାର୍ଟିର ଅଫିସିଆଲ୍ ଟୁଇଟର ହ୍ୟାଣ୍ଡେଲ ଦ୍ୱାରା କରାଯାଉଥିବା ଏହି ହିଂସାତ୍ମକ ଏବଂ ଉତ୍ତେଜନାମୂଳକ ଟୁଇଟ୍ ସହିତ ଆପଣ ସହମତ କି? ଅଧିକ ସମୟ ହୋଇନାହିଁ, ଆପଣ ସୂଚିତାର ଶପଥ ନେଇଥିଲେ । କଥା ଦେଇ ଶପଥ ଭୁଲି ଗଲେ କି?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼