https://youtu.be/a53GxIgzXNE
ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦୀପାବଳି ପାଇଁ ଗାଁ ଠୁ ସହର ସବୁଠି ଚଳଚଂଚଳ । କେଉଁଠି ଦୀପର ଆଲୋକ ତ ଆଉ କେଉଁଠି ରଙ୍ଗବେରଙ୍ଗର ଆଲୋକମାଳା । ତେବେ ଆଲୋକର ପର୍ବ ଦୀପାବଳିରେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ବେଶ ଉସôାହିତ ଅଛନ୍ତି ଲୋକେ । ମା’ ଲକ୍ଷ୍ମୀ ଓ ଶ୍ରୀଗଣେଷଙ୍କ କୃପାଲାଭ ପାଇଁ ଘରେ ଘରେ କରାଯାଉଛି ମା’ଙ୍କ ପୂଜାର୍ଚ୍ଚନା । ଏଥି ସହିତ ଘରେ ଦୀପ ଜାଳି ଏହି ପରମ୍ପରାକୁ ଆଗେଇ ନେଉଛନ୍ତି ଲୋକେ । ତେବେ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ମଧ୍ୟ ବିଭିନ୍ନ ବିଧି ବିଧାନକୁ ଅନୁସରଣ କରିବାକୁ ହୋଇଥାଏ । ପ୍ରଥା ରହିଛି ମା’ଙ୍କ ଉଦେ୍ଦଶ୍ୟରେ ମାଟି ଦୀପ ହିଁ ଜାଳିବା ଉଚିତ୍ । ଏପରି କଲେ ଘରୁ ନକରାତ୍ମକ ଶକ୍ତି ଗୁଡିକ ଦୂରେଇ ଯାଇ ସକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ । । ଏହି ପୂଜା ପାଇଁ କିଛି ସ୍ୱତନ୍ତ୍ର ବିଧି ବିଧାନ ଉପରେ ବିଶେଷ ଧ୍ୟାନ ଦେବାକୁ ହୋଇଥାଏ । ଅଧିକ ଖବର ଜାଣିବା ପାଇଁ ଦେଖନ୍ତୁ ବଡ଼ ଖବର…