Masthead

ଓଡ଼ିଶା ରାଜନୀତି ଉପରେ ତେଲେଙ୍ଗାନା ଫଳର ଇମପାକ୍ଟ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ତେଲେଙ୍ଗାନାର ଫଳ ଉପରେ ଓଡ଼ିଶାର ବି ଫଳ ନିର୍ଭର କରୁଛି । ତେଲେଙ୍ଗାନା ଫଳ ଉପରେ ଖାଲି ଜାତୀୟ ନୁହେଁ ଓଡ଼ିଶା ରାଜନୀତିରେ ବି ଇମପାକ୍ଟ ଅଛି । କାହିଁକିନା ତେଲେଙ୍ଗାନାର ସିନାରିଓ ଆଉ ଓଡ଼ିଶାର ସିନାରିଓ ଭିତରେ ଅନେକ କିଛି ଫରକ ନାହିଁ । ତେଲେଙ୍ଗାନାରେ ଶାସନରେ ଅଛି ଏକ ଆଂଚଳିକ ଦଳ । ଯଦିଓ ବିଆରଏସ ନିଜକୁ ଜାତୀୟ ଦଳ କହେ କିନ୍ତୁ ଜାତୀୟ ରାଜନୀତି ଦୃଷ୍ଟିରୁ ସେ ଏବେବି ଗୋଟେ ରିଜିଓନାଲ ପାର୍ଟି । ତେଲେଙ୍ଗାରେ କେସିଆରଙ୍କ ଲଢେଇ ହେଉଛି ୨ ଜାତୀୟ ଦଳଙ୍କ ସହିତ । ବିଜେପି ଆଉ କଂଗ୍ରେସ । ଓଡ଼ିଶାରେ ବି ନବୀନ ବାବୁଙ୍କ ଆଂଚଳିକ ଦଳର ଲଢେଇ ହେଉଛି ବିଜେପି ଆଉ କଂଗ୍ରେସ ସହିତ । ସେଠି କେସିଆର ମଧ୍ୟ ଏକ ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବରେ ଏକ ରାଜ୍ୟ ଗଠନ ହେବାଠାରୁ ୧୦ ବର୍ଷ ହେଲା ଉଭା ହୋଇଛନ୍ତି । ନବୀନ ପଟ୍ଟନାୟକ ମଧ୍ୟ ଗଲା ୨୩ ବର୍ଷ ହେଲା ଅପ୍ରତିଦ୍ୱନ୍ଦ୍ୱୀ ଭାବରେ ଅଛନ୍ତି । କୌଣସି ନିର୍ବାଚନରେ କେସିଆରଙ୍କ ବିଆରଏସ ହାରେ ନାହିଁ ଏଭଳି କୁହାଯାଏ । ଏଠି ବିଜେଡି ସହିତ ମଧ୍ୟ ସମାନ କଥା ।

ତେବେ ଏଥର କେସିଆରଙ୍କୁ ଏକ ବଡ଼ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡୁଛି । ଗତ ହାଇଦ୍ରାବାଦ ମହାନଗର ନିଗମ ନିର୍ବାଚନରେ ବିଜେପି ୨ ନମ୍ବରରେ ଥିବା କେସିଆରଙ୍କ ଦଳ ପ୍ରଥମେ ଥିଲା କଂଗ୍ରେସ ଅତି ଦୟନୀୟ ପ୍ରଦର୍ଶନ କରି ତୃତୀୟରେ ଥିଲା । କିନ୍ତୁ ଅଚାନକ କଂଗ୍ରେସର ଶକ୍ତି ବଢିଯାଇଛି । ୬ ମାସ ତଳେ କେହି କେବେ ଭାବି ନଥିଲେ ଯେ ଏଥର ବିଆରଏସକୁ ନିର୍ବାଚନରେ ଲଢେଇର ସମ୍ମୁଖୀନ ହେବାକୁ ପଡିବ । ବିଆରଏସ ସବୁ ସର୍ଭେରେ ବହୁତ ଆଗରେ ଥିଲା । ଯଦି ତେଲେଙ୍ଗାନାରେ ବିଜେପି ଭଲ କରୁଛି । ତାହେଲେ ଓଡ଼ିଶା ବିଜେପି ଉସôାହିତ ହେବ । ଯଦି କଂଗ୍ରେସ ସତ୍ତା କୁ ଫେରୁଛି ତେବେ ତାର ଏକ ବିଶ୍ୱସ ବଢିବ ଯେ ଦୟନୀୟ ସ୍ଥିତିରୁ ବି ଉଠାଯାଇପାରେ । ଦୁର୍ବଳ ସଙ୍ଗଠନକୁ ସଜଡା ଯାଇପାରେ । ଗୋଷ୍ଠୀ କନ୍ଦଳକୁ ଏଡାଇ ସମସ୍ତେ ଏକାଠି ଲଢିଲେ ନିର୍ବାଚନରେ ବି ମ୍ୟାଜିକ ହୋଇପାରିବ । ଏଭଳି ଏକ ବିଶ୍ୱାସ କଂଗ୍ରେସର ଆସିବ । ବିଜେପି ଯଦି ତେଲେଙ୍ଗାନା ସମେତ ଅନ୍ୟ ରାଜ୍ୟରେ ଭଲ ପ୍ରଦର୍ଶନ କରୁଛି ଏଠି ଓଡ଼ିଶା ବିଜେଡିକୁ ତାର ପ୍ରଭାବ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି