Masthead

ଚାନ୍ଦବାଲି କଂଗ୍ରେସ ନେତାଙ୍କ ଧାନକଟା ରାଜନୀତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ସହର ଛାଡି ଗାଁ ମୁହାଁ ହେଲେଣି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନି ଦଳ ଅଣ୍ଟା ଭିଡୁଛନ୍ତି । କଂଗ୍ରେସ ନେତା ଆପଣେଇଛନ୍ତି ଭିନ୍ନ ଏକ ରାଜନୈତିକ କୌଶଳ ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଗତ କିଛିଦିନ ତଳେ ଚାନ୍ଦବାଲି କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ବିଲରେ ଧାନ କାଟି ବେଶ ଚର୍ଚ୍ଚାରେ ଥିବାବେଳେ । ଏହାକୁ ସମାଲୋଚନା କରି ବିଜେପି କହିଛି ଚାନ୍ଦବାଲିରେ କଂଗ୍ରେସକୁ ଲୋକେ ଚାହୁଁନାହାନ୍ତି । ଅନ୍ୟପଟେ କଂଗ୍ରେସ କହିଛି କଂଗ୍ରେସର ଶକ୍ତି ପଦର୍ଶନ ଦେଖି ବିଜେପି-ବିଜେଡି ଭୟଭୀତ । ଅନ୍ୟପଟେ ଦଳୀୟ କର୍ମୀ ମାନଙ୍କ ଭିତରେ ନିଜ ନେତା ମାନଙ୍କୁ ଟିକେଟ ମିଳିବା ନେଇ ବେଶ ଆଶାଇ ଅଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପୁରୁଣା ନେତା ମାନଙ୍କ ମଧ୍ୟରୁ ଦଳ କାହାକୁ ଆଗାମି ନିର୍ବାଚନରେ ଟିକେଟ ଦେବ ସେନେଇ ଅଙ୍କ କଷା ଚାଲିଛି । ସତ୍ୟାନନ୍ଦଙ୍କ ଧାନକଟା କୌଶଳକୁ ନେଇ ସେ ଯେତିକି ଚର୍ଚ୍ଚାରେ ଅଛନ୍ତି, କଂଗ୍ରେସ ଦଳ ତା ଠାରୁ ଅଧିକ ଚର୍ଚ୍ଚାରେ । ଦେଖିବାକୁ ବାକି ରହିଲା ଚାନ୍ଦବାଲିରେ କଂଗ୍ରେସର ରାଜନୀତି କେଉଁ ମୋଡ଼ ନେଉଛି, ସତ୍ୟାନନ୍ଦଙ୍କୁ ମିଳୁଛି ଟିକେଟ ନା ଆଉ କାହାଙ୍କୁ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ