Masthead

ଚାନ୍ଦବାଲି କଂଗ୍ରେସ ନେତାଙ୍କ ଧାନକଟା ରାଜନୀତି

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନେତା ସହର ଛାଡି ଗାଁ ମୁହାଁ ହେଲେଣି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ ବିଜେଡି, ବିଜେପି ଓ କଂଗ୍ରେସ ଏହି ତିନି ଦଳ ଅଣ୍ଟା ଭିଡୁଛନ୍ତି । କଂଗ୍ରେସ ନେତା ଆପଣେଇଛନ୍ତି ଭିନ୍ନ ଏକ ରାଜନୈତିକ କୌଶଳ ଯାହାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ।
ଗତ କିଛିଦିନ ତଳେ ଚାନ୍ଦବାଲି କଂଗ୍ରେସ ନେତା ସତ୍ୟାନନ୍ଦ ରାଉତ ବିଲରେ ଧାନ କାଟି ବେଶ ଚର୍ଚ୍ଚାରେ ଥିବାବେଳେ । ଏହାକୁ ସମାଲୋଚନା କରି ବିଜେପି କହିଛି ଚାନ୍ଦବାଲିରେ କଂଗ୍ରେସକୁ ଲୋକେ ଚାହୁଁନାହାନ୍ତି । ଅନ୍ୟପଟେ କଂଗ୍ରେସ କହିଛି କଂଗ୍ରେସର ଶକ୍ତି ପଦର୍ଶନ ଦେଖି ବିଜେପି-ବିଜେଡି ଭୟଭୀତ । ଅନ୍ୟପଟେ ଦଳୀୟ କର୍ମୀ ମାନଙ୍କ ଭିତରେ ନିଜ ନେତା ମାନଙ୍କୁ ଟିକେଟ ମିଳିବା ନେଇ ବେଶ ଆଶାଇ ଅଛନ୍ତି । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ପୁରୁଣା ନେତା ମାନଙ୍କ ମଧ୍ୟରୁ ଦଳ କାହାକୁ ଆଗାମି ନିର୍ବାଚନରେ ଟିକେଟ ଦେବ ସେନେଇ ଅଙ୍କ କଷା ଚାଲିଛି । ସତ୍ୟାନନ୍ଦଙ୍କ ଧାନକଟା କୌଶଳକୁ ନେଇ ସେ ଯେତିକି ଚର୍ଚ୍ଚାରେ ଅଛନ୍ତି, କଂଗ୍ରେସ ଦଳ ତା ଠାରୁ ଅଧିକ ଚର୍ଚ୍ଚାରେ । ଦେଖିବାକୁ ବାକି ରହିଲା ଚାନ୍ଦବାଲିରେ କଂଗ୍ରେସର ରାଜନୀତି କେଉଁ ମୋଡ଼ ନେଉଛି, ସତ୍ୟାନନ୍ଦଙ୍କୁ ମିଳୁଛି ଟିକେଟ ନା ଆଉ କାହାଙ୍କୁ?

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ