Masthead

ମା”ଙ୍କ ସନ୍ଧି ପୂଜାର ମାହାତ୍ମ୍ୟ

କଟକ, ( ବଡ଼ ଖବର ବ୍ୟୁରୋ ): କରୋନା କଟକଣା ଭିତରେ କଟକର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମା’ । ପାଞ୍ଜି ଅନୁସାରେ ଆଜି ପିଠେ ନବମୀ । ମଣ୍ଡେପେ ମା’ଙ୍କର ଅଷ୍ଟମୀ ପୁଜା । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ । ଆଜି ନବରାତ୍ରୀର ଅନ୍ତିମ ଦିନ ଏବଂ ମଣ୍ଡପରେ ମା’ର ଦ୍ୱିତୀୟ ଦିନ ପୂଜା । ଆଜି ମା’ ଜଗଜ୍ଜନନୀଙ୍କର ବିଶେଷ ପୂଜା ହୁଏ । ଯାହାକୁ ସନ୍ଧିପୂଜା ବୋଲି ମଧ୍ୟ କୁହାଯାଏ । ପ୍ରାଣ ପ୍ରତିଷ୍ଠା ବ୍ୟତୀତ ଏହା ମହାସପ୍ତମୀ ପୂଜା ସହିତ ସମାନ । କଟକର ପ୍ରତ୍ୟେକ ପୂଜା ମଣ୍ଡପରେ କ୍ରମାଗତ ଭାବରେ ଷୋଡ଼ଶଉପଚାର, ଚଣ୍ଡୀ ପାଠ , ସନ୍ଧିପୂଜା, ବଳିଦାନ ଓ ପୁଷ୍ପାଞ୍ଜଳି ସହିତ ପୂଜା ସମ୍ପନ୍ନ ହୋଇଯାଇଛି । ସନ୍ଧି ପୂଜାରେ ୧୦୮ ଦୀପ, ୧୦୮ ପଦ୍ମଫୁଲ ଓ ୧୦୮ ବେଲପତ୍ର ମା’ଙ୍କ ନିକଟରେ ଲାଗି କରାଯାଇଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ଫଳ, ପୁଷ୍ପ ସହ ଅଳଙ୍କାର ମଧ୍ୟ ମା’ ଦୁର୍ଗାଙ୍କୁ ଅର୍ପଣ କରାଯାଏ ।

ତେବେ ଆସନ୍ତୁ ଜାଣିବା କ’ଣ ଏହି ସନ୍ଧିପୂଜା
ଭାରତବର୍ଷରେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଲୋକ କଥା ଅଛି । ସେହିପରି ଲୋକମାନେ ଭାବନ୍ତି ଯେ ମା’ ଦୁର୍ଗା ମହିଷାସୁରକୁ ଦଶମୀରେ ନାଶ କରିଥିଲେ, କିନ୍ତୁ ଓଡ଼ିଆ ଘରର ଲୋକକଥା ଓ ପୁରାଣ ଅନୁସାରେ ସନ୍ଧି ପୂଜା ପରେ ସେ ମହିଷାସୁରକୁ ନାଶ କରିଥିଲେ । ଏହି ସନ୍ଧିପୂଜା ଅଷ୍ଟମୀ ଓ ନବମୀ ଦିନର ମଧ୍ୟ ସମୟ ବା ସନ୍ଧି ସମୟ । ବିଶ୍ୱାସ କରାଯାଏ ଯେ ସେହି ସମୟରେ ମା’ ଦୁର୍ଗା ସମସ୍ତ ଦେବଦେବୀଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇଥିଲେ । ପରେ ମାତା ଦୁର୍ଗା ଏବଂ ମହିଷାସୁରା ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇଥିଲା। ସେହି ସମୟରେ ଚଣ୍ଡ ଏବଂ ମୁଣ୍ଡ ନାମକ ଦୁଇ ରାକ୍ଷସ ମାତା ଚାମୁଣ୍ଡାଙ୍କ ପିଠିକୁ ଆକ୍ରମଣ କରିଥିଲେ, କ୍ରୋଧରେ ମାତାଙ୍କ ମୁହଁ ନୀଳ ହୋଇଯାଇଥିଲା । ପରେ ମାତା ଦୁର୍ଗା ତୃତୀୟ ଆଖି ଖୋଲିଥିଲେ । ମାତା ଦୁର୍ଗାଙ୍କ ରୂପ ଚାମୁଣ୍ଡା ଦେବୀକୁ ବଦଳିଗଲା । ପରେ ମାଆ ଚଣ୍ଡ ଏବଂ ମୁଣ୍ଡଙ୍କୁ ହତ୍ୟା କରିଥିଲେ। ଚାମୁଣ୍ଡା ରୂପ ନେଇ ମା ଦୁର୍ଗାଙ୍କ ସମ୍ମାନାର୍ଥେ ଏହି ସନ୍ଧି ପୂଜା କରାଯାଏ ବୋଲି କେଉଁ ଆବହମାନକାଳରୁ ବିଶ୍ୱାସ ରହିଆସିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ