Masthead

ଓପିଟିସିଏଲ ଜମି ଅଧିଗ୍ରହଣ ମାମଲା, ଜିଦରେ ଅଟଳ ଆଦିବାସୀ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଓପିଟିସିଏଲ ଜମି ଅଧିଗ୍ରହଣ ମାମଲା । କଳିଙ୍ଗନଗର ଏଡିଏମଙ୍କ ଉପସ୍ଥିତିରେ ବସିଥିବା ମିଟିଂ ଫେଲ ମାରିଛି । ଯାଜପୁର କଳିଙ୍ଗନଗର ଆମ୍ବଗାଡିଆ ବିରିଭୂମି ପାଖରେ ଥିବା ଆଦିବାସୀଙ୍କ ଜମିକୁ ଓଡ଼ିଶା ସରକାରଙ୍କର ଓପିଟିସିଏଲ କମ୍ପାନୀ ପୋଲିସ ଲଗାଇ ଯୋରଦଵସ୍ତ ଜମିଅଧିଗ୍ରହଣ କରୁଥିବା ବେଳେ ଏହାକୁ ଆଦିବାସୀମାନେ ବିରୋଧ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ କଳିଙ୍ଗନଗର ଏଡିଏମଙ୍କ କାର୍ୟ୍ୟାଳୟରେ ଏକ ମିଟିଙ୍ଗ ମଧ୍ୟ୍ୟ ହୋଇଥିଲା । ମାତ୍ର ଏଥିରେ ବି ଫେଲ ମାରିଲା ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଫୁଣି ଥରେ ଅଶାନ୍ତ ମୁହାଁ ହେଇଛି କଳିଙ୍ଗନଗର । ସୁକିନ୍ଦା ତହସିଲ ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତ ଆମ୍ବଗାଡ଼ିଆ ବିରିଭୂମି ଢ଼ୋଲାପଥର ନିକଟରେ ଥିବା ଆଦିବାସୀଙ୍କ ଜମିକୁ ଓଡ଼ିଶା ସରକାରଙ୍କ ଓପିଟିସିଏଲ ଯୋର ଜବରଦସ୍ତ ପୋଲିସ ଲଗେଇ ଜମି ଅଧିଗ୍ରହଣ କରୁଥିବା ଦାବୀ କରି ଏହାକୁ ଆଦିବାସୀମାନେ ବିରୋଧ କରିଥିଲେ ।

ଯାହାକୁ ନେଇ ପୋଲିସ ଓ ସୁକିନ୍ଦା ତହସିଲ ଅଧିକାରୀଣୀ ସହ ମୁହାଁମୁହିଁ ପରିସ୍ଥିତି ମଧ୍ୟ୍ୟ ସୃଷ୍ଟି ହୋଇଥିଲା । ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସରକାର ସଂପୂର୍ଣ୍ଣ କଳିଙ୍ଗନଗରକୁ ଏବେ ଟାଟାକୁ ଦାନ କରିବାକୁ ବସିଛନ୍ତି ବୋଲି ଆଦିବାସୀ ଅଭିଯୋଗ କରିବା ସହ ଆଉ ଟିକେ ବି ଜମି କାହାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ଏଡିଏମ ନବକୃଷ୍ଣ ଜେନା କହିଛନ୍ତି ଆଦିବାସୀମାନଙ୍କ ଉପରେ କୋଣସି ଜୁଲୁମ ହେଉ ନାହିଁ ଓପିଟିସିଏଲ ୧୯୯୩ ମସିହାରେ କିଣିଥିବା ଜମିରେ ନିଜର ପାଚେରୀ ନିର୍ମାଣ କରୁଛି ଯେହେତୁ ଜାନୁଆରୀ ୨ ତାରିଖ ଦିନ ସହିଦ ଦିବସ ଅଛି ସେଥିପାଇଁ ୬ ଯାଏଁ ଏହାକୁ ସ୍ଥଗିତ ରଖାଯାଇଥିବା କଳିଙ୍ଗନଗର ଏଡିଏମ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ