Masthead

ଓପିଟିସିଏଲ ଜମି ଅଧିଗ୍ରହଣ ମାମଲା, ଜିଦରେ ଅଟଳ ଆଦିବାସୀ

ସୁକିନ୍ଦା (ବଡ଼ ଖବର ବ୍ୟୁରୋ): ଓପିଟିସିଏଲ ଜମି ଅଧିଗ୍ରହଣ ମାମଲା । କଳିଙ୍ଗନଗର ଏଡିଏମଙ୍କ ଉପସ୍ଥିତିରେ ବସିଥିବା ମିଟିଂ ଫେଲ ମାରିଛି । ଯାଜପୁର କଳିଙ୍ଗନଗର ଆମ୍ବଗାଡିଆ ବିରିଭୂମି ପାଖରେ ଥିବା ଆଦିବାସୀଙ୍କ ଜମିକୁ ଓଡ଼ିଶା ସରକାରଙ୍କର ଓପିଟିସିଏଲ କମ୍ପାନୀ ପୋଲିସ ଲଗାଇ ଯୋରଦଵସ୍ତ ଜମିଅଧିଗ୍ରହଣ କରୁଥିବା ବେଳେ ଏହାକୁ ଆଦିବାସୀମାନେ ବିରୋଧ କରିଥିଲେ । ପରେ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଏହାର ସମାଧାନ କରିବାକୁ କଳିଙ୍ଗନଗର ଏଡିଏମଙ୍କ କାର୍ୟ୍ୟାଳୟରେ ଏକ ମିଟିଙ୍ଗ ମଧ୍ୟ୍ୟ ହୋଇଥିଲା । ମାତ୍ର ଏଥିରେ ବି ଫେଲ ମାରିଲା ଜିଲ୍ଲା ପ୍ରଶାସନ । ଯାହାକୁ ନେଇ ଫୁଣି ଥରେ ଅଶାନ୍ତ ମୁହାଁ ହେଇଛି କଳିଙ୍ଗନଗର । ସୁକିନ୍ଦା ତହସିଲ ଅନ୍ତର୍ଗତ ଗୋବରଘାଟି ପଞ୍ଚାୟତ ଆମ୍ବଗାଡ଼ିଆ ବିରିଭୂମି ଢ଼ୋଲାପଥର ନିକଟରେ ଥିବା ଆଦିବାସୀଙ୍କ ଜମିକୁ ଓଡ଼ିଶା ସରକାରଙ୍କ ଓପିଟିସିଏଲ ଯୋର ଜବରଦସ୍ତ ପୋଲିସ ଲଗେଇ ଜମି ଅଧିଗ୍ରହଣ କରୁଥିବା ଦାବୀ କରି ଏହାକୁ ଆଦିବାସୀମାନେ ବିରୋଧ କରିଥିଲେ ।

ଯାହାକୁ ନେଇ ପୋଲିସ ଓ ସୁକିନ୍ଦା ତହସିଲ ଅଧିକାରୀଣୀ ସହ ମୁହାଁମୁହିଁ ପରିସ୍ଥିତି ମଧ୍ୟ୍ୟ ସୃଷ୍ଟି ହୋଇଥିଲା । ଆଦିବାସୀମାନଙ୍କ ଉପରେ ଜୁଲୁମ କରି ସରକାର ସଂପୂର୍ଣ୍ଣ କଳିଙ୍ଗନଗରକୁ ଏବେ ଟାଟାକୁ ଦାନ କରିବାକୁ ବସିଛନ୍ତି ବୋଲି ଆଦିବାସୀ ଅଭିଯୋଗ କରିବା ସହ ଆଉ ଟିକେ ବି ଜମି କାହାକୁ ଦିଆଯିବ ନାହିଁ ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ଏଡିଏମ ନବକୃଷ୍ଣ ଜେନା କହିଛନ୍ତି ଆଦିବାସୀମାନଙ୍କ ଉପରେ କୋଣସି ଜୁଲୁମ ହେଉ ନାହିଁ ଓପିଟିସିଏଲ ୧୯୯୩ ମସିହାରେ କିଣିଥିବା ଜମିରେ ନିଜର ପାଚେରୀ ନିର୍ମାଣ କରୁଛି ଯେହେତୁ ଜାନୁଆରୀ ୨ ତାରିଖ ଦିନ ସହିଦ ଦିବସ ଅଛି ସେଥିପାଇଁ ୬ ଯାଏଁ ଏହାକୁ ସ୍ଥଗିତ ରଖାଯାଇଥିବା କଳିଙ୍ଗନଗର ଏଡିଏମ କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା