Masthead

ଲାଲବାହିନୀର ବନ୍ଧୁକ ତିଆରି କାରଖାନା ଠାବ, ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଲକାନଗିରି ଜିଲ୍ଲାରେ ଠାବ ହେଲା ଲାଲବାହିନୀର ବନ୍ଧୁକ ତିଆରି କାରଖାନାର ସାମଗ୍ରୀ । ତା’ସହ ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ମାଓବାଦୀ ବିରୋଧୀ ଅଭିଯାନରେ ବର୍ଡର ସିକ୍ୟୁରିଟି ଫୋର୍ସ ବିଏସଏଫକୁ ବଡ଼ ସଫଳତା ମିଳିଛି। ମାଓବାଦୀଙ୍କ ୨ ଟି ଗୁପ୍ତ ଅସ୍ତ୍ର ଲୁଚାଇବା ଜାଗାର ଠାବ କରିଛନ୍ତି ସୁରକ୍ଷା କର୍ମୀ । ମାଲକାନଗିରି ଜିଲ୍ଲା କାଲିମେଳା ପୋଲିସ୍ ଷ୍ଟେସନ ଆଲୁରକୋଟା ଗାଁ ନିକଟ ବେଜାଙ୍ଗିୱାଡ଼ା ଜଙ୍ଗଲରୁ ଏହି ଗୁପ୍ତ କ୍ୟାମ୍ପ ଠାବ ହୋଇଛି ।

ଘଂଚ ଜଙ୍ଗଲ ଓ ପଥର କନ୍ଦିରେ ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଲୁଚାଇ ରଖାଯାଇଥିଲା । ତେବେ ବିଏସଏଫର ୧୪୨ ବାଟାଲିୟନ ଖାନତଲାସି କଲାବେଳେ ଏହାର ସନ୍ଧାନ ପାଇଥିଲେ । ଜବତ ବିସ୍ପୋରକ ସାମଗ୍ରୀ ମଧ୍ୟରେ ରହିଛି ଜିଲୋଟିନ ଷ୍ଟିକ ସହ ହ୍ୟାଣ୍ଡ ଗ୍ରେନେଡ଼, ଲେଦ୍ ମେସିନ । ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ୍ କରିବା ପାଇଁ ଏତେ ପରିମାଣର ବିସ୍ପୋରକ ସାମଗ୍ରୀ ମାଓବାଦୀ ଗଛିତ ରଖିଥିଲେ ବୋଲି ସୂଚନା ମିଳିଛି । ଯାହାକୁ ପଣ୍ଡ କରିଛନ୍ତି ବିଏସଏଫ ଯବାନ । ସୁରକ୍ଷାକର୍ମୀମାନେ ସମ୍ପୃକ୍ତ ଅଂଚଳରେ ଅଧିକ ସର୍ଚ୍ଚ ଅପରେସନ ଚଳାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ସ୍ୱାଧୀନତା ଦିବସରେ ଗାନ କରାଯିବ ‘ବନ୍ଦେ ମାତରମ୍‌’ 🔴 ରାଜ୍ୟର ଯୁବପିଢିଙ୍କ ପାଇଁ ଖୁସି ଖବର,୧୩୨୬ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ 🔴 ସୁଧାଂଶୁଙ୍କୁ ପଛରେ ପକାଇବେ ଏହି ଆଇପିଏସ୍ 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା