ବାଘ ନଖ ସହ ଦାନ୍ତ ଜବତ, ଜଣେ ଗିରଫ

ମାଥିଲି(ବଡ଼ ଖବର ବ୍ୟୁରୋ):  ବିକ୍ରି ବେଳେ ଧରାପଡିଲା ବାଘ ନଖ ଓ ଦାନ୍ତ। ଗୋଟିଏ କି ଦୁଇଟି ନୁହେଁ, ୧୮ଟି ବାଘ ନାଖ ଓ ୬ଟି ବାଘ ଦାନ୍ତ ଜବତ ହୋଇଛି। ମାଲକାନଗିରି ମାଥିଲି ରେଂଜ୍ ରେ ଚୋରା ବିକ୍ରି ବେଳେ ବ୍ୟବସାୟୀକୁ ଧରିଛି ବନ ବିଭାଗ । ନଖ ଓ ଦାନ୍ତ ବିକ୍ରି ହେଉଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇ ମାଥିଲି ରେଞ୍ଜର ବାସୁଦେବ ନାୟକଙ୍କ ନେତୃତ୍ବରେ ଏକ ଦଳ ବ୍ଳକର ସାଲିମି ଅଂଚଳରେ ଚଢାଉ କରିଥିଲେ ।

ଚଢାଉ ସମୟରେ ରବି ଶବର ନାମକ ବ୍ୟକ୍ତିଙ୍କ ଠାରୁ ୧୮ ଟି ବାଘ ନଖ , ୬ ଟି ବାଘ ଦାନ୍ତ ଓ ଅଧା ଲିଟର ବାଘ ତେଲ ଜବତ କରିଥିଲେ । ତେବେ ସଂପୃକ୍ତ ବ୍ୟକ୍ତି ଜଣକ ଏସବୁ ବିକ୍ରି କରୁଥିବା ଜଣାପଡିଛି । ଜବତ ସାମଗ୍ରୀ ସବୁ ବାଘ ଶରୀରର ଅଂଶବିଶେଷ ନା ଅନ୍ୟ କିଛ ସେ ବିଷୟରେ ତଥ୍ୟ ଜାଣିବା ପାଇଁ ନମୂନା ଫରେନସିକ ଲ୍ୟାବକୁ ଟେଷ୍ଟିଂ ପାଇଁ ପଠାଯାଇଛି । ତେବେ ଅଟକ ଥିବା ବ୍ୟକ୍ତି ରବି ଶବରଙ୍କୁ ଗିରଫ କରିବା ସହ ବନବିଭାଗ ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!