Masthead

କଂଗ୍ରେସକୁ ଝଟକା, ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନରେ ଲଢ଼ିବ ଟିଏମସି!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସାଧାରଣ ନିର୍ବଚନ ପୂର୍ବରୁ ବିରୋଧୀଙ୍କ ମେଣ୍ଟ ଇଣ୍ଡି ବ୍ଲକ୍‌ରେ ଥିବା କଂଗ୍ରେସକୁ ଝଟକା ଇଣ୍ଡିଆ ମେଣ୍ଟକୁ ଝଟକା । ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନରେ ଲଢ଼ିବ ଟିଏମସି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ। ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ। ଏପରିକି ବରହମପୁର ଆସନରୁ ସାଂସଦ ଥିବା କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀଙ୍କ ଆସନରେ ମଧ୍ୟ ଟିଏମ୍‌ସି ପ୍ରାର୍ଥୀ ଦେବ। ମୁର୍ଶିଦାବାଦ ଜିଲ୍ଲାର ଦଳୀୟ ନେତୃବୃନ୍ଦଙ୍କ ସହିତ ଟିଏମ୍‌ସିର ଶୀର୍ଷ ନେତାମାନେ ଆଲୋଚନା କରିବା ସମୟରେ ଏହି ନିଷ୍ପତ୍ତି ହୋଇଛି।

ମୁର୍ଶିଦାବାଦ ଜିଲ୍ଲା ଅଧୀନରେ ୩ଟି ଲୋକସଭା ଆସନ ରହିଛି। ସେଗୁଡ଼ିକ ହେଲା ଜାଙ୍ଗିପୁର, ବ୍ରହ୍ମପୁର ଏବଂ ମୁର୍ଶିଦାବାଦ। ବ୍ରହ୍ମପୁର ଆସନରେ କଂଗ୍ରେସ ସାଂସଦ ଥିବାବେଳେ ଅନ୍ୟ ଦୁଇଟିରେ ଟିଏମସି ସାଂସଦ ରହିଛନ୍ତି। କଂଗ୍ରେସର ଗଡ଼ କୁହାଯାଉଥିବା ବ୍ରହ୍ମପୁର ଆସନରୁ ଶ୍ରୀ ଚୌଧୁରୀ ୧୯୯୯ ମସିହାରୁ ଜିତି ଆସୁଛନ୍ତି। କଂଗ୍ରେସ ଅଧିକ ଆସନ ମାଗୁଥିବାବେଳେ ଟିଏମ୍‌ସିର ଏହି ନିଷ୍ପତ୍ତି ଦେଶର ସର୍ବ ପୁରାତନ ଦଳ ପାଇଁ ଝଟ୍‌କା ହୋଇଛି। ପ୍ରାଥମିକ ପର‌୍ୟ୍ୟାୟରେ ମମତା ବାନାର୍ଜୀ କଂଗ୍ରେସକୁ ୨ଟି ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ