Masthead

କଂଗ୍ରେସକୁ ଝଟକା, ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନରେ ଲଢ଼ିବ ଟିଏମସି!

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ସାଧାରଣ ନିର୍ବଚନ ପୂର୍ବରୁ ବିରୋଧୀଙ୍କ ମେଣ୍ଟ ଇଣ୍ଡି ବ୍ଲକ୍‌ରେ ଥିବା କଂଗ୍ରେସକୁ ଝଟକା ଇଣ୍ଡିଆ ମେଣ୍ଟକୁ ଝଟକା । ପଶ୍ଚିମବଙ୍ଗରେ ୪୨ଟି ଲୋକସଭା ଆସନରେ ଲଢ଼ିବ ଟିଏମସି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ପଶ୍ଚିମବଙ୍ଗରେ କଂଗ୍ରେସ ସହିତ କୌଣସି ଆସନ ବୁଝାମଣା କରିବ ନାହିଁ। ସମସ୍ତ ୪୨ଟି ଯାକ ଆସନରେ ଏକା ଲଢ଼ିବ। ଏପରିକି ବରହମପୁର ଆସନରୁ ସାଂସଦ ଥିବା କଂଗ୍ରେସ ରାଜ୍ୟ ସଭାପତି ଅଧୀର ରଂଜନ ଚୌଧୁରୀଙ୍କ ଆସନରେ ମଧ୍ୟ ଟିଏମ୍‌ସି ପ୍ରାର୍ଥୀ ଦେବ। ମୁର୍ଶିଦାବାଦ ଜିଲ୍ଲାର ଦଳୀୟ ନେତୃବୃନ୍ଦଙ୍କ ସହିତ ଟିଏମ୍‌ସିର ଶୀର୍ଷ ନେତାମାନେ ଆଲୋଚନା କରିବା ସମୟରେ ଏହି ନିଷ୍ପତ୍ତି ହୋଇଛି।

ମୁର୍ଶିଦାବାଦ ଜିଲ୍ଲା ଅଧୀନରେ ୩ଟି ଲୋକସଭା ଆସନ ରହିଛି। ସେଗୁଡ଼ିକ ହେଲା ଜାଙ୍ଗିପୁର, ବ୍ରହ୍ମପୁର ଏବଂ ମୁର୍ଶିଦାବାଦ। ବ୍ରହ୍ମପୁର ଆସନରେ କଂଗ୍ରେସ ସାଂସଦ ଥିବାବେଳେ ଅନ୍ୟ ଦୁଇଟିରେ ଟିଏମସି ସାଂସଦ ରହିଛନ୍ତି। କଂଗ୍ରେସର ଗଡ଼ କୁହାଯାଉଥିବା ବ୍ରହ୍ମପୁର ଆସନରୁ ଶ୍ରୀ ଚୌଧୁରୀ ୧୯୯୯ ମସିହାରୁ ଜିତି ଆସୁଛନ୍ତି। କଂଗ୍ରେସ ଅଧିକ ଆସନ ମାଗୁଥିବାବେଳେ ଟିଏମ୍‌ସିର ଏହି ନିଷ୍ପତ୍ତି ଦେଶର ସର୍ବ ପୁରାତନ ଦଳ ପାଇଁ ଝଟ୍‌କା ହୋଇଛି। ପ୍ରାଥମିକ ପର‌୍ୟ୍ୟାୟରେ ମମତା ବାନାର୍ଜୀ କଂଗ୍ରେସକୁ ୨ଟି ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ