Masthead

କେମିତି ଥିଲା ଷୋଡଶ ବିଧାନସଭା? 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ୨୦୧୯  ନିର୍ବାଚନ ସରିଲା ପରେ ୧୪୭ ଆସନରୁ ବିଜେଡି ୧୧୨ ଜିତିଥିଲା । ବିଜେପି ୨୩ କଂଗ୍ରେସ ୯ ସିପିଏମ ଗୋଟାଏ ସ୍ୱାଧୀନ ପ୍ରାର୍ଥୀ ଗୋଟାଏ ଜିତିଥିଲା । ଏହି ବିଧାନସଭାରେ ଯେଉଁମାନେ  ଜିତି କି ଆସିଥିଲେ ବିଧାନସଭା ହେଉ ହେଉ କୋଭିଡ଼ ଆସିଥିଲା । ଏହି ବିଧାନସଭା ସବୁଠୁ ଦୁଃଖଦ କଥା ହେଲା ଅନେକ ବିଧାୟକଙ୍କ ପରଲୋକ ହୋଇଥିଲା । ଯେଉଁଥି ପାଇଁ ବାଇ-ଇଲେକ୍ସନ ହୋଇଥିଲା ।

ପ୍ରଦୀପ ମହାରଥୀଙ୍କଠୁ ନେଇ ବିଷ୍ଣୁ ଦାସ , ବିଷ୍ଣୁ ସେଠୀ, ମଦନ ମୋହନ ଦତ୍ତ, ନବ ଦାସ, କିଶୋର ମହାନ୍ତି, ବିଜୟ ରଞ୍ଜନ ସିଂ ବରିହା , ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ ହୋଇଛି । ଏହି ବିଧାନସଭା ବେଳେ ତିନି ତିନି ଜଣ ବାଚସ୍ପତି ହୋଇଛିନ୍ତି । ସୂର୍ଯ୍ୟନାରାୟଣ ପାତ୍ର, ବିକ୍ରମ କେଶରୀ ଆରୁଖ, ପ୍ରମିଳା ମଲ୍ଲିକ । ଏହି ବିଧାନସଭାରେ କୌଣସି ବର୍ଷ ନିର୍ଦ୍ଧାରିତ ୬୦ ଦିନରୁ  ଅଧିକ ଅଧିବେଶନ  ଚାଲିପାରିନାହିଁ । ସବୁ ଥର ବିଜ୍ଞପ୍ତି ବାହାରେ । କିନ୍ତୁ  ସରକାରୀ କାର୍ଯ୍ୟ ନାହିଁ  କହି ୬୦ ଦିନରୁ କମ୍ ଦିନ ଚାଲେ । ବର୍ଷରେ ତିନୋଟି ଅଧିବେଶନ ମିଶି  କମ ସେ କମ ୬୦ ଦିନ ଚାଲିବା କଥା କୋଉ ବର୍ଷ ମଧ୍ୟ ଚାଲି ନାହିଁ ।

ଏହି ବିଧାନସଭା ବେଳ ବିରୋଧୀ ଗୋଟେ ରାତି ବିଧାନସଭା ଭିତରେ ଧାରଣା ଦେଇଛନ୍ତି । ସେତେବେଳେ ପ୍ରଦୀପ୍ତ ନାୟକ ବିରୋଧୀ ଦଳ ବିଧାୟକ ନେତା ଥିଲେ । ବିଷ୍ଣୁ ସେଠୀ ଓ ମୋହନ ମାଝୀଙ୍କ ନିଲମ୍ବନ ପ୍ରତିବାଦରେ । ପରବର୍ତ୍ତୀ ସମୟରେ ମଧ୍ୟ ମୋହନ ମାଝୀ ମୁକେଶ ମହାଲିଙ୍ଗ ନିଲମ୍ବିତ ହୋଇଛନ୍ତି । ସେଥିପାଇଁ ଧାରଣା ଦେଇଥିଲେ । କିନ୍ତୁ ରାତି ସାରା ନୁହେଁ । ଏହି ବିଧାନସଭାରେ ଦୁଇ ଜଣ ବିରୋଧୀ ଦଳ ନେତା ହେଲେ । ପ୍ରଦୀପ୍ତ ନାୟକ ଆଉ ଜୟନାରାୟଣ ମିଶ୍ର । ପ୍ରଦୀପ୍ତ ନାୟକଙ୍କ ଦେହ ଖରାପ ହେବା ପରେ ଜୟନାରାୟଣ ମିଶ୍ର ବିରୋଧୀ ଦଳ ନେତା ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ 🔴 ୯ଟି ଜିଲ୍ଲାରେ ପ୍ରବଳ ବର୍ଷା 🔴 ନବ ଦାସଙ୍କ ଘରେ ଆଇଟି ରେଡ୍ 🔴 ବଢ଼ୁଛି ଡାଇରିଆ ମୃତ୍ୟୁ ସଂଖ୍ୟା, ପୁଣି ଆଉ ଜଣଙ୍କ ମୃତ୍ୟୁ 🔴 ଦୁଇଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା 🔴 ପୁଣି ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ 🔴 ପିସିଆର୍ ନଜରରୁ ଖସିଲା, ପବ୍ଲିକ୍ ହାତରେ ଫସିଲା 🔴 ଟାଙ୍ଗୀ ବ୍ଲକରେ ବ୍ୟାପୁଛି ଝାଡାବାନ୍ତି 🔴 ପୁଣି ବିମାନରେ ଯାନ୍ତ୍ରିକ ତ୍ରୁଟି 🔴 ୩ ଜିଲାରେ ଅତି ପ୍ରବଳ ବର୍ଷା 🔴 ବନ କର୍ମଚାରୀଙ୍କୁ ମାଡ଼ ଘଟଣା, ଜଣେ ମହିଳା ସମେତ ୮ ଗିରଫ