Masthead

“ଆମେ ଶାନ୍ତି ଚାହୁଁ, ହିଂସା ନୁହେଁ”

ଚିତ୍ରକୋଣ୍ଡା( ବଡ଼ ଖବର ବ୍ୟୁରୋ): ସ୍ୱାଭିମାନ ଅଞ୍ଚଳରେ ମାଓ ବିରୋଧୀ ମେଳି । ସ୍ୱାଭିମାନର ସହ ବଞ୍ଚିବା ପାଇଁ ଅଣ୍ଟାଭିଡିଲେଣି ସ୍ୱାଭିମାନ ଅଞ୍ଚଳବାସୀ । ଆମକୁ ଶାନ୍ତି ଦରକାର, ହିଂସା ନୁହେଁ ବୋଲି ନାରା ଦେଇଛନ୍ତି ସ୍ୱାଭିମାନି ଲୋକମାନେ । ଗୋଟିଏ କି ଦୁଇଟି ନୁହେଁ ୧୦ଟି ଗାଁର ଲୋକେ ଗତକାଲି ସ୍ୱାଭିମାନ ଅଞ୍ଚଳର ଖକ୍ସୁରିଗୁଡ଼ାଠାରେ ମାଓବାଦୀଙ୍କ ବିରୋଧରେ ଏକତ୍ରିତ ହୋଇଥିଲେ । ଗତ ୨୦ତାରିଖ ରାତିରେ ପୋଲିସ ଇନଫର୍ମର ସନ୍ଦେହରେ ଦାଶ ଖେମୁଡଙ୍କୁ ଗୁଳିକରି ହତ୍ୟା କରିଥିଲେ ମାଓବାଦୀ । ଆଉ ଏହା ପରେ ସ୍ୱାଭିମାନ ଅଞ୍ଚଳରେ ଦେଖାଦେଇଛି ମାଓ ବିରୋଧୀ ମେଳି । ଦୁଇଦିନ ତଳେ ଅଞ୍ଚଳର ବିଭିନ୍ନ ସ୍ଥାନରେ ମାଓ ବିରୋଧୀ ପୋଷ୍ଟର ଲାଗିଥିଲା । ଗତକାଲି ୧୦ଗାଁର ଲୋକେ ଏକତ୍ରିତ ହୋଇ ଆମକୁ ହିଂସା ନୁହେଁ ଶାନ୍ତି ଦରକାର , ନିରହ ଜନତାଙ୍କୁ ମାରିବା ବନ୍ଦ କରାଯାଉ, ଦାସ ଖେମୁଡି ଓ ଅନ୍ୟମାନଙ୍କୁ ନ୍ୟାୟ ମିଳୁ, ଆମକୁ ଆମ ଅଧିକାର ମିଳୁ ନାରା ଦେଇ ମାଓ ବିରୋଧୀ ସ୍ୱରକୁ ତୀବ୍ର କରିଛନ୍ତି ।
ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ଏକଦା ବିଛିନ୍ନାଞ୍ଚଳ ହୋଇ ରହିଥିବା ସ୍ୱାଭିମାନିଙ୍କ ମୁହଁରେ ହସ ଫୁଟିଛି । ସରକାରୀ ଯୋଜନା ସ୍ୱାଭିମାନିଙ୍କ ପାଖରେ ପହଁଚିବା ପରେ ମାଓ ଗଡ଼ ଭାଙ୍ଗିବାରେ ଲାଗିଛି । ଗତକାଲି ମାଟିତଳୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରିଥିଲା ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ