ତାମିଲନାଡୁରେ ଡିଏମକେ-କଂଗ୍ରେସ ମେଣ୍ଟ

୨୦୧୯ ଫର୍ମୁଲା ପୁନରାବୃତ୍ତି କଲା ଡିଏମକେ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ତାମିଲନାଡୁରେ ଡିଏମକେ-କଂଗ୍ରେସ ମେଣ୍ଟ । ଆସନ୍ତା ଲୋକସଭା ନିର୍ବାଚନରେ କଂଗ୍ରେସ ଓ ଡିଏମକେ ଭିତରେ ହୋଇଛି ମେଣ୍ଟ । ତାମିଲନାଡୁର ୪୦ଟି ଆସନରେ ସିଟ୍ ଭାଗବଣ୍ଟାକୁ ନେଇ ସହମତି ହୋଇଛି । ୪୦ଟି ଆସନରୁ ୯ଟିରେ ପ୍ରାର୍ଥୀ ଦେବ କଂଗ୍ରେସ । ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଡିଏମକେ ସହଯୋଗୀ କଂଗ୍ରେସ ସହ ସିଟ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛି। ତାମିଲନାଡୁର ୯ଟି ଲୋକସଭା ଆସନ ଓ ପୁଡୁଚେରୀର ଗୋଟିଏ ଆସନ ଦଳ କଂଗ୍ରେସ ପାଇଁ ଛାଡ଼ିଛି।

୨୦୧୯ରେ ମଧ୍ୟ ଡିଏମକେ ସମାନ ରଣନୀତି ଆପଣାଇ ବିଜୟୀ ହୋଇଥିଲା। ୨୦୧୯ରେ କଂଗ୍ରେସ ତାମିଲନାଡୁ ଓ ପୁଡୁଚେରୀରେ ୧୦ଟି ଆସନରେ ପ୍ରାର୍ଥୀ ଦେଇ ୯ଟିରେ ଜିତିଥିଲା। ତାମିଲନାଡୁରେ ମୋଟ ଲୋକସଭା ଆସନ ସଂଖ୍ୟା ହେଉଛି ୩୯। ଲୋକସଭା ନିର୍ବାଚନ ପାଖେଇ ଆସୁଥିବାରୁ ଏମକେ ଷ୍ଟାଲିନ, ତାମିଲନାଡୁ କଂଗ୍ରେସ ମୁଖ୍ୟ କେ ସେଲଭାପେରୁନଥାଗାଇ, କେସି ଭେନୁଗୋପାଲ ଓ ଅଜୟ କୁମାର ଏକାଠି ବସି ସିଟ୍‌ ଶେୟାରିଂ ଫର୍ମୁଲାକୁ ଚୂଡ଼ାନ୍ତ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!