Masthead

ମେଣ୍ଟକୁ ନେଇ ଜୁଏଲ କହିଲେ ଦ୍ୱନ୍ଦ ନାହିଁ, ନୃସିଂହ କହିଲେ ଖବର ନାହିଁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏନେଇ ତାରିଖ ଘୋଷଣା ମଧ୍ୟ ହୋଇସାରିଛି । ହେଲେ ଓଡ଼ିଶାରେ ବିଜେପି-ବିଜେଡି ମଧ୍ୟରେ ମେଂଟ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ । ବିଜେପିର ରାଜ୍ୟ ନେତୃତ୍ୱ ସ୍ପଷ୍ଟ ଭାବେ ମେଂଟ ହେବ ନାହିଁ ବୋଲି କହିଆସୁଛନ୍ତି ।

ସେପଟେ ଗୃହମନ୍ତ୍ରୀ ଅମିତ ଶାହ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ପ୍ରଧାନମନ୍ତ୍ରୀଙ୍କ ଏ ବିଷୟରେ ଆଲୋଚନା କରୁଥିବା କହିଛନ୍ତି । ହେଲେ ବିଜେଡି ପକ୍ଷରେ ଏନେଇ କୌଣସି ସ୍ପଷ୍ଟୀକରଣ ଆସୁନାହିଁ । ଏହାକୁ ନେଇ ଆଜି ସୁନ୍ଦରଗଡ଼ ସାଂସଦ ତଥା ବରିଷ୍ଠ ବିଜେପି ନେତା ଜୁଏଲ ଓରାମ କହିଛନ୍ତି ଯେ ମେଂଟକୁ ନେଇ କୌଣସି ଦ୍ୱନ୍ଦ ନାହିଁ ।

ବିଜେପି କୋର କମିଟି ଓ ନିର୍ବାଚନ କମିଟି ଟିକେଟ କସରତ ପରେ କେନ୍ଦ୍ରକୁ ତାଲିକା ପଠାଯାଇଛି । କେନ୍ଦ୍ର ଏନେଇ ନିଷ୍ପତ୍ତି ନେବ । ସେପଟେ ମେଂଟ ବାବଦରେ ମତ ରଖିଛନ୍ତି ବରିଷ୍ଠ ବିଜେଡି ନେତା ନୃସିଂହ ସାହୁ । କହିଛନ୍ତି ମେଣ୍ଟ ବାବଦରେ ଆମ ପାଖରେ ଖବର ନାହିଁ । ସବୁ ଥର ଯେମିତି ମାନ୍ୟବର ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇ ଟିକେଟ ଦିଅନ୍ତି ସେଭଳି ଭାବରେ ଟିକେଟ ବଣ୍ଟନ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା