Masthead

ଭୂତ ଖାଉଛି ରାସନ

ନାଉଗାଁ, (ବଡ଼ ଖବର ବ୍ୟୁରୋ): ମୃତକଙ୍କ ନାଁରେ ଉଠୁଛି ରାସନ । ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅଲଣା ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଅନିୟମିତତା । ସଠଳପୁର ଗାଁର ମୃତ ଭୀମସେନ ରାଉତଙ୍କ ରାସନକାର୍ଡରେ ଉଠୁଛି ରାସନ । ଏନେଇ ଜିଲ୍ଲାପାଳଙ୍କ ନିକଟରେ ତାଙ୍କ ବୋହୁ କୁଇନ ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଇନାହିଁ । ଭୀମସେନଙ୍କ କାର୍ଡରେ ପରିବାରର ସମସ୍ତ ସଦସ୍ୟଙ୍କ ନାମ ରହିଥିଲା । ତାଙ୍କ ମୃତ୍ୟୁପରେ କାର୍ଡ କଟିଯାଇଥିବା କହିଥିଲେ ପଞ୍ଚାୟତ ଅଧିକାରୀ । ଶ୍ୱଶୁରଙ୍କ କାର୍ଡରୁ ନାମ କଟାଯାଇ ଅଲଗା କାର୍ଡ କରିବା ଲାଗି ପରିବାର ପକ୍ଷରୁ ଆବେଦନ କରାଯାଇଛି । ୩ବର୍ଷ ବିତିଯାଇଥିଲେ ସୁଦ୍ଧା ନୂଆ କାର୍ଡ ହୋଇପାରିନାହିଁ । ପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ କାର୍ଡରେ ରାସନ ଉଠାଯାଉଛି । ତେବେ ଏନେଇ ବିଡିଓଙ୍କୁ ଅଭିଯୋଗ ଜଣାଇବା ପରେ ସେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଦୀର୍ଘ ୧୫ଦିନ ବିତିଯାଇଥିଲେ ସୁଦ୍ଧା ଏଯାବତ କିଛି ଉତ୍ତର ମିଳିନାହିଁ । ତେବେ ତାଙ୍କ କାର୍ଡରେ କିଏ ରାସନ ଉଠାଉଛି ସେନେଇ ନିରପେକ୍ଷ ତଦନ୍ତ ହେଉ ବୋଲି ଦାବି କରିଛନ୍ତି କୁଇନ୍ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼