Masthead

ପିସିସି ନୋଟିସ୍ ପରେ ଲିଖିତ ଉତ୍ତର ରଖିଲେ ବିଧାୟକ ସୁର ରାଉତରାୟ

ଭୁବନେଶ୍ୱର (ବଡ଼ କବର ବ୍ୟୁରୋ): ମୁଁକୌଣସି ଅନ୍ୟ ଦଳ ପାଇଁ ପ୍ରଚାର କରିନି । କାରଣ ଦର୍ଶାଅ ନୋଟିସ୍ ପାଇବା ପରେ କିଛି ଏଭଳି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ । କିଛି କାର୍ୟ୍ୟକ୍ରମକୁ ଯାଇଥିବା ବେଳେ ବିଜେଡି ନେତା ଓ ପୁଅ ମନ୍ମଥ ସେଠି ପହଞ୍ଚିଥିଲେ ବୋଲି କହିଛନ୍ତି ସୁର । ସେ କଂଗ୍ରେସ ପାଇଁ ବିଭିନ୍ନ ଅଞ୍ଚଳରେ ପ୍ରଚାର କରିଛନ୍ତି । ହେଲେ ପୁଅ ପାଇଁ ଭୋଟ୍ ଦେବାକୁ ଲୋକଙ୍କୁ କହିଛି ବୋଲି ସୁର କହିଛନ୍ତି ।

ସୁରେଶ ରାଉତରାୟ କହିଛନ୍ତି, ସେ କୌଣସି ଦଳ ପାଇଁ ପ୍ରଚାର କରିନାହାନ୍ତି । କୌଣସି ଦଳର ରାଲିକୁ ଯାଇନାହାନ୍ତି । କୌଣସି ଦଳର ସଭାକୁ ଯାଇନାହାନ୍ତି । ତାଙ୍କ ସାନ ପୁଅ ବିଜେଡିରୁ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ସେଥିପାଇଁ ଭୁବନେଶ୍ୱର ଲୋକସଭା ମଣ୍ଡଳୀରେ କୌଣସି ଦଳର ପ୍ରଚାରକୁ ଯାଇନାହାନ୍ତି କି ଯିବେ ନାହିଁ ବୋଲି କହିଛନ୍ତି । ଏହା ସହ ନିର୍ବାଚନ ମଣ୍ଡଳୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ୫୦ ବର୍ଷ ହେଲା ଯାଉଛନ୍ତି ।

ହେଲେ ସେଥିରେ କୌଣସି ରାଜନୈତିକ ଭାଷଣ ଦେଇନାହାନ୍ତି । ଏପରିକି ସେ ପୁଅ ପାଇଁ ପ୍ରଚାର କରିନାହାନ୍ତି ବୋଲି କହିଛନ୍ତି । ଏଆଇସିସି ଓ ପିସିସି ଯେଉଁ ଦଣ୍ଡ ଦେବେ ସେ ଗ୍ରହଣ କରିବେ ବୋଲି କହିଛନ୍ତି ସୁର । ସୂଚନା ଅନୁସାରେ, ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ