Masthead

କୁଲଦୀପଙ୍କ ବୋଲିଂ ଓ ମ୍ୟାକ‌ଗର୍କଙ୍କ ବ୍ୟାଟିଂରେ ଘାଇଲା ଲକ୍ଷ୍ନୌ ବୋଲର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଇପିଏଲ ୨୦୨୪ ମ୍ୟାଚରେ ଲକ୍ଷ୍ନୌକୁ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ଶୁକ୍ରବାର ଖେଳାଯାଇଥିବା ୨୬ ତମ ମ୍ୟାଚରେ ଲକ୍ଷ୍ନୌକୁ ୬ ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ। ଏହି ମ୍ୟାଚରେ ହିରୋ ସାଜିଥିଲେ କୁଲଦୀପ ଯାଦବ ଏବଂ ଜ୍ୟାକ୍ ଫ୍ରେଜର-ମ୍ୟାକଗର୍କ । କୁଲଦୀପଙ୍କ ବୋଲିଂ ଓ ମ୍ୟାକଗର୍କ ବ୍ୟାଟିଂରେ ଘାଇଲା ହୋଇଥିଲା ଲକ୍ଷ୍ନୌ ବୋଲର । ଫଳରେ ପ୍ରଥମ ଥର ପାଇଁ ୧୬୦ରୁ ଅଧିକ ରନ୍ କରି ହାରିଥିଲା ଲକ୍ଷ୍ନୌ ସୁପର ଜିଆଣ୍ଟସ୍ । ଲକ୍ଷ୍ନୌ ଦଳକୁ ସାତ ୱିକେଟ୍ ହରାଇ ୧୬୭ ରନରେ ସୀମିତ ରଖିବା ପରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮.୧ ଓଭରରେ ଚାରିଟି ୱିକେଟ୍ ହରାଇ ହାସଲ କରିଥିଲା ବିଜୟ ଲକ୍ଷ୍ୟ । ଟସ୍ ଜିତି ବ୍ୟାଟିଂ କରିଥିଲେ ମଧ୍ୟ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସ ୧୬୭ ରନ୍ କରିଥିଲା। ଜବାବରେ ମ୍ୟାକ୍‌ଗର୍କ (୩୫ ବଲ୍‌ରୁ ୫୫ ରନ୍) ଓ ପନ୍ତ୍ (୨୪ ବଲ୍‌ରୁ ୪୧ ରନ୍)ଙ୍କ ମଧ୍ୟରେ ହୋଇଥିବା ୭୭ ରନ୍ ଭାଗୀଦାରି ବଳରେ ଦିଲ୍ଲୀ ୧୧ ବଲ୍ ପୂର୍ବରୁ ୬ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି। ଏହି ପାଳି ଅବସରରେ ପନ୍ତ୍ ମଧ୍ୟ ଆଇପିଏଲ୍‌ରେ ୩୦୦୦ ରନ୍ ପୂରଣ କରିଛନ୍ତି।

୧୯ତମ ଓଭରରେ ବୋଲିଂକୁ ଆସିଥିବା ଅର୍ସଦ ଖାନ୍‌ଙ୍କ ପ୍ରଥମ ବଲ୍‌କୁ ତ୍ରିଷ୍ଟନ୍‌ ଷ୍ଟବ୍ସ ଛକା ମାରି ବିଜୟ ମୁଣ୍ଡି ମାରିଛନ୍ତି। କୁଲଦୀପ ୟାଦବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଆୟୁଷ ବଡ଼ୋନୀଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ଲକ୍ଷ୍ନୌ ସୁପର୍ ଜାଏଣ୍ଟ୍‌ସକୁ ୧୬୭ ରନ୍‌ର ଲଢ଼ୁଆ‌ ସ୍କୋର୍‌ ଦେଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ବୋଲରମାନେ ପୁଣି ଥରେ ଡେଥ୍ ଓଭରରେ ନିୟନ୍ତ୍ରଣ ହରାଇବାରୁ ଘରୋଇ ଲକ୍ଷ୍ନୌ ଏଭଳି ସ୍କୋର୍‌ କରି ନେଇଛି। କେଏଲ୍ ରାହୁଲ ଟସ୍ ଜିତିବା ପରେ ପ୍ରଥମେ ବ୍ୟାଟିଂ କରି ପରମ୍ପରାଠାରୁ ଭିନ୍ନ କୌଶଳରେ ଚାଲିଥିଲେ। କ୍ବିଣ୍ଟନ୍ ଡି’କକ୍ ଓ ରାହୁଲ ଭଲ ଆରମ୍ଭ କରିଥିଲେ ମଧ୍ୟ ଲମ୍ବା ଭାଗୀଦାରି କରିପାରି ନଥିଲେ।

ତୃତୀୟ ଓଭରରେ ଡି’କକ୍‌ଙ୍କୁ ଖଲିଲ୍ ଅହମ୍ମଦ ଆଉଟ୍ କରି ଦେଇଥିଲେ। ପରବର୍ତ୍ତୀ ଓଭରରେ ଦେବଦତ୍ତ ପଡ଼ିକଲଙ୍କୁ ଖଲିଲ୍ ଦ୍ବିତୀୟ ଶିକାର କରିଥିଲେ। ଏହା ପରେ କୁଲଦୀପ ଗୋଟିଏ ଓଭର‌େର ଲଗାତାର ବଲ୍‌ରେ ମାର୍କସ ଷ୍ଟୋଇନିସ୍ ଓ ନିକୋଲାସ ପୂରନଙ୍କୁ ଆଉଟ୍ କରିବା ସହ ପରବର୍ତ୍ତୀ ଓଭରରେ କେଏଲ୍ ରାହୁଲଙ୍କୁ ପ୍ୟାଭିଲିଅନ୍ ପଠାଇ ଦେଇଥିଲେ। ଏଥି ସହିତ ଦଶମ ଓଭର ବେଳକୁ ଲକ୍ଷ୍ନୌ ୭୭/୫ରେ ସଂଘର୍ଷ କରିଥିଲା। ଦୀପକ ହୁଡ଼ା ଓ କ୍ରୁନାଲ୍ ପାଣ୍ଡ୍ୟାଙ୍କ ବିଫଳତା କାରଣରୁ ଲକ୍ଷ୍ନୌ ୧୩ ଓଭର ବେଳକୁ ୯୪/୭ରେ ପହଞ୍ଚି ଚାପରେ ଥିଲା। ଏହି ସମୟରେ ଦୁଇ ଯୁବ ତାରକା ଆୟୁଷ ବଡ଼ୋନୀ (୩୫ ବଲ୍‌ରୁ ୫୫ଞ୍ଚ ରନ୍) ଏବଂ ଅର୍ସଦ ଖାନ୍ (୧୬ ବଲ୍‌ରୁ ୨୦ଞ୍ଚ ରନ୍) ଅତୁଟ ଅଷ୍ଟମ ୱିକେଟ୍‌ରେ ୪୨ ବଲ୍‌ରୁ ୭୩ ରନ୍ (ଆଇପିଏଲ୍‌ ରେକର୍ଡ) ଯୋଡ଼ିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼