Masthead

ସହାୟତା ଅପେକ୍ଷାରେ ପୂର୍ଣ୍ଣଚନ୍ଦ୍ର

ପାରାଦୀପ, (ବଡ଼ ଖବର ବ୍ୟୁରୋ): ପାରାଦୀପ ଉପକଣ୍ଠ ବଗଦିଆ ଗ୍ରାମର ମନୋରଞ୍ଜନ ରାଉତଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ। ଖୁସିରେ ଚଳିଯାଉଥିଲା ସଂସାର। ମାତ୍ର ହଠାତ୍ ମଧୁମେହ ରୋଗରେ ଆକ୍ରାନ୍ତ ହୋଇ ମନୋରଞ୍ଜନଙ୍କ ମୃତ୍ୟୁ ହେବା ପରେ ପରିବାର ବୋଝ ଲଦି ହୋଇ ପଡ଼ିଥିଲା ବଡ଼ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କ ମୁଣ୍ଡରେ। ଆଉ ସେତେବେଳେ ପୂର୍ଣ୍ଣଚନ୍ଦ୍ରଙ୍କୁ ବୟସ ହୋଇଥିଲା ମାତ୍ର ୧୫ ବର୍ଷ। କଅଁଳ ବୟସରେ ଗ୍ରାମର ବିଭିନ୍ନ ଲୋକଙ୍କ କାମ କରିବା ସହ ନିଜ ପାଠ ପଢ଼ା ମଧ୍ୟ ଜାରି ରଖିଥିଲେ ପୂର୍ଣ୍ଣ। ସ୍ୱପ୍ନ ଥିଲା ନିଜେ ପଢ଼ିବା ସହ ସାନ ଭାଇ ଭଉଣୀଙ୍କୁ ପାଠ ପଢ଼ାଇ ମଣିଷ କରିବେ। କିନ୍ତୁ ଏ ସ୍ୱପ୍ନ ତାଙ୍କର ଭାଙ୍ଗି ଚୂରମାର ହୋଇଯାଇଛି। ବାପାଙ୍କ ମୃତ୍ୟୁର ଠିକ୍ ବର୍ଷକ ପରେ ଆଣ୍ଠୁଗଣ୍ଠି ବାତ ରୋଗ ସହ ଲିଭର, ଜଣ୍ଡିସ ଓ କିଡନୀ ରୋଗରେ ଆକ୍ରାନ୍ତ ହେଲେ ପୂର୍ଣ୍ଣ। ରୋଗ ଦାଉରେ ଆଉ କାମ କରିବାକୁ ସକ୍ଷମ ହେଲେନି ପୂର୍ଣ୍ଣ। ନିଜସ୍ଵ ଯାହା କିଛି ଅଳ୍ପ ସମ୍ବଳ ଥିଲା ସେଥିରେ ଚିକିତ୍ସା କରାଇଥିଲେ ମା’। ଯାହାଦ୍ୱାରା ସେ ଟିକେ ଚଲା ବୁଲା କରିପାରୁଥିଲେ। ନିଜ କାମ ନିଜେ କରି ପାରୁଥିଲେ। ଚଳିତବର୍ଷ କରୋନା ମହାମାରୀ ପାଇଁ ସରକାର ଲକଡାଉନ୍ କଟକଣା ଯୋଗୁ ଆଉ ଡାକ୍ତରଖାନା ଯିବା ସମ୍ଭବ ହେଲାନି। ବିଧବା ମାଆ ସାଙ୍ଗକୁ ବଡ଼ ଭଉଣୀ ଓ ସାନ ଭାଇ ଚିନ୍ତାରେ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛନ୍ତି ପୂର୍ଣ୍ଣ। ଗୋଟିଏ ପଟେ ରୋଗ, ଆଉ ଗୋଟିଏ ପଟେ ପରିବାର ଚିନ୍ତାରେ ଛଟପଟ ହେଉଥିବା ପୂର୍ଣ୍ଣ ସରକାରୀ ଓ ବେସରକାରୀ ସହାୟତା ପାଇଁ ନିବେଦନ କରିଛନ୍ତି।
ପୂର୍ଣ୍ଣଙ୍କ କେବଳ ୨ବଖରା କୋଠା ଘରକୁ ଛାଡ଼ି ଦେଲେ ପରିବାର ପାଖରେ ଆଉ କିଛି ନାହିଁ। ମା’ କାଞ୍ଚନ ବାରଘରେ ପାଇଟି କରି ପିଲାମାନଙ୍କ ମୁହଁରେ ମୁଠାଏ ଆହାର ଦେବାକୁ ବି ଅସମର୍ଥ । ସାହା ଭରଷା କହିଲେ କେହି ନାହିଁ। ବିଧବା ଭତ୍ତା ଆଉ ରାସନ୍ କାର୍ଡ ଯୋଗେ ଯେତିକି କିଛି ସରକାରୀ ସାହାଯ୍ୟ ମିଳେ ଚାରିପ୍ରାଣୀ କୁଟୁମ୍ବକୁ ନିଅଣ୍ଟ। ସେଥିରେ ପୁଣି ପ୍ରତିଦିନ ରୋଗିଣା ପୁଅ ପାଇଁ ଔଷଧ ଖର୍ଚ୍ଚ ପରିବାରର ଭୋକ ଶୋଷକୁ ଭୁଲାଇ ଦେଇଛି। ଏଭଳି ଅସହାୟ ଅବସ୍ଥାରେ କପାଳକୁ ଆଦରି ପଡ଼ି ରହିଥିବା ପରିବାର ପ୍ରତି ସରକାରୀ ସ୍ତରରୁ କିମ୍ବା ବେସରକାରୀ ଅନୁଷ୍ଠାନରୁ ଯଦି କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ପାରନ୍ତା ତେବେ ହୁଏତ ପୂର୍ଣ୍ଣଚନ୍ଦ୍ର ନିଜର ପୂର୍ବାବସ୍ଥାକୁ ଫେରିବା ସହିତ ନିଜ ପରିବାରକୁ ଚଳାଇ ପାରନ୍ତେ ବୋଲି ଗ୍ରାମବାସୀ କହିଛନ୍ତି। ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବା ପାଇଁ ଚାହାନ୍ତି ତେବେ ପୂର୍ଣ୍ଣଙ୍କ ମାଆ କାଞ୍ଚନବାଳା ରାଉତଙ୍କ ସମ୍ପର୍କୀୟଙ୍କ ମୋବାଇଲ ଫୋନ ନମ୍ବର ୯୮୬୧୬୦୦୧୬୦ରେ ଯୋଗାଯୋଗ କରି ତାଙ୍କ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ ଖାତା ନମ୍ବର 7657000100010308 ଓ IFSC କୋଡ୍ PUNB0765700ରେ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା