Masthead

ମଣିଷ ଦେହରେ ବାର୍ଡ ଫ୍ଲୁ ସନ୍ଦେହ; RMRCକୁ ପଠାଗଲା ରକ୍ତ ନମୁନା

ପିପିଲି (ବଡ଼ ଖବର ବ୍ୟୁରୋ): ମଣିଷ ଶରୀରରେ ବାର୍ଡ ଫ୍ଲୁ । ପୁରୀ ଜିଲ୍ଲାରେ ଏବେ ବାର୍ଡ ଫ୍ଲୁ ସଂକ୍ରମଣ ନେଇ ଭୟ ଦେଖାଦେଇଛି । ପିପିଲି ଏବଂ ସତ୍ୟବାଦୀରେ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ସତର୍କ ରହିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ଏହି ଭାଇରସ୍ କୁକୁଡ଼ା ଦେହରୁ ମଣିଷକୁ ବ୍ୟାପୁଥିବା ନେଇ ଆଶଙ୍କା କରାଯାଉଛି । ପୁରୀ ଜିଲ୍ଲା ମଙ୍ଗଳପୁରର ଜଣେ ବ୍ୟକ୍ତି ବାର୍ହ ଫୁଲରେ ସଂକ୍ରମିତ ହୋଇଥିବା ସନ୍ଦେହ କରାଯାଉଛି । ଏହି ବ୍ୟକ୍ତିଙ୍କୁ କାଶ ସହ ଜ୍ୱର ହୋଇଥିବାରୁ ସେ ବାର୍ଡ ଫ୍ଲୁ ଭାଇରସରେ ସଂକ୍ରମିତ ହୋଇଥିବା ନେଇ ଆଶଙ୍କା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ତେବେ ବର୍ତ୍ତମାନ ସମ୍ପୃକ୍ତ ବ୍ୟକ୍ତିଙ୍କ ରକ୍ତ ନମୁନା RMRCକୁ ପଠାଯାଇଛି । ସେଠାରେ ପରୀକ୍ଷଣ ଜାରି ରହିଛି ଏବଂ ଖୁବଶୀଘ୍ର ରିପୋର୍ଟ ଆସିବ । ଏହାପରେ ସମ୍ପୃକ୍ତ ବ୍ୟକ୍ତିଜଣକ ବାର୍ଡ ଫ୍ଲୁ ’ରେ ସଂକ୍ରମିତ କି ନୁହେଁ, ତାହା ସ୍ପଷ୍ଟ ହୋଇପାରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ