Masthead

ଜ୍ଞାନ ଭୁଲିଗଲେ ବିଜେଡି ବିଧାୟକ, ମଞ୍ଚରେ କହିଦେଲେ ‘ସବୁ ମହିଳା ମୋ ଗାର୍ଲଫ୍ରେଣ୍ଡ’

ପାପଡାହାଣ୍ଡି(ବଡ଼ ଖବର ବ୍ୟୁରୋ): ବିଜେଡି ବିଧାୟକଙ୍କ ଲଜ୍ୟାହୀନ ମନ୍ତବ୍ୟ । ହିତାହିତ ଜ୍ଞାନ ଭୁଲିଗଲେ କି ବିଜେଡି ବିଧାୟକ? ସମସ୍ତ ମହିଳାଙ୍କୁ କହିଲେ ମୋ ଗାର୍ଲଫ୍ରେଣ୍ଡ? ବିଜେଡିକୁ ବଦନାମ କଲେ ଡାବୁଗାଁ ଏମଏଲଏ ମନୋହର ରନ୍ଧାରୀ । କ୍ଷମତା ନିଶାରେ ଚୁର କି ମନୋହର ରନ୍ଧାରୀ? ରନ୍ଧାରୀଙ୍କ ‘ଗାର୍ଲଫ୍ରେଣ୍ଡ’ ମନ୍ତବ୍ୟକୁ ନେଇ ନିନ୍ଦା । ସମସ୍ତ ମହିଳାଙ୍କୁ ରନ୍ଧାରୀ କାହିଁକି କହିଲେ ‘ଗାର୍ଲଫ୍ରେଣ୍ଡ’? ବିଜେଡି ସୁପ୍ରିମୋ ବିଧାୟକଙ୍କୁ ଏଭଳି ଶିଖାଇଛନ୍ତି କି? ନବରଙ୍ଗପୁର ସାଂସ୍କୃତିକ କାର୍ଯ୍ୟକ୍ରମ ମଣ୍ଡୋଇ ଚାଲିଥିବା ବେଳେ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ଏଭଳି ମନ୍ତବ୍ୟକୁ କେହି ଗ୍ରହଣ କରିପାରୁନାହାନ୍ତି ।

ସମସ୍ତ ମହିଳାଙ୍କୁ ମୋ ଗାର୍ଲପ୍ରେଣ୍ଡ କହିବାର ଉଦେ୍ଦଶ୍ୟ କ’ଣ? ନାରୀ ସମାଜ ପାଇଁ ଏହା ଅସମ୍ମାନ ନୁହେଁ କି? ଭୋଟ ବେଳେ ଯାହାକୁ ସେ ମା’, ଉଭଣୀ କହୁଥିଲେ ସେମାନେ ଆଜି କେମିତି ଗାର୍ଲଫ୍ରେଣ୍ଡ ହୋଇଗଲେ? ବିଜେଡିର ଏହା କ’ଣ ମା’ଙ୍କୁ ସମ୍ମାନ କି? ମଂଚରେ ଉପରେ ଓ ମଂଚ ତଳେ ମହିଳା ଥିଲେ । ମହିଳା ବର୍ଗଙ୍କୁ ଅପମାନ କରିବା ମନୋହର ରନ୍ଧାରୀଙ୍କୁ ଆଗମୀ ଦିନରେ ମହଙ୍ଗା ପଡ଼ିପାରେ । ଜଣେ ଜନପ୍ରତିନିଧି ହୋଇ ମହିଳାଙ୍କ ପ୍ରତି ଏଭଳି ମନ୍ତବ୍ୟ ଦେବା କେତେ ଗ୍ରହଣଯୋଗ୍ୟ ତାହା ସଭ୍ୟ ସମାଜ ବିଚାର କରିବ । ପୂର୍ବରୁ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଦେବା ନାଁରେ ବିଜେଡି ବିଧାୟକ ମନୋହର ରନ୍ଧାରୀଙ୍କ ନାଁରେ ପୋଲିସ ରୁଜୁ କରିଥିଲା ମାମଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ 🔴 ଗୋପାଳପୁର ଗଣଦୁଷ୍କର୍ମ, କଂଗ୍ରେସର ଉଦବେଗ 🔴 ଏକ ବର୍ଷର ରିପୋର୍ଟ କାର୍ଡକୁ ତାଛଲ୍ୟ କଲେ ପୂର୍ବତନ ପିସିସି ସଭାପତି 🔴 ଉଛୁଳିଲା ନଈ, ବୁଡ଼ିଲା ଗାଁ 🔴 ୩ ଦିନ କାଁ ଭାଁ ଘଡ଼ଘଡ଼ି ସହ ବର୍ଷା 🔴 ସୁସ୍ଥ ଜୀବନ ପାଇଁ ଦରକାର ଯୋଗ 🔴 ବିକଶିତ ଓଡ଼ିଶାର ମୁଖ୍ୟ ଶକ୍ତି : ଲକ୍ଷପତି ଦିଦି 🔴 ବଟି ମାଗି ବିଜେଡି ନେତା ଗିରଫ 🔴 ଟ୍ରାଫିକ ଜାମରେ ଫସିଲା ଆମ୍ବୁଲାନ୍ସ, ରୋଗୀ ଛଟପଟ 🔴 ରାଜ୍ୟରେ ଆଜିଠୁ ଖୋଲିବ ସ୍କୁଲ 🔴 ପୁଣି ଆସୁଛି ଆଉ ଏକ ଲଘୁଚାପ