Masthead

ସ୍କୁଲ ବନ୍ଦ ନିର୍ଦ୍ଦେଶକୁ ଅବିଭାବକଙ୍କ ବିରୋଧ

ଜଗନ୍ନାଥପ୍ରସାଦ, (ବଡ଼ ଖବର ବ୍ୟୁରୋ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଜିରାବାଡ଼ି ପଞ୍ଚାୟତ ଲେପା ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି। ଏହି ବିଦ୍ୟାଳୟକୁ ଜିରାବାଡ଼ି ବିଦ୍ୟାଳୟରେ ମିଶାଇ ଦେବାକୁ ସରକାରୀ ନିର୍ଦ୍ଦେଶ ଆସିଛି। ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ। ଶୁକ୍ରବାର ବିଦ୍ୟାଳୟକୁ କାଗଜପତ୍ର ଠିକ କରିବା ଲାଗି ଆସିଥିବା ଶିକ୍ଷକଙ୍କୁ ବିଦ୍ୟାଳୟକୁ ଯିବାକୁ ଦେଇନାହାନ୍ତି ଲୋକେ। ଅଭିଭାବକ ଓ ଛାତ୍ରଛାତ୍ରୀ ସ୍କୁଲ ଆଗରେ ଧାରଣାରେ ବସିଛନ୍ତି।

୧୯୫୯ରେ ଲେପା ଗ୍ରାମରେ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା। ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରୁ ଜିରାବାଡ଼ିରେ ମିଶାଇବା ନିର୍ଦ୍ଦେଶକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଗ୍ରାମବାସୀ। ଶୁକ୍ରବାର ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ସେଠୀ ଓ ସହକାରୀ ଶିକ୍ଷକ ଭୀମସେନ ପ୍ରଧାନ ବିଦ୍ୟାଳୟ ମିଶ୍ରଣ ଜନିତ କାଗଜପତ୍ର ଠିକ୍ କରିବା ଲାଗି ଆସିଥିଲେ। ଖବର ପାଇ ବିଦ୍ୟାଳୟ ପରିଚାଳନା କମିଟି ସଭାପତି, ସଭ୍ୟ ଓ ଗ୍ରାମବାସୀ ସେଠାରେ ପହଞ୍ଚି ଗେଟ୍ ଖୋଲିବାକୁ ବାରଣ କରିଥିଲେ। ଫାଟକ ଆଗରେ ଛାତ୍ରଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଥିଲେ। ଦୁଇ ଶିକ୍ଷକ ଦୀର୍ଘ ସମୟ ଅପକ୍ଷା କରିବା ପରେ ଏବିଇଓ ସୀମାଞ୍ଚଳ ଜାନୀଙ୍କୁ ଏ ନେଇ ଜଣାଇଥିଲେ। ଚିଠି ହୋଇଛି ତୁମେମାନେ ଲୋକମାନଙ୍କୁ ବୁଝାଇ ବିଦ୍ୟାଳୟର ଦାୟିତ୍ୱ ହସ୍ତାନ୍ତର କର। ମୁଁ କୌଣସି ମତାମତ ଦେଇପାରିବି ନାହିଁ ବୋଲି କହିଥିଲେ ଶିକ୍ଷା ଅଧିକାରୀ। ଶେଷରେ ବାଧ୍ୟ ହୋଇ ଶିକ୍ଷକ ଦ୍ୱୟ ସେଠାରୁ ପଳାଇ ଆସିଥିଲେ।

ବିଦ୍ୟାଳୟ ସ୍ଥାନାନ୍ତର ନ କରାଇବାକୁ ପୂର୍ବରୁ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ସ୍ଥାନୀୟ ବିଧାୟକ ବିକ୍ରମ କେଶରୀ ଆରୁଖଙ୍କ ନିକଟରେ ଅଭିଭାବକମାନେ ଲିଖିତ ଅଭିଯୋଗ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ