Masthead

ନବୀନଙ୍କୁ ପାଣ୍ଡିଆନଙ୍କ ହାଇଜାକ୍!…ହସ୍ପିଟାଲ ସାକ୍ଷୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପାଣ୍ଡିଆନଙ୍କ କଂଟ୍ରୋଲରେ ବିଜେଡି । ଏ କଥା ପୂର୍ବରୁ ଅନେକ ଥର ଚର୍ଚ୍ଚା ହୋଇଆସିଛି । ନିର୍ବାଚନ ପୂର୍ବରୁ ପାଣ୍ଡିଆନ ପ୍ରଚାର ମଙ୍ଗ ଧରିଲେ । ନେତା, କର୍ମୀ ବିରୋଧ କଲେ । ହେଲେ ସାମ୍ନାରେ କହିପାରିଲେ ନାହିଁ । ଭୋଟ ପୂର୍ବରୁ ନବୀନ ସାମ୍ନାକୁ ଆସିଲେ ନାହିଁ ସେଇଥି ପାଇଁ ଦଳ ପରାଜୟ ବରଣ କଲା । ଏବେ ଏ କଥା ମଧ୍ୟ କୁହାଗଲାଣି ଯେ ନିଜ ଅକ୍ତିଆରକୁ ବିଜେଡିକୁ ନେଇଥିବା ପାଣ୍ଡିଆନ ଏବେ ନବୀନଙ୍କୁ ହାଇଜାକ୍ କଲା ଭଳି ମନେହେଉଛି । ଏହାର ଏହାର ସାକ୍ଷୀ ମୁମ୍ବାଇ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ ।

ନବୀନଙ୍କ ଅପରେସନ୍ ପରେ ଦଳର କିଛି ବରିଷ୍ଠ ନେତାଙ୍କୁ ତାଙ୍କୁ ହେଖା କରିବାକୁ ଯାଇଥିଲେ ମୁମ୍ବାଇ । ହେଲେ ସିଧାସଳଖ ସାକ୍ଷାତ ହୋଇପାରିଲା ନାହିଁ । ବବିଙ୍କ ମୋବାଇଲରେ ପାଣ୍ଡିଆନଙ୍କୁ ଭିଡିଓ କଲା ହେଲା ଆଉ ସେହି କଲରୁ ହିଁ କୁଆଡେ ସମସ୍ତ ନେତା ନବୀନଙ୍କୁ ଦେଖିଲେ । ନିଶ୍ଚିତ ଭାବେ ଯେଉଁମାନେ ନବୀନଙ୍କୁ ଭେଟିପାରିଲେ ନାହିଁ ଅସନ୍ତୋଷ ସେମାନଙ୍କ ଭିତରେ ଜାତ ହୋଇଥିବ । ହେଲେ କହିବେ କାହାକୁ । ନିଜ ମୁଖିଆଙ୍କୁ ନେତା ଦେଖିପାରିବେ ନାହିଁ? ଏହା କ’ଣ ଦର୍ଶାଉଛି ।

ସେମିତିରେ ଆମେ ଦେଖିଛେ ନିବାସ ବାହାରକୁ ନବୀନ ବାହାରନ୍ତି ନାହିଁ । କୁଆଡେ ତାଙ୍କର ଦେଖାଶୁଣା ପାଣ୍ଡିଆନ କରନ୍ତି । ଏବେ ହସ୍ପିଟାଲକୁ ଯେତେବେଳେ ବିଜେଡି ନେତାଙ୍କୁ ନୋ ଏଣ୍ଟ୍ରି ଏହାକୁ କ’ଣ କୁହାଯାଇପାରେ । ପ୍ରଥମେ ବିଜେଡି ଏବେ ନବୀନଙ୍କୁ ମଧ୍ୟ ପାଣ୍ଡିଆନ ନିଜ ଅକ୍ତିଆରକୁ ନେଇଗଲେଣି । ଏହା ବୁଝିବା କି? ନବୀନ ଭୁବନେଶ୍ୱର ଆସିବା ପରେ ମଧ୍ୟ କ’ଣ ସେ ଏମିତି କରିବେ? ନବୀନଙ୍କୁ ନିଜ ନେତା ଦେଖିପାରିବେ ନାହିଁ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ଅସ୍ୱାଭାବିକ ଭାବେ ବଢ଼ିଛି ପୁରୀର ଦିନ ତାପମାତ୍ରା 🔴 ଆଜି ଓଡ଼ିଶା ଆସୁଛନ୍ତି ରାଜନାଥ ସିଂ 🔴 ଓଡ଼ିଶା ଗସ୍ତରେ ଆସୁଛନ୍ତି  ୨ କେନ୍ଦ୍ରମନ୍ତ୍ରୀ 🔴 ଆଜି CEC ମାମଲାର ସୁପ୍ରିମକୋର୍ଟରେ ଶୁଣାଣି 🔴 ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର 🔴 ପାର୍ବଣ ପୂର୍ବରୁ ବ୍ରହ୍ମପୁର ନିମଖଣ୍ଡିରେ ଚାଞ୍ଚଲ୍ୟ 🔴 ତେଲ ଟ୍ୟାଙ୍କରରେ ଗୋରୁ ଚାଲାଣ, ମାଡ଼ି ବସିଲା ପୋଲିସ 🔴 ଆସୁଛି ଲଘୁଚାପ, ବଦଳିପାରେ ପାଗ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର