Masthead

ବିପୁଳ ମଦ ଜବତ

କୋରୁକୋଣ୍ଡା (ବଡ଼ ଖବର ବ୍ୟୁରୋ): ବେଆଇନ ମଦ ଭାଟିରେ ଚଢାଉ । ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ବାଲିମେଳା ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ବିଭିନ୍ନ ବେଆଇନ ମଦଭାଟିରେ ଚଢାଉ କରି ବିପୁଳ ମଦ ଓ ପୋଚ ଜବତ କରାଯାଇଛି । ମାଲକାନଗିରି ଅବକାରୀ ସୁପରିଟେଣ୍ଡଣ୍ଟଙ୍କ ନିର୍ଦ୍ଦେଶକ୍ରମେ ବାଲିମେଳା ଅବକାରୀ ଅଧିକାରୀ ଏଚ ଜଗା ରାଓ, ଓର୍କେଲ ଥାନା ଅଧିକାରୀ ସୌମେନ୍ଦୁ ଶେଖର ତ୍ରିପାଠୀଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ବାଲିମେଳା ସହତ, ସଲୁରକୋଣ୍ଡା, ଡାଇକ ୩ ଓ ଉର୍ମାଗୁଡ଼ା ଅଞ୍ଚଳରେ ଥିବା ବିଭିନ୍ନ ବେଆଇନ ମଦ ଭାଟିରେ ଚଢଉ କରାଯାଇଥିଲା । ଏଥିରେ ୨ହଜାର ୫ଶହ କେଜି ମହୁଲ ପୋଚ ଓ ୧୫ଶହ ଲିଟର ମଦ ଜବତ କରି ନଷ୍ଟ କରିବା ସହ ୫ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତ ହେଲେ ମୁକେ ମାଡକାମୀ, ଲକ୍ଷ୍ମଣ ଗଲରି, ଘାସିରାମ ପାଙ୍ଗି, ଦୁଲା କବାସୀ ଓ ଗଙ୍ଗା ମାଡକାମି । ଏନେଇ ଓର୍କେଲ ଥାନାରେ ୨ଟି ଓ ବାଲିମେଳା ଅବକାରୀ ଥାନାରେ ୪ଟି ମାମଲା ରୁଜୁ କରାଯାଇଛି ବୋଲି ଜିଲ୍ଲା ଅବକାରୀ ଅଧୀକ୍ଷକ ଅଶୋକ କୁମାର ସେଠ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ