Masthead

ମାଓବାଦୀ ଗୁଳିରେ ୫ ଯବାନ ଆହତ

କୋଇଡ଼ା (ବଡ଼ ଖବର ବ୍ୟୁରୋ): ଆଇଇଡି ବିସ୍ଫୋରଣ ଓ ଗୁଳିବର୍ଷାରେ ଥରିଲା ସରଣ୍ଡା ଜଙ୍ଗଲ। ଓଡ଼ିଶା ସୀମାରେ ହାଇ ଆଲର୍ଟ। ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଛୋଟାନାଗରା ଥାନା ଅଧୀନସ୍ଥ ସାରଣ୍ଡାର ବାଲିବା ଜଙ୍ଗଲରେ ବୁଧବାର ସକାଳୁ ସୁରକ୍ଷା ବାହିନୀ ଓ ନକ୍ସଲଙ୍କ ମଧ୍ୟରେ ଭୟାବହ ଗୁଳି ବିନିମୟ ହେଇଛି। ସରଣ୍ଡାର ଚାରା ଡେରା ଓ ଡୋଲାଇଗଡ଼ା ଜଙ୍ଗଲ ମଧ୍ୟରେ ଚାଲିଥିବା ସର୍ଚ୍ଚ ଅଭିଯାନ ସମୟରେ ଉଭୟ ପକ୍ଷରୁ ତିବ୍ର ଗୁଳିବର୍ଷା ବିନିମୟ ହୋଇଛି। ଯେଉଁଥିରେ ୫ ଜଣ ଯବାନ ହୋଇଛନ୍ତି। ମୁକାବିଲା ସମୟରେ ନକ୍ସଲମାନେ ଲଗାଇ ଥିବା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ମଧ୍ୟ ଯବାନମାନେ ଆହତ ହୋଇଛନ୍ତି। ଯେଉଁଥିରେ କୋବ୍ରା ୨୦୫ ବଟାଲିଅନର ଇନ୍ସପେକ୍ଟର ସତ୍ୟ ପ୍ରକାଶ ଗୁରୁତର ଆହତ ହୋଇଛନ୍ତି ।

ଆହତ ଯବାନମାନେ ହେଲେ ଶୈଳେଶ କୁମାର ଦୁବେ ତାଙ୍କର ବେକ ପାଖରେ ଗୁଳି ଲାଗିଛି । ଉତ୍ତମ ସେନାପତି ଯାହାଙ୍କର ହାତରେ ଗୁଳି ଲାଗିଛି । ଜିତେନ୍ଦ୍ର କୁମାର ରାୟ ଯାହାଙ୍କ ପାଦରେ ଗୁଳି ଲାଗିଛି । ଇନ୍ସପେକ୍ଟର ସତ୍ୟ ପ୍ରକାଶ (କୋବ୍ରା ୨୦୫) ଲେଣ୍ଡମାଇନ ବିସ୍ଫୋରଣରେ ତାଙ୍କର ଅଣ୍ଟାରେ ଗଭୀର ଆଘାତ ଲାଗିଛି । ପ୍ରେମ କୁମାରଙ୍କ ପାଦରେ ଗୁଳି ଲାଗି ଆହତ ହେଇଛନ୍ତି। ସମସ୍ତ ଆହତଙ୍କୁ ବୁଧବାର ସନ୍ଧ୍ୟା ପ୍ରାୟ ୫ଟା ସମୟରେ ବାଲିବା ଗାଁରୁ ହେଲିକପ୍ଟର ଯୋଗେ ଏୟାରଲିଫ୍ଟ କରି ଚିକିତ୍ସା ପାଇଁ ରାଞ୍ଚିକୁ ପଠାଯାଇଛି।

ଏଥିରୁ ଜଣେ ଯବାନଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡ଼ିଛି। ଖୁଫିଆ ସୂଚନା ଅନୁସାରେ ସୁରକ୍ଷାବଳଙ୍କୁ ଖବର ମିଳିଥିଲା ଯେ ବାଲିବାର ଚାରା ଡେରା–ଡୋଲାଇଗଡ଼ା ଜଙ୍ଗଲ ଅଞ୍ଚଳରେ ପ୍ରାୟ ୧୫ ଜଣ ନକ୍ସଲ ଲୁଚି ରହିଛନ୍ତି। ଯାହା ପରେ କାଲିଠାରୁ ମାଓ ଦମନ ଅଭିଯାନ ଆରମ୍ଭ କରାଯାଇଥିଛି ।ଏହି ଗୁଳି ବିନିମୟରେ ୩ ରୁ ୪ ଜଣ ନକ୍ସଲ ମୃତ୍ୟୁବରଣ କରିଥିବା ଓ କିଛି ଆହତ ହୋଇଥିବା କୁହାଯାଉଛି ଥିବା ବେଳେ ସରକାରୀ ସ୍ତରରେ ସ୍ପଷ୍ଟ କରାଯାଇ ନାହିଁ। ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଥିବା ବେଳେ ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ ଜାରି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଜଗତ ଦେଖିବ ଜଗାର କଳି 🔴 ୬ ଜିଲ୍ଲାରେ ପ୍ରବଳ ବର୍ଷା ଆଲର୍ଟ 🔴 ଭୟାବହ ବନ୍ୟାରେ ଥରହର ଜମ୍ମୁ-କାଶ୍ମୀର, ୧୧ ମୃତ