Masthead

ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ ଅନୁଷ୍ଠିତ ହୋଇଛି । ୨୦୨୬ ଆଇସିସି ମହିଳା ଟି୨୦ ବିଶ୍ୱକପ୍ ଇଂଲଣ୍ଡର ବର୍ମିଂହାମସ୍ଥିତ ଏଜବାଷ୍ଟନ କ୍ରିକେଟ୍ ଗ୍ରାଉଣ୍ଡରେ ଉଦଘାଟନୀ ସମାରୋହ ହେବାକୁ ଯାଉଛି । ଉଦଘାଟନୀ ମ୍ୟାଚରେ ମୁହାମୁହିଁ ହେବେ ଇଂଲଣ୍ଡ ଏବଂ ଶ୍ରୀଲଙ୍କା । ଆଇସିସି ମହିଳା ଟି୨୦ ବିଶ୍ୱକପ୍ ୨୦୨୬ରେ ମୋଟ ୧୨ଟି ଦଳ ଅଂଶଗ୍ରହଣ କରିଛନ୍ତି । ଏହି ଟି୨୦ରେ ୩୩ଟି ମ୍ୟାଚ ହେବ । ଇଂଲଣ୍ଡ ଓ ଶ୍ରୀଲଙ୍କାରେ ୭ଟି ହେବାକୁ ଥିବାବେଳେ ଅନ୍ୟଖେଳ ଗୁଡିକ ଭିନ୍ନ ଭିନ୍ନ ଭେନ୍ୟୁରେ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧୨ରୁ ଜୁଲାଇ ୫ ତାରିଖ ଯାଏଁ ଚାଲିବ । ଅଂଶଗ୍ରହଣ କାରୀ ଦଳ ମାନଙ୍କ ମଧ୍ୟରେ ନେଦରଲ୍ୟାଣ୍ଡ ପ୍ରଥମଥର ପାଇଁ ମହିଳା ବିଶ୍ୱକପ୍ରେ ଖେଳୁଛି । ଏଥିରେ ଅଷ୍ଟ୍ରେଲିୟା, ଭାରତ, ଇଂଲଣ୍ଡ ସହ ନୁ୍ୟଜଲାଣ୍ଡ ଦଳ ଖେଳରେ ସାମିଲ ହୋଇଛନ୍ତି । ଇଂଲଣ୍ଡରେ ଅନୁଷ୍ଠିତ ରୋମାଞ୍ଚକ ମହିଳା ବିଶ୍ୱକପ୍ ଉଦଘାଟନ ଉସôବରେ ବ୍ରିଟିଶ୍ ସମୟ ଅନୁସାରେ ସନ୍ଧ୍ୟା ୮ଘଣ୍ଟା ୩୦ମିନିଟ୍ ରେ ଆରମ୍ଭ ହେବାକୁ ଥିବା ବେଳେ ଭାରତରେ ସେତବେଳକୁ ରାତି ୧୧ଘଟିକା ହୋଇଥିବ । ଏହି ବିଶ୍ୱକପ୍ ମହାକୁମ୍ଭକୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା