Masthead

ଆସାମରେ ବନ୍ୟାର ତାଣ୍ଡବ, ଗଲାଣି ୨୧ ଜୀବନ

ଆସାମ (ବଡ଼ ଖବର ବ୍ୟୁରୋ): ପ୍ରକୃତିର କରାଳ ରୂପ । ଆସାମରେ ଭୟଙ୍କର ବନ୍ୟା । ଲଗାଣ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବେ ଜଳମଗ୍ନ । ଲଗାଣ ବର୍ଷା ଯୋଗୁଁ ପରିସ୍ଥିତି ଏବେ ଗୁରୁତର ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ପାଖାପାଖି ୨୧ଜଣଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ସଂଖ୍ୟା ବଢି ଏବେ ୩୧କୁ ବୃଦ୍ଧି ପାଇଛି । ୨୧ ଜଣ ମୃତକ ଶିବସାଗର ଜିଲ୍ଲାର ବୋଲି ଜଣାପଡ଼ିଛି । ମୃତକଙ୍କ ମଧ୍ୟରେ ୪ ମହିଳା ଓ ୨ ଜଣ ଶିଶୁ ଥିବା ସୂଚନା ମିଳିଛି । ଚରାଇଦେଓ ଜିଲ୍ଲାର ୫ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ସେଥିରେ ୨ ଜଣ ଶିଶୁ ଥିବା ମଧ୍ୟ ଜଣାପଡ଼ିଛି । ପାଖାପାଖି ୫.୬୫ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି।
ଗତ ୨୪ ଘଣ୍ଟା ମଧ୍ୟରେ ବନ୍ୟା ପୀଡ଼ିତଙ୍କ ପାଇଁ ପ୍ରଶାସନ ପକ୍ଷରୁ ୫,୦୧୧.୦୭ କ୍ୱିଣ୍ଟାଲ ଚାଉଳ, ୯୫୬.୫୩ କ୍ୱିଣ୍ଟାଲ ଡାଲି, ୨୬୫.୧୮ କ୍ୱିଣ୍ଟାଲ ଲୁଣ ଏବଂ ୨୦,୧୧୫.୪୨ ଲିଟର ସୋରିଷ ତେଲ ବଣ୍ଟନ କରାଯାଇଛି। ରାଜ୍ୟର ୮୭୨ଟି ଗାଁ ଜଳମଗ୍ନ ଥିବାବେଳେ ୨୪,୨୧୦.୩୫ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ଇଝଊଗଇ ସୂଚନା ଅନୁଯାୟୀ, ବିଭିନ୍ନ ଜିଲ୍ଲାରେ ବନ୍ଧ, ରାସ୍ତା, ସେତୁ ଓ ଅନ୍ୟାନ୍ୟ ଭିତ୍ତିଭୂମିର କ୍ଷତି ଘଟିଛି। ଏହାସହ ୧,୮୫,୦୨୯ଟି ଗୃହପାଳିତ ପଶୁ ଓ କୁକୁଡ଼ା ପକ୍ଷୀ ମଧ୍ୟ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଚଳିତ ବର୍ଷ ଆସାମରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ମୋଟ ୩୧ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଲକ୍ଷାଧିକ ଲୋକ ଏବେ ମଧ୍ୟ ଏହାର ପ୍ରଭାବରେ ରହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆସାମରେ ବନ୍ୟାର ତାଣ୍ଡବ, ଗଲାଣି ୨୧ ଜୀବନ 🔴 ରଥଯାତ୍ରା ଅଘଟଣ ଷଡ଼ଯନ୍ତ୍ର 🔴 ୫ ଦିନ ଯାଏ ପ୍ରବଳ ବର୍ଷା ! 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ 🔴 ଆସାମରେ ବନ୍ୟାର ତାଣ୍ଡବ, ଗଲାଣି ୨୧ ଜୀବନ 🔴 ରଥଯାତ୍ରା ଅଘଟଣ ଷଡ଼ଯନ୍ତ୍ର 🔴 ୫ ଦିନ ଯାଏ ପ୍ରବଳ ବର୍ଷା ! 🔴 ଦିଲ୍ଲୀରେ ଦୁଇମୁଖୀ ପ୍ରତିବାଦ, ସିଜେପି ସହ କୃଷକଙ୍କ ଆନ୍ଦୋଳନ 🔴 ସୁନା ବେଶରେ ଦର୍ଶନ ଦେଉଛନ୍ତି ମା’ 🔴 ରୁଷ୍‌ର ମିସାଇଲ ମାଡ, ୪ଭାରତୀୟ ମୃତ 🔴 ଓଏସଆରଟିସି ଜଗନ୍ନାଥ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ 🔴 ଆଜି ଶରଧାବାଲିରେ ତିନି ରଥଙ୍କ ଦକ୍ଷିଣ ମୋଡ଼ 🔴 ମଝି ନଦୀରୁ ଟାୱାର ଉପରୁ ଉଦ୍ଧାର ହେଲେ ଯୁବକ 🔴 ବାଦଲ ଫଟା ବର୍ଷା, ଗଲାଣି ୪୩ରୁ ଅଧିକ ଲୋକଙ୍କ ଜୀବନ