Masthead

ଜିମ୍ବାୱେଙ୍କୁ ଟକର୍ ଦେବ ଶ୍ରେୟସଙ୍କ ବାହିନୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭାରତ- ଇଂଲଣ୍ଡ ବିପକ୍ଷରେ ମ୍ୟାଚ୍ ହାରିବା ପରେ ଏବେ ଜିମ୍ବାୱେ ବିପକ୍ଷରେ ସିରିଜ ଖେଳିବାକୁ ଯାଉଛି । ଆସନ୍ତା କାଲିଠାରୁ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍  ର ଏକ ନୂଆ ଅଧ୍ୟାୟ ଆରମ୍ଭ ହେବ । ଏହି ମ୍ୟାଚ୍ ଟି ଜୁଲାଇ ୨୩ତାରିଖରୁ ହରାର ସ୍ପୋର୍ଟ୍ସ କ୍ଲବରେ ଖେଳାଯିବ । ଶ୍ରେୟସ ଆୟରଙ୍କୁ ମିଳିଛି ଗୁରୁଦାୟିତ୍ୱ । ଟିମର କ୍ୟାପଟେନ ଭାବରେ ଦଳର ଧରିଛନ୍ତି ମଙ୍ଗ । କିନ୍ତୁ ବର୍ତ୍ତମାନ ସୁଦ୍ଧା ଶ୍ରେୟସ ଆୟର ନେତୃତ୍ୱରେ ଭାରତୀୟ ଦଳ ଗୋଟିଏ ବି ମ୍ୟାଚରେ ବିଜୟ ହାସଲ କରିପାରିନାହାନ୍ତି ।

ଜିମ୍ବାୱେ ବିପକ୍ଷରେ ଭାରତ ଖେଳିବାକୁ ଥିବା ସରିଜ୍ ଗୁଡିକ ମଧ୍ୟରୁ ତିନୋଟି ମ୍ୟାଚ୍ ହରାରେ ଖେଳାଯିବ । ପ୍ରତ୍ୟେକ ମ୍ୟାଚର୍ ଭାରତୀୟ ସମୟ ଅପରାହ୍ନ ୪ଟା ୩୦ ମିନିଟ୍  ରୁ ଆରମ୍ଭ ହେବ । ଏହି ମ୍ୟାଚରେ ରବି ବିଷ୍ଣୋଇଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ହାମ୍‌ଷ୍ଟ୍ରିଙ୍ଗ୍‌ ଆଘାତ ହେବା କାରଣରୁ ବରୁଣ ଚକ୍ରବର୍ତ୍ତୀ ସୁସ୍ଥ ହୋଇପାରିନାହାନ୍ତି । ତେଣୁ ତାଙ୍କ ସ୍ଥାନରେ ବିଷ୍ଣୋଇଙ୍କୁ ଦଳରେ ସାମିଲ କରାଯାଇଛି। ଅନ୍ୟପକ୍ଷରେ, ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ରେ ଅଭିଜ୍ଞ ଅଲରାଉଣ୍ଡର ସିକନ୍ଦର ରଜା ଜିମ୍ବାୱେ ଦଳର ନେତୃତ୍ୱ ନେବେ ।

ଭାରତୀୟ ଦଳରେ ଶ୍ରେୟସ ଆୟର (ଅଧିନାୟକ), ବୈଭବ ସୂର୍ୟ୍ୟବଂଶୀ, ଅଭିଷେକ ଶର୍ମା, ତିଳକ ବର୍ମା (ଉପଅଧିନାୟକ), ଈଶାନ କିଶନ (ୱିକେଟକିପର), ଶିବମ ଦୁବେ, ସୂର୍ୟ୍ୟାଂଶ ଶେଡଗେ, ରିଙ୍କୁ ସିଂହ, ହର୍ଷ ଦୁବେ, ପ୍ରିନ୍ସ ଯାଦବ, ଯଶ ଠାକୁର, ଅଶୋକ ଶର୍ମା, ମୟଙ୍କ ଯାଦବ, ପ୍ରଭସିମ୍ରନ ସିଂହ (ୱିକେଟକିପର) ଏବଂ ରବି ବିଷ୍ଣୋଇ ରହିଥିବା ବେଳେ ଜିମ୍ବାୱେ ଦଳରେ ରହିଛନ୍ତି ସିକନ୍ଦର ରଜା (ଅଧିନାୟକ), ବ୍ରାଏନ୍ ବେନେଟ୍, ରିଆନ୍ ବର୍ଲ, ତାନାକା ଚିଭାଙ୍ଗା, ବେନ୍ କରନ୍, ବ୍ରାଡ୍ ଇଭାନ୍ସ, ୱେସ୍ଲି ମାଧେଭେରେ, ତାଡିୱାନାଶେ ମାରୁମାନି, ୱେଲିଂଟନ୍ ମାସାକାଦ୍ଜା, ବ୍ଲେସିଂ ମୁଜାରାବାନି, ଡିଅନ୍ ମାୟର୍ସ, ରିଚାର୍ଡ ନାଗାରାଭା, ନ୍ୟୁମ୍ୟାନ୍ ନ୍ୟାମହୁରି, ମିଲଟନ୍ ଶୁମ୍ବା ଏବଂ ତାଫାଡଜ୍ୱା ତ୍ସିଗା। ଉଭୟ ଦଳ ମଧ୍ୟରେ ଏପର୍ୟ୍ୟନ୍ତ ୧୬ଗୋଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇଛି। ସେଥିରୁ ଭାରତ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ଜିମ୍ବାୱେ ୪ଟି ମ୍ୟାଚ୍‌ରେ ଜିତିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି