ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମାଷ୍ଟର କ୍ୟାଣ୍ଟିନରେ ପୋଲିସ-ଅନଲାଇନ ଅଟୋ ଓ ଟାକ୍ସି ଚାଳକ ମୁହାଁମୁହିଁ ଘଟଣା। ବଢ଼ିଲା ଗିରଫଦାରୀ ସଂଖ୍ୟା । ଘଟଣାରେ ୧୧୩ ଚାଳକ ଗିରଫ ହୋଇଛନ୍ତି । ଏହାସହ ୫୩୪ଟି ଅଟୋକୁ ଜବତ କରାଯାଇଛି। ଏହି ମାମଲାରେ ଖାରବେଳ ଥାନାରେ ମୋଟ ୭ଟି ମାମଲା ରୁଜୁ ହୋଇଛି । ସାଧାରଣଲୋକ ୨ଟି ମାମଲା କରିଥିବା ବେଳେ ଆମ ବସ୍ କର୍ମଚାରୀ ୪ଟି ଓ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି।
୬୦ ଜଣଙ୍କୁ ଉତ୍ତମ ବ୍ୟବହାର ଲାଗି ଛାଡ଼ି ଦିଆଯାଇଛି। ୩୫୪ଟି ଯାନବାହନ ଜବତ କରାଯାଇଛି। ସାଧାରଣ ଜନତାଙ୍କ ରିପୋର୍ଟ ଆଧାରରେ ୨ଟି ମାମଲା ରୁଜୁ ହୋଇଛି। ଆମ ବସ୍ କର୍ମଚାରୀଙ୍କ ରିପୋର୍ଟ ଆଧାରରେ ୪ଟି ମାମଲା ରୁଜୁ ହୋଇଛି। ପୋଲିସ କର୍ମଚାରୀଙ୍କ ରିପୋର୍ଟ ଆଧାରରେ ଗୋଟିଏ ମାମଲା ରୁଜୁ ହୋଇଛି। ରାଜଧାନୀରେ ବିଶୃଙ୍ଖଳା ପାଇଁ ୪୦୦ ଗାଡ଼ିର ପରମିଟ୍ ବାତିଲ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି ପରିବହନ ବିଭାଗ।
ମାଷ୍ଟରକ୍ୟାଣ୍ଟିନ୍ ଛକରେ ଗତକାଲି ଘଟିଥିବା ବେଆଇନ ଘେରାଉ, ବିଶୃଙ୍ଖଳା ତଥା ରାସ୍ତାରୋକ ଯୋଗୁଁ ସାଧାରଣ ଯାତାୟାତରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା ।ଏହି ସମୟରେ କ୍ରୁଟ୍ ଆମ ବସ୍ ସମେତ ଅନେକ ସରକାରୀ ସମ୍ପତ୍ତି ଭଙ୍ଗାରୁଜା ଓ ନଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଏବଂ ଜବତ ତାଲିକାର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ରାସ୍ତା ଅବରୋଧ କରିବା ପାଇଁ ୪୦୦ ରୁ ଅଧିକ ଅଟୋରିକ୍ସା ବ୍ୟବହାର କରାଯାଇଥିଲା ଏବଂ ପୁଲିସ ପ୍ରଶାସନ ଦ୍ୱାରା ଉକ୍ତ ଗାଡ଼ିଗୁଡ଼ିକୁ ଚିହ୍ନଟ କରାଯାଇ ଜବତ କରାଯାଇଛି । ଭୁବନେଶ୍ୱର-୧ ଆରଟିଓ ପକ୍ଷରୁ ସମ୍ପୃକ୍ତ ସମସ୍ତ ପଞ୍ଜୀକୃତ ମାଲିକ ତଥା ପରମିଟ୍ ଧାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ।
