Masthead

ଆଜିଠୁ ନବରାତ୍ରୀ…ମାଆଙ୍କ ସ୍ୱାଗତ ପାଇଁ ଅପେକ୍ଷାରେ କାଶତଣ୍ଡି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଶ୍ୱିନ ମାସ ଆସିବା ମାତ୍ରକେ ଧରାପୃଷ୍ଠ ଧଳା ଧଳା କାଶତଣ୍ଡୀ ଫୁଲରେ ଆନ୍ଦୋଳିତ ହୋଇଥାଏ । ସତେ ଯେମିତି ଲାଗିଥାଏ ଏହି ଫୁଲ ଗୁଡିକ ମାଙ୍କର ସ୍ୱାଗତ ପାଇଁ ଅପେକ୍ଷା କରିଛନ୍ତି । ସମଗ୍ର ଧରାପୃଷ୍ଠ ଗୋଟିଏ ଅଦ୍ଭୁତ ସୌନ୍ଦର୍ଯ୍ୟରେ ବିମଣ୍ଡିତ ହୋଇଥାଏ । ସେହି ସୌନ୍ଦର୍ଯ୍ୟ ମଧ୍ୟରେ ଆଜିଠୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରି । ଏହା ହିନ୍ଦୁ ଧର୍ମର ପ୍ରମୁଖ ପର୍ବମାନଙ୍କ ମଧ୍ୟରୁ ଗୋଟିଏ ।

ଏଥିରେ ମା ଦୁର୍ଗା ଙ୍କର ବିଭିନ୍ନ ସ୍ୱରୂପକୁ ବିଧିବିଧାନ ଭାବରେ ୯ ଦିନ ଧରି ପୂଜା କରାଯାଇଥାଏ । ଏହି ସମୟରେ ମାଆ ଦୁର୍ଗତିନାଶିନୀ ନିଜ ଭକ୍ତଙ୍କ ଦୁଃଖ ଦୂର କରିବା ପାଇଁ ଧରା ପୃଷ୍ଠକୁ ଅବତରଣ କରି ଥାଆନ୍ତି । ନବରାତ୍ରିର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଇଥାଏ । ହିନ୍ଦୁ ଧର୍ମରେ ଶାରଦୀୟ ନବରାତ୍ରିର ବିଶେଷ ମହତ୍ୱ ରହିଛି। ପ୍ରତ୍ୟେକ ବର୍ଷ ଆଶ୍ୱିନ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରୁ ଶାରଦୀୟ ନବରାତ୍ରିର ଆରମ୍ଭ ହୋଇଥାଏ ଓ ପୁରା ନଅ ଦିନ ପର୍ଯ୍ୟନ୍ତ ମା ଆଦିଶକ୍ତି ଜଗଦମ୍ବାଙ୍କର ଘରେ ଘରେ ପୂଜାର୍ଚ୍ଚନା ହୋଇଥାଏ।

ଦେବୀ ଦୁର୍ଗାଙ୍କୁ ସମର୍ପିତ ଏହି ପର୍ବ ହିନ୍ଦୁ ଧର୍ମରେ ବିଶେଷ ମହତ୍ୱ ରଖେ। ଦେବୀ ଭାଗବତ ପୂରାଣ ଅନୁସାରେ ମହାଳୟାରେ ଯେବେ ପିତୃଗଣ ପୃଥିବୀରୁ ଫେରନ୍ତି ସେତେବେଳେ ଦେବୀ ଦୁର୍ଗା ତାଙ୍କ ପରିବାର ଓ ଗଣଙ୍କ ସହିତ ଧରାବତରଣ କରିଥାନ୍ତି। ନବରାତ୍ର ଆରମ୍ଭରୁ ନଅ ଦିନ ଯାଏଁ ମାଆ ସବୁଥର ଅଲଗା ଅଲଗା ବାହନରେ ଆସିଥାନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି