Masthead

ରେଳ ମନ୍ତ୍ରୀଙ୍କ ବଡ଼ ଘୋଷଣା: ୨ ମାସ ଭିତରେ ଟ୍ରାକରେ ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍‌

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବଡ଼ ଘୋଷଣା । ୨ ମାସ ମଧ୍ୟରେ ଦେଶରେ ଗଡ଼ିବ ‘ବନ୍ଦେ ଭାରତ ସ୍ଲିପର’ ଟ୍ରେନ୍‌ । ସରକାର ଓ୍ବେଟିଂ(ଅପେକ୍ଷା) ସମସ୍ୟା ସହ ଲଢ଼ିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି। ଏଣୁ ୬୦ ଦିନ ମଧ୍ୟରେ ଏହି ଟ୍ରେନ୍‌ ଚାଲିବ। ବର୍ତ୍ତମାନ ପର୍ଯ୍ୟନ୍ତ ୨ ଟ୍ରେନ୍‌ ପ୍ରସ୍ତୁତ ହୋଇଛି। ଦୁଇ ମାସ ଭିତରେ ଟ୍ରାକରେ ଦୌଡ଼ିବ ଭାରତର ବହୁ ପ୍ରତୀକ୍ଷିତ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ଏହାପରେ ଟ୍ରେନ୍‌ ସାଧାରଣ ସେବା ଲାଗି ଲଞ୍ଚ କରିବା ଆରମ୍ଭ ହେବ। ଟ୍ରେନ୍ ନିର୍ମାଣ କାମ ଜୋରସୋରରେ ଚାଲିଛି। ଏବେ ବନ୍ଦେ ଭାରତ ସ୍ଲିପର ପାଇଁ ୪ କୋଚର୍‌ ଏକ ବେସିକ୍‌ ଟ୍ରେନ୍‌ ପ୍ରସ୍ତୁତ କରାଯାଇଛି। ଶେଷ ପର୍ଯ୍ୟାୟରେ ପହଞ୍ଚିଛି ସମସ୍ତ ବୈଷୟିକ କାମ। ବେଙ୍ଗାଲୁରୁରେ ଥିବା ବିଇଏମଏଲ ଲିମିଟେଡର ରେଳ ୟୁନିଟରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ନିର୍ମାଣ ଚାଲିଛି। ବହୁ ପ୍ରତୀକ୍ଷିତ ବନ୍ଦେ ଭାରତ ସ୍ଲିପର ଟ୍ରେନରେ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା ସହ ରହିବ ବିଶ୍ୱସ୍ତରୀୟ ସୁବିଧା।

୧୬ କୋଚ୍ ବିଶିଷ୍ଟ ରହିବ ବନ୍ଦେ ଭାରତ ସ୍ଲିପର ଭର୍ସନ। ଯେଉଁଥିରେ ୪ଟି ବଗିର ଗୋଟିଏ ୟୁନିଟ୍ ରହିବ। ୧୦ଟି କୋଚ୍‌ ଏସି-୩, ୪ଟି ଏସି-୨ ଓ ଗୋଟିଏ ଏସି-୧ ରହିବ। ଏଥିରେ ଅତ୍ୟାଧୁନିକ ନିୟନ୍ତ୍ରଣ ସହିତ ସେନ୍ସର ଭିତ୍ତିକ ଲାଇଟିଂ, କ୍ୟାମେରା, ବାୟୋ ଭ୍ୟାକ୍ୟୁମ୍ ଟଏଲେଟ୍ ଓ ଅନ୍ୟାନ୍ୟ ସୁବିଧା ରହିବ। ଏହାର ବଡି ଷ୍ଟ୍ରକ୍ଚର୍ ହାଇଗ୍ରେଡ୍ ଅଷ୍ଟେନିଟିକ୍ ଷ୍ଟେନଲେସ୍ ଷ୍ଟିଲରେ ନିର୍ମିତ ହୋଇଛି। ଯେଉଁଥିରେ ରହିଛି କ୍ରାସ୍ ବଫର୍ ଉପାଦାନ। ପ୍ରଥମ ପର୍ଯ୍ୟାୟ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ ଘଣ୍ଟା ପ୍ରତି ୧୩୦ କିଲୋମିଟର ବେଗରେ ଦୌଡିବ। ଏହାପରେ ପର୍ୟ୍ୟୟ କ୍ରମେ ଘଣ୍ଟା ପ୍ରତି ୧୬୦ରୁ ୨୨୦ କିଲୋମିଟର ବେଗରେ ଦୌଡିବ। ଦେଶର ପ୍ରଥମ ବନ୍ଦେ ଭାରତ ସ୍ଲିପର୍‌ ଟ୍ରେନ୍‌ ଡିସେମ୍ବର କିମ୍ବା ଜାନୁଆରୀରେ ଦିଲ୍ଲୀ-କୋଲକାତା ଅଥବ ଦିଲ୍ଲୀ-ମୁମ୍ବାଇ ଯେକୌଣସି ରେଳ ଟ୍ରାକ୍‌ରେ ଦୌଡିବା ସମ୍ଭାବନା ଅଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏବେ ଦେଶରେ ବନ୍ଦେ ଭାରତର ଚେୟାର କାର୍ ଟ୍ରେନ୍ ଚଳାଚଳା କରୁଛି। କେବଳ ଏତିକି ନୁହେଁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୪୦୦ ବନ୍ଦେ ଭାରତ ଟ୍ରେନ୍‌ ଟ୍ରାକ୍‌କୁ ଆଣିବାକୁ ଯୋଜନା ରହିଛି।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି