Masthead

ଋତୁପୂର୍ଣ୍ଣା ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ

କନ୍ଧମାଳ (ବଡ଼ ଖବର ବ୍ୟୁରୋ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଵିଜ୍ଞାପିତ ଅଞ୍ଚଳ ପରିଷଦର କନବା ଗେରି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ପ୍ରଶାସନିକ ଅଧିକାରୀ ଭାବରେ କୃତିତ୍ୱ ଅର୍ଜନ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି । ସେ ୧୯୮୩ ମସିହାରେ କାନବାଗେରି ଗ୍ରାମ ଠାରେ ଜନ୍ମ ଗ୍ରହଣ କରିଥିଲେ । ସେ ତାଙ୍କ ପ୍ରଚେଷ୍ଟା ବଳରେ ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ ଭାବେ ନିଯୁକ୍ତି ପାଇ କାର୍ଯ୍ୟଭାର ତୁଲାଉଛନ୍ତି ।

ଐଶ୍ୱର୍ଯ୍ୟାଙ୍କ ପିଲା ବେଳର ନାମ ଥିଲା ରତିକାନ୍ତ ପ୍ରଧାନ । ପିଲା ଦିନରୁ ଐଶ୍ୱର୍ଯ୍ୟାଙ୍କ ପାଠ ପଢ଼ା ପ୍ରତି ବିଶେଷ ଆଗ୍ରହ ଥିଲା । ଯୁକ୍ତ ୩ ପର୍ଯ୍ୟନ୍ତ କନ୍ଧମାଳ ଜିଲାରେ ପଢ଼ିଥିଲେ । ପରେ ସ୍ନାତକ ପଢ଼ିବା ନିମନ୍ତେ ଭୁବନେଶ୍ୱର ଅଭିମୁଖେ ଯାଇଥିଲେ । ବର୍ତ୍ତମାନ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ହେଉଛନ୍ତି ଓଡ଼ିଶାର ପ୍ରଥମ କିନ୍ନର ପ୍ରଶାସନିକ ଅଧିକାରୀ । ୨୦୧୦ ମସିହାରେ ପ୍ରଥମ ଚେଷ୍ଟାରେ ଓ.ଏଫ.ଏସ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଥିଲେ ।

ଏହାପରେ ତାଙ୍କର ନିଯୁକ୍ତି ପୁରୀ, ସମ୍ବଲପୁରଏବଂ ପାରାଦୀପର କମର୍ସିଆଲ ସେଲ ଟାକ୍ସ ଅଫିସର ଭାବରେ ହୋଇଥିଲା । ଏବେ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା କଟକରେ ସିଟି ଏବଂ ଜିଏସଟିର ଡେପୁଟି କମିସନର ଭାବେ ଦାୟିତ୍ୱ ତୁଲାଉଛନ୍ତି । ଐଶ୍ୱର୍ୟ୍ୟା ଋତୁପୂର୍ଣ୍ଣାଙ୍କ ନିଜସ୍ୱ କାର୍ଯ୍ୟ ଦକ୍ଷତା, ଦୃଢ଼ ଇଛାଶକ୍ତି ଓ ଲକ୍ଷ୍ୟପ୍ରାପ୍ତି ପାଇଁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛନ୍ତି ଘୁ.ଉଦୟଗିରିବାସୀ ଓ ଏହି କୃତିତ୍ୱ ପାଇଁ ଐଶ୍ୱର୍ଯ୍ୟା ଋତୁପୂର୍ଣ୍ଣା ଅନେକ କିନ୍ନର ଏବଂ ସାଧାରଣ ଜନତାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ