Masthead

ହେଲିକପ୍ଟରରେ ମୃତ ଦେହ ବାନ୍ଧି ପାଟ୍ରୋଲିଂ କଲା ତାଲିବାନ

କାବୁଲ(ବଡ଼ ଖବର ବ୍ୟୁରୋ):   ବନ୍ଧୁକ ମୁନରେ ଆଫଗାନିସ୍ତାନକୁ ଜବରଦଖଲ କରିଥିବା ତାଲିବନାର ଏବେ ଆଉ ଏକ କୃରତାର ଚିତ୍ର ସାମ୍ନାକୁ ଆସିଛି । ଆମେରିକାର ସୈନ୍ୟ ଆଫଗାନ ଛାଡିବା ପରେ ଏବେ ତାଲିବାନ ସେହି ଖୁସିରେ ସେଲିବ୍ରେସନ୍ କରୁଛି । ସମ୍ପୂର୍ଣ୍ଣ ଆଫଗାନିସ୍ଥାନରେ ଏବେ ନିଜ ହୁକୁମାତି ଆରମ୍ଭ କରିଛି । ଏବେ ଆମେରିକାର ସବୁଠାରୁ ଅତ୍ୟାଧୁନିକ ବ୍ଲାକ୍ ହକ୍ ହେଲିକେପ୍ଟରକୁ ନିଜେ ବ୍ୟବହାର କରୁଛି ତାଲିବାନ । ଏହାକୁ ବ୍ୟବହାର କରି ଆକାଶ ମାର୍ଗରେ ପାଟ୍ରୋଲିଂ କରୁଛି ।

ଏହି ସମୟରେ ଏକ ହୃଦୟ ବିଦାରକ ଚିତ୍ର ସାମ୍ନାକୁ ଆସିଛି । ତାଲିବାନ ପାଟ୍ରୋଲିଂ କରୁଥିବା ବେଳେ ଏଥିରେ ଗୋଟିଏ ଦଉଡି ଦ୍ୱାରା ଏକ ମୃତ ଦେହ ଝୁଲୁଥିବାର ଦେଖିବାକୁ ମିଳିଛି । ଏହି ମୃତ ଦେହକୁ ବ୍ଲାକ୍ ହକ୍ ହେଲିକେପ୍ଟରରେ କାନ୍ଦାହର ଆକାଶରେ ଉଡାଉଥିବା ଭିଡିଓ ଏବେ ଭାଇରାଲ ହଉଛି । ଯାହାକୁ ଅନେକ ସାମ୍ବାଦିକ ସେୟାର କରୁଛନ୍ତି । ତାଲିବାନ ଆତଙ୍କ ଉକ୍ତ ବ୍ୟକ୍ତିଙ୍କୁ ନିର୍ମମ ଭାବେ ହତ୍ୟା କରିବା ପରେ ସେମାନଙ୍କ ମୃତ ଦେହକୁ ଆକାଶ ମାର୍ଗକୁ ନେଇ ପାଟ୍ରୋଲିଂ କରୁଛି ।

ତେବେ ଝୁଲୁଥିବା ବ୍ୟକ୍ତି ଜଣଙ୍କ ମୃତ କି ଜୀବିତ ତାହା ଜଣାପଡୁନି । ପ୍ରଥମେ ଏହି ଭିଡିଓକୁ ତାଲିବ୍ ଟାଇମ୍ସ ପକ୍ଷରୁ ଟ୍ୱିଟ୍ କରାଯାଇଥିଲା । ଗତ ମାସରେ ଆମେରିକା ୭ ଟି ବ୍ଲାକ୍ ହକ୍ ହେଲିକେପ୍ଟର ସମେତ ଅନେକ ଅସ୍ତ୍ରଶସ୍ତ୍ର ଆଫଗାନକୁ ପଠାଇଥିଲା । ଏବେ ଆମେରିକା ସୈନ୍ୟ ଆଫଗାନ ଛାଡିଥିବାରୁ ସବୁକିଛି ତାଲିବାନ କବଜାକୁ ଚାଲିଯାଇଛି । ଯାହାର ଅପବ୍ୟବହାର କରି ତାଲିବାନ ସେଠାରେ ଆତଙ୍କ ଖେଳାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ