Masthead

ଅଯୋଧ୍ୟାରେ ନିର୍ମାଣ ହେବ ବିଶାଳ ମସଜିଦ

ଅଯୋଧ୍ୟାରେ ବିଶାଳ ମସଜିଦ ନିର୍ମାଣ ପାଇଁ ଜାରୀ ହେଲା ନକ୍ସା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଯୋଧ୍ୟାରେ ଭବ୍ୟ ରାମମନ୍ଦିର ପରେ ଏବେ ବିଶାଳ ମସଜିଦର ନିର୍ମାଣ ଆରମ୍ଭ ହେବାକୁ ଯାଉଛି । ରାମ ମନ୍ଦିରର ନକ୍ସା ପରେ ଏବେ ଜାରି ହୋଇଛି ବିଶାଳ ମସଜିଦର ନକ୍ସା । ସୁନ୍ନି ସେଣ୍ଟ୍ରଲ ୱାକଅଫ ବୋର୍ଡ଼ ମସଜିଦ ନିର୍ମାଣ ପାଇଁ ଏକ ଟ୍ରଷ୍ଟ ଗଠନ କରିଛି । ଉକ୍ତ ଟ୍ରଷ୍ଟ ପକ୍ଷରୁ ଅଯୋଧ୍ୟାରେ ହେବାକୁ ଥିବା ମସଜିଦର ଡିଜାଇନ ଜାରି କରାଯାଇଛି । ଏହି ବିଶାଳ ମସଜିଦର ନିର୍ମାଣ କାର୍ୟ୍ୟ ଜାନୁୟାରୀ ୨୬ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ଶନିବାର ଲକ୍ଷେ୍ନାରେ ଆୟୋଜିତ ଆଇଆଇସିଏଫ ଟ୍ରଷ୍ଟର ବୈଠକରେ ଏହି ନିଷ୍ପତି ନିଆଯାଇଛି ।

ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ଭବ୍ୟ ବିଶାଳ ମସଜିଦର ନକ୍ସାକୁ ସାର୍ବଜନୀନ କରାଯାଇଛି । ଏହି ବିଶାଳ ମସଜିଦ ପରିସରରେ ମଲ୍ଟି ସ୍ପେଶାଲିଷ୍ଟ ହସ୍ପିଟାଲ, ସାର୍ବଜନୀନ ଭୋଜନାଳୟ, ଆଧୁନିକ ପୁସ୍ତକାଳୟ, ପ୍ରକାଶନ ଗୃହ ଓ ମ୍ୟୁଜିୟମ ମଧ୍ୟ ନିର୍ମାଣ କରାଯିବ । ଇଣ୍ଡୋ ଇସଲାମିକ କଲଚର ଫାଉଣ୍ଡେସନର ପ୍ରବକ୍ତା ଅତହୁର ହୁସେନ କହିଛନ୍ତି, ୫ ଏକର ଜମିରେ ୩୫ ଶହ ସ୍କୋୟାର ଫୁଟର ଦ୍ୱିତଳ ପ୍ରାସାଦ ମସଜିଦ ନିର୍ମାଣ କରାଯିବ । ତେବେ ଏହି ବିଶାଳ ମସଜିଦର ଶିଳାନ୍ୟାସ କିଏ କରିବେ ତାହା ବର୍ତମାନ ସୁଦ୍ଧା ଜଣାପଡ଼ିନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼