Masthead

‘ସମାଲୋଚନା’ ଲୋକାର୍ପିତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ଗଣମାଧ୍ୟମ ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । କାର୍ଟୁନ ମାଧ୍ୟମରେ ନିର୍ଭୀକ ଓ ସାଲିସ ବିହୀନ ଖବର ଏଣିକି ପାଠକ ପାଠିକାଙ୍କ ପାଖରେ ପହଞ୍ଚାଇବ ‘ସମାଲୋଚନା’ । ‘ବଡ଼ ଖବର’ ମିଡିଆ ଗ୍ରୃପ ଦ୍ୱାରା ପ୍ରକାଶିତ କାର୍ଟୁନ ଭିତ୍ତିକ ସାପ୍ତାହିକି ସମାଲୋଚନା ଆଜି ବର୍ଣ୍ଣାଢ଼୍ୟ ପରିବେଶରେ ଲୋକାର୍ପିିତ ହୋଇଯାଇଛି ।


ରାଜଧାନୀ ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଉକ୍ରଳ ସାମ୍ବାଦିକ ଭବନ ପରିସରରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାଢ଼େ ଚାରିକୋଟି ଓଡ଼ିଆଙ୍କ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥ । ‘ବଡ଼ ଖବର’ର ଡେପୁଟି ଏଡିଟର କିଶାନ ବାରାଇଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମ ପ୍ରାରମ୍ଭରେ ‘ବଡ଼ ଖବର’ ମିଡିଆ ଗ୍ରୃପର ଅଧ୍ୟକ୍ଷ ତଥା ମୁଖ୍ୟ ସମ୍ପାଦକ ଅର୍ଦ୍ଧେନ୍ଦୁ ଦାସ ନିମନ୍ତ୍ରିତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଚିରାଚରିତ ପ୍ରଥାରୁ ବାହାରି ‘ସମାଲୋଚନା’ ସାଧାରଣ ଲୋକର ସ୍ୱର ହେବ । ୨୪ ଘଣ୍ଟିଆ ନ୍ୟୁଜ୍ ଚ୍ୟାନେଲ ‘ବଡ଼ ଖବର’ର ସମ୍ପୂଣ୍ଣ ଆଭିମୁଖ୍ୟ, ଲକ୍ଷ୍ୟ ଓ ଉଦ୍ଦେଶ୍ୟକୁ ପାଥେୟ କରି ‘ସମାଲୋଚନା’ର କଳେବର ପରିପୃଷ୍ଠ ହେବ । ସାଧାରଣଲୋକର ସ୍ୱର ଶବ୍ଦରେ ପ୍ରକାଶିତ ନହୋଇ କାର୍ଟୁନ ଜରିଆରେ ପ୍ରଦର୍ଶିତ ହେବ ।

ଆଜିର ଉନ୍ମୋଚନ ଉତ୍ସବରେ ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି, , ଜଟଣୀ ବିଧାୟକ ସୁର ରାଉତରାୟ , ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର, ଜୟଶ୍ରୀ ମହାପାତ୍ର, କଳିଙ୍ଗ ସେନା ସଭାପତି ହେମନ୍ତ ରଥ, ବରିଷ୍ଠ ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ବରିଷ୍ଠ ନାଟ୍ୟକାର ଧୀରେନ୍ଦ୍ର ମଲ୍ଲିକ , ବରିଷ୍ଠ ନାଟ୍ୟକାର ବିଜୟ ଦାସ, କର୍ମଚାରୀ ସଂଘ ନେତା ପ୍ରଭାତ ମହାନ୍ତି, ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର, ଗାନ୍ଧୀବାଦୀ ଦେବପ୍ରସାଦ ପରିଜ଼ା, ପ୍ରଦୀପ କୁମାର ଗିରି ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଉତ୍ସବରେ ବଡ଼ ଖବର ପରିବାରର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ ।

 

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି 🔴 କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା 🔴 ଇସ୍ତଫା ଦେବେ ବ୍ରିଟେନ୍ ପିଏମ! 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ 🔴 ମୁହଁରେ ଗାମୁଛା ପକାଇ ଲୁଟି ନେଲା ଦୁର୍ବୁତ୍ତ 🔴 ସମ୍ବଲପୁର ଭିଡ ହିଂସା ମାମଲା, ପୁଲିସ ୩ଜଣଙ୍କୁ ଅଟକ ରଖିଛି । 🔴 ଭତ୍ତା ହିତାଧିକାରୀଙ୍କୁ ମିଳିଲା ଆଶ୍ୱସ୍ତି 🔴 କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା 🔴 ଇସ୍ତଫା ଦେବେ ବ୍ରିଟେନ୍ ପିଏମ! 🔴 ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି 🔴 ଶ୍ରୀମନ୍ଦିରରୁ ଧରାପଡ଼ିଲା ଫେକ୍ ଆର୍ମି ଅଫିସର 🔴 ଚଳନ୍ତା ୧୦୮ ଆମ୍ବୁଲାନ୍ସରୁ ଖସିଗଲା ଚକର ନଟ୍ 🔴 ବାଲେଶ୍ୱର ଓ ମୟୂରଭଞ୍ଜରେ ଭାରି ବର୍ଷା ସମ୍ଭାବନା 🔴 ଲାଲ ଟୁକୁଟକୁ ସାଧବ ବୋହୂ