Masthead

ରାଜ୍ୟରେ ଉପରମୁହାଁ କରୋନା ଗ୍ରାଫ, ଖୋର୍ଦ୍ଧାରେ ସର୍ବାଧିକ ୫୧

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦିନକୁ ଦିନ କରୋନା କାୟା ବିସ୍ତାର କରୁଥିବାବେଳେ ଥମିବାର ନା ଧରୁନାହିଁ । ଗତ ୩ ଦିନ ହେବ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ଶହ ପାର ହେବାରେ ଲାଗିଛି । ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୧୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି । ସଂଗରୋଧରେ ୧୨୪ ଜଣ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୮୬ ରୋଗୀ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନୂଆପଡାରୁ ୨୩ , କଟକରୁ ୧୯ , ବଲାଙ୍ଗିର , କଳାହାଣ୍ଡି , ସୁନ୍ଦରଗଡ ଓ ଷ୍ଟେଟ ପୁଲରୁ ୧୨ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି । ସମ୍ବଲପୁରରୁ ୧୧ , ମୟୁରଭଞ୍ଜ, ଯାଜପୁର ଓ ବରଗଡରୁ ୮ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତମାନ ସୁସ୍ଥ ସଂଖ୍ୟା ୩ ଲକ୍ଷ ୩୬ ହଜାର ୪୮୨ ରହିଥିବା ବେଳେ ସକ୍ରିୟ ସଂକ୍ରମିତ ସଂଖ୍ୟା ୧୪୪୯ରେ ପହଂଚିଛି ।

ସୂଚନା ଅନୁସାରେ, ଗତ କିଛି ଦିନ ହେବ ରାଜ୍ୟରେ କରୋନା ଗ୍ରାଫ ବଢିବାରେ ଲାଗିଛି। ଲଗାତାର ୪ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଉପରେ ରହିଥିବାବେଳେ ଗତ ଗୁରୁବାର ଏହି ସଂଖ୍ୟା ୨୦୦ ଟପିଥିଲା । ଶୁକ୍ରବାର ପଜିଟିଭ ସଂଖ୍ୟା ୨୩୪ ହୋଇଥିବାବେଳେ ଆଜି ୨ଶହ ପଜିଟିଭ ସଂଖ୍ୟା ଉପରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ହଠାତ ଘର ଭିତରେ ପଶିଗଲା କାର୍‌ 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ