Masthead

ଗ୍ୟାସ ବଦଳରେ ଟାଙ୍କିରୁ ବାହାରୁଛି ପାଣି

ରାଜନଗର (ବଡ଼ ଖବର ବ୍ୟୁରୋ): ଧୋକା । ଗ୍ୟାସ ଉପୋଭକ୍ତାଙ୍କ ସହ ଧୋକା । ଗ୍ୟାସଟାଙ୍କିରୁ ଗ୍ୟାସ ବଦଳରେ ବାହାରୁଛି ପାଣି । ଅଭିଯୋଗ କଲେ ଶୁଣୁନାହିଁ ବିତରକ ସଂସ୍ଥା । ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି କେନ୍ଦ୍ରପଡା ଜିଲ୍ଲା ରାଜନଗରରେ ଥିବା ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥା ବିରୁଦ୍ଧରେ । ରାଜନଗର ବ୍ଲକ କୁରୁଣ୍ଟି ଗାଁର ସୁମତି ପରିଡା ଗତ ଫେବୃୟାରୀ ମାସରେ ଉଜ୍ୱଳା ଯୋଜନାରେ ଗ୍ୟାସ ବୁକିଂ କରିଥିଲେ । ତେବେ ମାର୍ଚ୍ଚ ମାସରେ ଏହି ଟାଙ୍କିକୁ ବ୍ୟବହାର କରିଥିଲେ ।

ତେବେ ୨୦ଦିନ ପରେ ୨୬ ଲିଟର ଗ୍ୟାସ ଥାଇ ମଧ୍ୟ ତାହା ଆଉ ଜଳିନଥିଲା । ଗ୍ୟାସ ଟାଙ୍କି ମୁହଁ ତଳକୁ କରିବା ପରେ ଏଥିରୁ ପାଣି ବାହାରିଥିଲା । ଏନେଇ ସୁମତି ଗ୍ୟାସ ବିତରକ ସଂସ୍ଥା ପାଖରେ ଅଭିଯୋଗ କରିଥିଲେ । କିନ୍ତୁ କୌଣହି ସୁଫଳ ମିଳି ନଥିଲା । ପରେ ସୁମତି ଏନେଇ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ‘ନୂଆଖାଇ’ ପାଇଁ ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ