Masthead

ଗ୍ୟାସ ବଦଳରେ ଟାଙ୍କିରୁ ବାହାରୁଛି ପାଣି

ରାଜନଗର (ବଡ଼ ଖବର ବ୍ୟୁରୋ): ଧୋକା । ଗ୍ୟାସ ଉପୋଭକ୍ତାଙ୍କ ସହ ଧୋକା । ଗ୍ୟାସଟାଙ୍କିରୁ ଗ୍ୟାସ ବଦଳରେ ବାହାରୁଛି ପାଣି । ଅଭିଯୋଗ କଲେ ଶୁଣୁନାହିଁ ବିତରକ ସଂସ୍ଥା । ଏଭଳି ଏକ ଗୁରୁତର ଅଭିଯୋଗ ଆସିଛି କେନ୍ଦ୍ରପଡା ଜିଲ୍ଲା ରାଜନଗରରେ ଥିବା ଇଣ୍ଡେନ ଗ୍ୟାସ ବିତରକ ସଂସ୍ଥା ବିରୁଦ୍ଧରେ । ରାଜନଗର ବ୍ଲକ କୁରୁଣ୍ଟି ଗାଁର ସୁମତି ପରିଡା ଗତ ଫେବୃୟାରୀ ମାସରେ ଉଜ୍ୱଳା ଯୋଜନାରେ ଗ୍ୟାସ ବୁକିଂ କରିଥିଲେ । ତେବେ ମାର୍ଚ୍ଚ ମାସରେ ଏହି ଟାଙ୍କିକୁ ବ୍ୟବହାର କରିଥିଲେ ।

ତେବେ ୨୦ଦିନ ପରେ ୨୬ ଲିଟର ଗ୍ୟାସ ଥାଇ ମଧ୍ୟ ତାହା ଆଉ ଜଳିନଥିଲା । ଗ୍ୟାସ ଟାଙ୍କି ମୁହଁ ତଳକୁ କରିବା ପରେ ଏଥିରୁ ପାଣି ବାହାରିଥିଲା । ଏନେଇ ସୁମତି ଗ୍ୟାସ ବିତରକ ସଂସ୍ଥା ପାଖରେ ଅଭିଯୋଗ କରିଥିଲେ । କିନ୍ତୁ କୌଣହି ସୁଫଳ ମିଳି ନଥିଲା । ପରେ ସୁମତି ଏନେଇ ଯୋଗାଣ ବିଭାଗ ନିକଟରେ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଯୋଗାଣ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା? 🔴 ଏମିତି ବି ଆସେ ମୃତ୍ୟୁ 🔴 ଦିଲ୍ଲୀ ବିସ୍ଫୋରଣ, ମିଳିଲା ୯ ଏମ୍ଏମ୍‌ର ୩ଟି କ୍ୟାଟ୍ରିଜ୍ 🔴 ପୂର୍ବ ଶତ୍ରୁତା ହେଲା କାଳ, ପୋଲିସକୁ ପଥରରେ ଛେଚି ହତ୍ୟା 🔴 ଟଳିଲେ ୩ ନକ୍ସଲ 🔴 ବଢ଼ୁଛି ଶୀତ, ଥରୁଛି ଓଡ଼ିଶା 🔴 ବିସ୍ଫୋରଣରେ ଉଡ଼ିଗଲା ଥାନା, ୭ଜଣ ମୃତ 🔴 ଜୟଙ୍କ ବଡ଼ ବିଜୟ 🔴 ନବୀନଙ୍କ ‘ବେଇମାନ’ ଶବ୍ଦ ପଡ଼ିଲା ମହଙ୍ଗା 🔴 କିଏ ପିନ୍ଧିବ ନୂଆପଡ଼ା ତାଜ? 🔴 କାହାର ହେବ ନୂଆପଡ଼ା ବିଧାନସଭା?