(ବଡ଼ ଖବର ବ୍ୟୁରୋ): ଆଜି ଅର୍ଥାତ୍ ୨୦୨୧ ଅଗଷ୍ଟ ୫ ତାରିଖ । ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହେବ ଆଜିର ଦିନ । ଦୀର୍ଘ ଚାରି ଦଶକ ପରେ ଭାରତୀୟ ହକି ଦଳ ହାତେଇଛି ପଦକ । ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଦଳର ବିଜୟ ଦେଶ ପାଇଁ ଆଣି ଦେଇଛି ଗର୍ବ ଓ ଗୌରବ । ଖାଲି ସେତିକି ନୁହେଁ, ଏହି ଦିନ ଆଉ ଦୁଇ ଐତିହାସିକ ନିଷ୍ପତ୍ତି ରହିଛି ମୁକ ସାକ୍ଷୀ । ଭାରତୀୟ ପୁରୁଷ ହକି ଟିମ୍ କଡ଼ା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଜର୍ମାନୀକୁ ୫-୪ଗୋଲ୍ରେ ପରାସ୍ତ କରିଛି । ୪୧ ବର୍ଷ ପରେ ଭାରତ ଅଲିମ୍ପିକ୍ସରେ ହାତେଇଛି ବ୍ରୋଞ୍ଜ ପଦକ । ଦେଶର କୋଟି କୋଟି ହକିପ୍ରେମୀଙ୍କ ସ୍ୱପ୍ନ ସାକାର ହୋଇଛି । ଏହି ଖୁସି ଅଦିନରେ ଆଣିଛି ଦୀପାବଳି ଓ ହୋଲି ।

୨୦୨୦ ଅଗଷ୍ଟ ୫ । ଉତ୍ତରପ୍ରଦେଶର ଅଯୋଧ୍ୟାରେ ଭବ୍ୟ ଶ୍ରୀରାମ ମନ୍ଦିର ତିଆରି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମିପୂଜା କରିଥିଲେ । ଏହାର ଠିକ୍ ଏକ ବର୍ଷ ପରେ ଅର୍ଥାତ୍ ୨୦୨୧ ଅଗଷ୍ଟ ୫ରେ ଆସିଛି ଖୁସି ଖବର । ୨୦୨୩ ସୁଦ୍ଧା ମନ୍ଦିର ନିର୍ମାଣ ଶେଷ ହେବ । ଭକ୍ତମାନେ ରାମଲାଲଙ୍କ ଦର୍ଶନ ପାଇପାରିବେ ।

୨୦୧୯ ଅଗଷ୍ଟ ୫ । ଏହି ଦିନ ଜାମ୍ମୁ-କାଶ୍ମିରୀରୁ ୩୭୦ଧାରା ଉଚ୍ଛେଦ କରାଯାଇଥିଲା । ଆଉ ଜାମ୍ମୁ-କାଶ୍ମିରୀ ହରାଇଥିଲା ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା । ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଥିଲା ଜାମ୍ମୁ-କାଶ୍ମିରୀ । ଗୋଟିଏ ଲଦାଖ ଓ ଅନ୍ୟଟି ଜାମ୍ମୁ-କାଶ୍ମିରୀ । ଆଜି ଥିଲା ଏହି ଐତିହାସିକ ନିଷ୍ପତ୍ତିର ଦୁଇବର୍ଷ ପୂର୍ତ୍ତି ।

Leave a Reply

Your email address will not be published. Required fields are marked *