Masthead

ଦିଲ୍ଲୀକୋର୍ଟରେ ଦିଲ୍ଲୀପ ରାୟ ଦୋଷୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ଦିଲ୍ଲୀରେ ଥିବା ସିବିଆଇର ସ୍ୱତନ୍ତ୍ର କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । କୋଇଲା ଦୁର୍ନୀତି ମାମଲାରେ ସେ ହୋଇଛନ୍ତି ଦୋଷୀ ସାବ୍ୟସ୍ତ । ତାଙ୍କସହ କୋଇଲା ମନ୍ତ୍ରଣାଳୟର ୨ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ, ନିତ୍ୟାନନ୍ଦ ଗୌତମ ଓ କାଷ୍ଟ୍ରନ୍ ଟେକ୍ନୋଲୋଜି ଲିମିଟେଡ୍ର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲ ମଧ୍ୟ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । କୋଇଲା ଦୁର୍ନୀତି ମାମଲାରେ ଏନଡିଏ ସରକାରର ଜଣେ ମନ୍ତ୍ରୀ ଦୋଷୀ ସାବ୍ୟସ୍ତ ହେବା ଦେଶରେ ପ୍ରଥମ । ୧୯୯୯ ମସିହାରେ ଦିଲ୍ଲୀପ ଏନଡିଏ ସରକାରରେ କୋଇଲା ମନ୍ତ୍ରୀ ଥିବାବେଳେ ଏହି ଦୁର୍ନୀତି ହୋଇଥିଲା । ଝାଡଖଣ୍ଡର ଗିରିଡିହିରେ ଥିବା ବରମଡିହା କୋଇଲା ବ୍ଲକ୍ ନିଲାମ ବେଳେ ଦୁର୍ନୀତିର ଗନ୍ଧ ବାହାରିବାରୁ ଦିଲ୍ଲୀର ସିବିଆଇ ସ୍ୱତନ୍ତ୍ର କୋର୍ଟରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାରେ ଅଦାଲତ ଜଣେ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ମାତ୍ର ସେ ନିର୍ଦୋଷ,ଏହି ମାମଲାକୁ ପୁନଃବିଚାର କରିବାଲାଗି ବ୍ୟକ୍ତି ଜଣକ ଅଦାଲତଙ୍କୁ ନିବେଦନ କରିଥିଲେ ।

ଆରମ୍ଭ ହୋଇଥିଲା ଖୋଳତାଡ । ଅଦାଲତଙ୍କ ସମନ ପାଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ ୨୦୧୭ ମସିହାରେ କୋର୍ଟରେ ହାଜର ହୋଇଥିଲେ । ସିବିଆଇ ସ୍ୱତନ୍ତ୍ର କୋର୍ଟର ବିଚାରପତି ଭରତ ପରାସର ଏହି ମାମଲାର ବିଚାରକରି ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଚଳିତ ମାସ ୧୪ ତାରିଖରେ ହେବ ଦଣ୍ଡ ଶୁଣାଣି । କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତିର ତନନ୍ତ କରୁଥିଲା ସିବିଆଇ ।

ଅଦାଲତଙ୍କ ରାୟ ସମ୍ପର୍କରେ ମତାମତ ଜାଣିବାଲାଗି ଦିଲ୍ଲୀରେ ଥିବା ଦିଲ୍ଲୀପ ରାୟଙ୍କ ସହ ‘ବଡ଼ ଖବର’ ପକ୍ଷରୁ ଯୋଗାଯୋଗ କରାଯାଇଥିଲା । ମାତ୍ର ତାଙ୍କସହ ଯୋଗାଯୋଗ ସମ୍ଭବ ହୋଇପାରିନାହିଁ । କିନ୍ତୁ ଶ୍ରୀ ରାୟଙ୍କ ଜଣେ ଘନିଷ୍ଠ ସହଯୋଗୀ କହିଛନ୍ତି ଯେ, ଏହି ରାୟ ବ%

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା