Masthead

ନଟ୍ଟୁ କାକାଙ୍କୁ ଝୁରୁଛନ୍ତି ଫ୍ୟାନ୍

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ଅଭିନେତା ଘନଶ୍ୟାମ ନାୟକ ଓରଫ ନଟ୍ଟୁ କାକାଙ୍କ ପରଲୋକ । ମୁହଁରେ ରଙ୍ଗମାରି ରଙ୍ଗମଞ୍ଚ ଅଭିନୟ କରୁଥିବା ଘନଶ୍ୟାମ ଦୁନିଆ ରଙ୍ଗମଞ୍ଚରୁ ବିଦାୟ ନେଇଛନ୍ତି। ଲୋକପ୍ରିୟ ହିନ୍ଦୀ କମେଡି ଧାରାବାହିକ ‘ତାରକ ମେହଟ୍ଟା କା ଉଲ୍‌ଟା ଚଷମା’ର ପ୍ରିୟ ନଟ୍ଟୁ କାକା । କ୍ରମାଗତ ୧୩ ବର୍ଷ ଦର୍ଶକଙ୍କୁ ଖୁବ୍ ହସେଇଛନ୍ତି..ମଚେଇଛନ୍ତି…ଭରପୁର ମନୋରଞ୍ଜନ ବି ଦେଇଛନ୍ତି । ଦୀର୍ଘ ସମୟ ଧରି ଅସୁସ୍ଥ ଥବା ନଟୁ କାକାଙ୍କର ରବିବାର ୭୭ ବର୍ଷ ବୟସରେ ଦେହାନ୍ତ ହୋଇଛି।

ଧାରାବାହିକ ତାରକ ମେହେଟ୍ଟା କା ଓଲଟା ଚଶମାରେ ସେ ଆରମ୍ଭରୁ ହିଁ ନଟ୍ଟୁ କାକାଙ୍କ ଭୂମିକାରେ ପରଦାରେ ଥିଲେ । ଘନଶ୍ୟାମଙ୍କର ଅଭିନୟକୁ ଲୋକେ ବେଶ୍ ପସନ୍ଦ ବି କରିଥିଲେ । ଦର୍ଶକଙ୍କୁ ହସେଇ ହସେଇ ବେଦମ କରୁଥିଲେ ନଟୁ କାକା । ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକରେ ଛାୟା ଖେଳିଯାଇଛି। ଧାରାବାହିକର ନିର୍ଦ୍ଦେଶକ ପ୍ରଯୋଜକଙ୍କ ବ୍ୟତିତ ଅନେକ କଳାକାର ଓ ଫ୍ୟାନ ଶୋକ ପ୍ରକାଶ କରିଛନ୍ତି।

ନିଜ ଅଭିନୟର ଯାଦୁରେ ସମସ୍ତଙ୍କୁ ହସାଉଥିବା ନଟ୍ଟୁ କାକା ହସିହସି ଏ ଦୁନିଆରୁ ବିଦାୟ ନେଇଛନ୍ତି ସତ ହେଲେ ତାଙ୍କ ବିଦାୟ ଫ୍ୟାନଙ୍କ ଆଖିରେ ଛାଡିଯାଇଛି ଲୁହ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା