Masthead

ମୟୂରୀ ଜୁଏଲର୍ସକୁ ୨୨.୪୨ ଲକ୍ଷ ଜରିମାନା

କଟକ(ବଡ଼ ଖବର ବ୍ୟୁରୋ):   ସୁନା-ରୂପା କିଣାବିକାରେ ବ୍ୟାପକ ହେରଫେର ହୋଇଛି । ଜୟପୁର, ସହରର ପ୍ରତିଷ୍ଠିତ ଗହଣା ଦୋକାନ ମୟୂରୀ ଜୁଏର୍ଲସକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା ହୋଇଛି । ସୁନା ଓ ରୂପା କିଣାବିକାରେ ହେରଫେର୍ ହୋଇଥିବା ଅଭିଯୋଗରେ ଏହି ଜରିମାନା କରିଛି ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ । ବ୍ୟାପକ ମାତ୍ରାରେ ସୁନା ରୂପା ହେରଫେର ହୋଇଛି ।

ସୁନା ରୂପା କିଣାବିକାରେ ହୋଇଥିବା ହେରଫେର୍ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢଉ କରିଥିଲା ଜିଏସଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍ । ଏଥିରେ ଜୟପୁରର ମୟୁରୀ ଜୁଏଲର୍ସ ରହିଥିଲା ।ଚଢାଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୂପା ଜବତ କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ୩୯ ହଜାର ଟଙ୍କା । ଜବତ ସୁନା ଓ ରୂପାର ହିସାବ ଗହଣା ଦୋକାନୀ ଦେଇପାରିନଥିଲେ । ଏଥିରେ ହେରଫେର ହୋଇଥିବା ପ୍ରମାଣ ମିଳବା ପରେ ଜରିମାନା ଆଦାୟ କରାଯାଇଥିବା ଜିଏସଟି ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଜିଏସଟି ଠକେଇ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟର ୧୨ ସହରରେ ଥିବା ୮ ଗହଣା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଏକକାଳୀନ ଚଢାଉ କରିଥିଲା ସିଟି ଜିଏସଟି ବିଭାଗ । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ ସମେତ ସହରରେ ଥିବା ଜୁଏଲାରୀ ହାଉସରେ ଚଢାଉ କରାଯାଇ ଓଜନ ଓ ମାନ ଜିଏସଟି ଠକେଇ ହୋଇଛି କି ନାହିଁ ତା ଯାଞ୍ଚ କରାଯାଇଥିଲା । ଏଥିସହ ବିକ୍ରି ବେଳେ ଠକେଇ , ନିଜ ପାଖରେ ଥିବା ଷ୍ଟକର ଭୁଲ ତଥ୍ୟ ପ୍ରଦାନ, ଟ୍ୟାକ୍ସ ଫାଙ୍କି , ବେଆଇନ ଭାବେ ଅନ୍ୟସ୍ଥାନକୁ ସାମଗ୍ରୀ ଚାଲାଣ କରିବା ଭୁଲ ତୃଟି ଧରାପଡିଥିଲା ।

ଏପରିକି ସୁନା ଦୋକାନୀମାନେ ବିନା ବିଲରେ ସୁନା କିଣାବିକା କରିବା ସହ ଗ୍ରାହକଙ୍କୁ ବିକ୍ରି କରୁଥିବା ସମୟରେ ଇନଭଏସ ନ ଦେଇ ଏଷ୍ଟିମେଣ୍ଟ ବିଲ ପ୍ରଦାନ କରୁଥିବା ଅଭିଯୋଗ ହେଉଥିଲା । କିଛି ଦୋକାନୀ ଗ୍ରାହକମାନଙ୍କଠାରୁ ଜିଏସଟି ସଂଗ୍ରହ କରୁଥିଲେ ମଧ୍ୟ ତାହା ସରକାରଙ୍କୁ ପୈଠ କରୁ ନ ଥିଲେ । ଫଳରେ ସୁନା କାରବାରରେ ହେଉଥିବା ଏଭଳି ଠକେଇର ପର୍ଦ୍ଦା ଫାସ କରିବା ପାଇଁ ଜିଏସଟି ବିଭାଗର ୧୨୦ ଜଣ କର୍ମଚାରୀଙ୍କୁ ନେଇ ଗଠିତ ୨୧ ଟିମ ବଡ ଧରଣର ଧରପଗଡ କରିଥିଲେ । ଚଢାଉ ସମୟରେ ସୁନା ଦୋକାନ ଗୁଡିକର ଷ୍ଟକ ଓ ଦସ୍ତାବିଜ ଯାଞ୍ଚ କରିଥିଲା ବିଭାଗ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ନେଇ ଅରେଞ୍ଜ ୱାର୍ଣ୍ଣିଂ