Masthead

ଭୂପେଶ ବାଘେଲ ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ

(ବଡ଼ ଖବର ବ୍ୟୁରୋ) :  ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ପଛରେ ପକାଇ ଏକ ନମ୍ବର ହୋଇଛନ୍ତି ଭୂପେଶ ବାଘେଲ । ଶାସନ ପରିଚାଳକଙ୍କ ସୂଚନା ଅନୁଯାୟୀ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଦେଶର ସର୍ବୋତ୍ତମ ପ୍ରଦର୍ଶନକାରୀ ମୁଖ୍ୟମନ୍ତ୍ରୀ । ଆଇଏଏନଏସ୍ ଏବଂ ସି-ଭୋଟର ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି । ରିପୋର୍ଟ ଅନୁସାରେ ବାଘେଲଙ୍କ ବିରୋଧରେ କେବଳ ୬% ଜନଅସନ୍ତୋଷ ରହିଛି । ସେମାନେ କେବଳ ପରିବର୍ତ୍ତନ ଚାହୁଁଛନ୍ତି ।

ସର୍ଭେ ଅନୁଯାୟୀ ବାଘେଲ ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଶୀର୍ଷ ତାଲିକାରେ ଅଛନ୍ତି । ଛତିଶଗଡରେ ୪୪.୭% ଲୋକ କେନ୍ଦ୍ର ବିରୋଧରେ ଏବଂ ୩୬.୬% ଲୋକ ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି । ବାଘେଲ ଛତିଗଡରେ ବହୁ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରିଛନ୍ତି । କୋଭିଡ ସମୟରେ ବାପା ମାଙ୍କୁ ହରାଇଥିବା ପିଲାଙ୍କୁ ମାଗଣା ଶିକ୍ଷା ଦେବାକୁ ବାଘେଲ ଘୋଷଣା କରିଥିଲେ । ଏହି ଯୋଜନା ବାଘେଲଙ୍କୁ ବେଶ ଲୋକପ୍ରିୟ କରାଇପାରିଛି ।

ତେବେ ଏହି ଯୋଜନାରେ ତାଙ୍କୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ଭାବେ ମାନ୍ୟତା ମିଳିଛି । ଏନ୍ଆଇଟିଆଇ ଆୟୋଗର ଏସଡିଜି ଇଣ୍ଡିଆ ଇଣ୍ଡେକ୍ସ ରିପୋର୍ଟ ୨୦୨୦-୨୧ ଅନୁଯାୟୀ ବାଘେଲଙ୍କୁ ଏହି ପ୍ରମାଣପତ୍ର ମିଳିଛି । ସେପଟେ ଲିଙ୍ଗଗତ ସମାନତା ମାନଦଣ୍ଡରେ ଛତିଶଗଡ ଗତ ବର୍ଷ ୪୩ ପଏଣ୍ଟ ପାଇଥିଲା । ଏ ନେଇ ଦେଶର ସପ୍ତମ ସ୍ଥାନରେ ଥିଲା ଛତିଶଗଡ । କିନ୍ତୁ ଚଳିତ ବର୍ଷ ଏହା ୬୧ ଟି ସ୍କୋର କରି ଶୀର୍ଷରେ ରହିଛି । ତେବେ ବାଘେଲ ଭୁଲ ସ୍ୱୀକାର କରିବାରେ କେବେ ଭୟ କରନ୍ତି ନାହିଁ ।

ସେହିପରି ସର୍ବନିମ୍ନ ଜନଅସନ୍ତୋଷ ତାଲିକାରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଦ୍ୱିତୀୟରେ ରହିଛନ୍ତି । ଆଉ ତୃତୀୟ ସ୍ଥାନରେ ଅଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଉପରେ ୧୦.୧% ଜନଅସନ୍ତୁଷ୍ଟ ଅଛନ୍ତି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ୧୦.୪% ଜନଅସନ୍ତୋଷ ରହିଛି । ତେବେ ସର୍ବନିମ୍ନ ଜନଅସନ୍ତୋଷ ତାଲିକାରେ ଛତିଶଗଡ ଏକ ନମ୍ବର, ଦ୍ୱିତୀୟରେ ଉତ୍ତରାଖଣ୍ଡ ଏବଂ ତୃତୀୟରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ