Masthead

ଦୁର୍ଦ୍ଦିନରେ ଦୀପ କାରିଗର

ଅସ୍ତରଙ୍ଗ (ବଡ଼ ଖବର ବ୍ୟୁରୋ): ପାଖେଇ ଆସୁଛି ଆଲୋକର ପର୍ବ ଦୀପାବଳି । ରଙ୍ଗିନୀ ଆଲୋକ ସଜ୍ଜା ସହିତ ପୂର୍ବ ପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପଟିଏ ଜାଳି ଶୁଭ ମନାସିବେ ପ୍ରତିଟି ଓଡ଼ିଆ । ହେଲେ ସମୟ ଚାଲିବା ସହ ବଦଳିଛି ଗ୍ରାହକଙ୍କ ଚାହିଦା । ମାଟି ଦୀପର ସ୍ଥାନ ନେଲାଣି ଏବେ ଲିଚୁ ଏବଂ ଇଲେଟ୍ରିକ ବଲବ । ଅନ୍ୟପଟେ ଦୀପ ବିକ୍ରି ଉପରେ କରୋନା କଟକଣା ପ୍ରଭାବ ପକାଇଛି । ଦୁର୍ଦ୍ଦିନରେ ଦୀପ କାରିଗର । କରୋନା କଟକଣା ସହ ଦୀପ ତିଆରି ପାଇଁ ଆବଶ୍ୟକ କଞ୍ଚା ମାଲର ଦର ବୃଦ୍ଧି ଦୀପ କାରିଗରଙ୍କୁ ଚିନ୍ତାରେ ପକାଇଦେଇଛି ।

କଟକଣା ପାଇଁ ଦୀର୍ଘ ଦିନ ହେବ ମନ୍ଦିର ବନ୍ଦ ରହିଥିଲାା ଫଳରେ ହାତ ବାନ୍ଧି ବସିଥିଲେ କାରିଗର । ମନ୍ଦିର ଖୋଲିବା ପରେ ଅଣ୍ଟା ସଳଖି ଛିଡା ହେବାକୁ ଉଦ୍ୟମ କରିବା ସହିତ ରୋଜଗାର ଆଶା ରଖିଥିଲେ ବ୍ୟବସାୟୀ । କିନ୍ତୁ ଲଗାଣ ବର୍ଷା କାରିଗରଙ୍କ ହାତ ବାନ୍ଧି ଦେଇଥିଲା । ଆଗକୁ ଦୀପାବଳି, ତେଣୁ ଦୀପ ତିଆରିରେ ଲାଗି ପଡିଛନ୍ତି ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ନଈଗୁଆଁ ପଂଚାୟତ ଓସ୍ତପୁର ଗ୍ରାମର କୁମ୍ବାରସାହିର ଚାଳିଶିରୁ ଅଧିକ ପରିବାର । ଦୁଇ ପଇସା ରୋଜଗାର ଆଶା ରେ ଦିନ ରାତି ଏକ କରିଦେଇଛନ୍ତି ପରିବାରର ସମସ୍ତ ସଦସ୍ୟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି